September 29, 2024

ଗୋପ ବ୍ଲକ ପ୍ରିମିୟମ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଧୂମଧାମ ର ସହିତ ଉଦଯାପିତ ….

Share


ଗୋପ ବ୍ଲକ ପ୍ରିମିୟମ ଲିଗ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲ ମ୍ୟାଚ ଧୂମଧାମ ର ସହିତ ସମ୍ପନ୍ନ ହୋଇଛି l ଏହି ଟୁର୍ନାମେଣ୍ଟ ଦୀର୍ଘ ତିନିବର୍ଷ ହେବ ଅନୁଷ୍ଠିତ ହୋଇଛି l ଆୟୋଜକ ଶ୍ରୀତମ କେଶରୀ ସ୍ୱାଇଁ ଙ୍କ ପ୍ରଚେଷ୍ଟା ରେ ଏହି କ୍ରିକେଟ ଟୁର୍ନାମେଣ୍ଟ ମହା ଆଡମ୍ବରରେ ପ୍ରତିବର୍ଷ କରାଯାଇଛି l ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଦୀର୍ଘ ପନ୍ଦର ଦିନ କାଳ ଚାଲିଥିବା ବେଳେ ଆଜି ଫାଇନାଲ ମ୍ୟାଚ ରେ ରୟାଲ ସ୍ମାର୍ଷର ଓ ସଂଗ୍ରାମ ଟାଇଟନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ହେଲେ ବାଜି ମାରିନେଇଥିଲା ରୟାଲ ସ୍ମାର୍ଷର କ୍ରିକେଟ ଟିମ ଏରବଙ୍ଗ l ଏଠାରେ ଆୟୋଜକ ଶ୍ରୀତମ କେଶରୀ ସ୍ୱାଇଁ ଙ୍କ ସହିତ ସମାଜସେବୀ ବିଭୁତି ଭୂଷଣ ସାହୁ ମ୍ୟାଚ ବିଜେତାଙ୍କୁ ସତୁରି ହଜାର ଟଙ୍କା ସହିତ ଟ୍ରଫି ଓ ରନର୍ସ ଅପ ଙ୍କୁ ପଚାଶ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)