September 18, 2026

ଅବହେଳିତ ନକ୍ସାପଦର ଗାଁ ଯେଉଁ ଗାଁ କୁ ଦେଖିଲେ ରାଜ୍ୟ ସରକାରଙ୍କ ଅପାରଗତା ସ୍ପଷ୍ଠ ବାରିହୋଇ ପଡୁଛି……

holi0
Share

 

ଉମରକୋଟ:- ଗାଁ ଟି ହେଉଛି ନକ୍ସାପଦର, ସବୁ ସୁବିଧା ସୁଯୋଗରୁ ବଞ୍ଚିତ ଏହି ଗାଁ ବିକାଶ ର କଥା କହୁଥିବା ଅପାରଗ ରାଜ୍ୟ ସରକାର ଙ୍କ ବିକାଶ ର ନଗ୍ନ ରୂପ ଏଠି ସ୍ପଷ୍ଟ ବାରିହୋଇପଡୁଛି!
ଦେଖନ୍ତୁ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚକଲାପଦର ପଂଚାୟତ ଅଧୀନରେ ଥିବା ନକ୍ସାପଦର ଗାଁ ର ବିକଳ ଚିତ୍ର! ଏହି ଗାଁ କୁ ଦେଖିଲେ ଜଣାପଡେ ରାଜ୍ୟସରକାରଙ୍କ ବିକାଶର ନାରା କେବଳ ନାରାବାଜିରେ ହିଁ ରହିଯାଇଛି ହେଲେ ପଚିଶି ବର୍ଷ ଧରି କ୍ଷମତାରେ ଥାଇ ଯେଉଁ ବିକାଶ ର କଥା କହିଆସୁଛନ୍ତି ଏ ସବୁ କେବଳ ପ୍ରହସନ ମାତ୍ର, ନେତାଙ୍କ ପ୍ରତିଶୃତି ଏଠି ପାଣିର ଗାର ପାଲଟିଯାଇଛି, ପ୍ରତିଶୃତି ଦେଇ ଭୋଟ ହାତେଇବା ପରେ ଏ ଗାଁ କୁ ଭୁଲିଯାଆନ୍ତି ସମସ୍ତେ, କେବଳ ଭୋଟ ଦେବା ହିଁ ଏମାନଙ୍କ ଅଧିକାର ବାକି କୌଣସି ଆବଶ୍ୟକତା କୁ ନେଇ ପ୍ରଶାସନ ଆଗରେ ଗୁହାରି କଲେ ଏ ମାନଙ୍କ କଥାକୁ ଗୁରୁତ୍ୱ ଦିଅନ୍ତିନି କେହି,ଯେଉଁଥି ପାଇଁକି ଶିକ୍ଷା ସ୍ୱାସ୍ଥ୍ୟ, ବିଶୁଦ୍ଧ ପନୀୟ ଜଳ, ଗମନା ଗମନ ଭଳି ସାଧାରଣ ମୌଳିକ ସୁବିଧା ସୁଯୋଗରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ରହିଛି ଏହି ଗାଁ। କେବଳ ସେତିକି ନୁହେଁ ଏ ଗାଁ ର ନିରୀହ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ଆଳରେ ଠକିନେଇଛନ୍ତି ହଜାର ହଜାର ଟଙ୍କା କେଉଁଠି ପଥର ଫାଉଣ୍ଡେସନ ରେ କାମ ଅଟକି ଯାଇଛି ତ କେଉଁଠି ଇଟା ଯୋଡି ନେଇଯାଇଛନ୍ତି ପ୍ରଧାନମନ୍ତ୍ରୀ ଆବାସ ର ସମସ୍ତ କିସ୍ତି ଟଙ୍କା। ଯାହା ଲାଗୁଛି ସ୍ଥାନୀୟ ଅଧିକାରୀ ଏବଂ ଠିକାଦାର ଙ୍କ ମିଳିଭଗତ ରେ ଏଇ ନିରୀହ ଆଦିବାସୀଙ୍କ ଆବାସ ଗୃହ ଟଙ୍କା ହଡପ କରାଯାଇଛି ଯାହା ତଦନ୍ତ ସାପେକ୍ଷ।
ଗାଁ ରେ ରହିଛି ତିନି ତିନୋଟି ନଳକୂପ ହେଲେ ଗୋଟିଏ ସମ୍ପୂର୍ଣ ଅଚଳ ହୋଇପଡିଥିବା ବେଳେ ଗୋଟିଏ ରେ ଭଲ ପାଣି ବାହାରୁନଥିବା କହିଛନ୍ତି ଗ୍ରାମବାସୀ, ଯେଉଁଥି ପାଇଁ କି ଗାଁ ନିକଟରେ ଏକ ଜମିରେ ଥିବା ଚୁଆଁ ଉପରେ ପ୍ରାୟତଃ ନିର୍ଭର କରିବାକୁ ପଡିଥାଏ ଏମାନଙ୍କୁ।
ଯଦି କୁହାଯିବ ଏହି ଗାଁ ଟି ପାଖାପାଖି ସତୁରି କି ଅସି ବର୍ଷ ପୁରୁଣା ହୋଇଥିଲେ ମଧ୍ୟ ଏ ଗାଁ କୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ, ଏଠି ରାସ୍ତା ନିର୍ମାଣ ଲାଗି ପ୍ରତି ବର୍ଷ ନୂଆଁ ମାଟି ଢାଳି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି, ଯାହାକି ବର୍ଷା ପାଣିରେ ଧୋଇ ହୋଇ ପୁଣି ଯେମିତି ସେମିତି କାଦୁଅ ଖସଡ଼ା ରେ ଲୋକଙ୍କୁ ଯିବା ଆସିବା କରିବାକୁ ପଡିଥାଏ, ବର୍ଷା ସମୟ ଆସିଲେ ଏ ରାସ୍ତାରେ ଆମ୍ବୁଲାନ୍ସ ଯାଇପାରୁନଥିବା କାରଣରୁ ଅନେକ ଥର ରୋଗୀଙ୍କୁ ହେଉକି ଗର୍ଭବତୀଙ୍କୁ ଖଟିଆରେ ଦୀର୍ଘ ଦୁଇକିଲୋମିଟ ହଳଦିଗୁଣ୍ଡି ପର୍ଯ୍ୟନ୍ତ ବୋହିଆଣି ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥାନ୍ତି,
ଗାଁ ଠାରୁ ସ୍କୁଲ ପାଖାପାଖି ଚାରି କିଲୋମିଟର ଜଙ୍ଗଲରାସ୍ତା ଦେଇ ପିଲାଙ୍କୁ ଯିବାକୁ ପଡିଥାଏ, ଅଙ୍ଗନବାଡି କେନ୍ଦ୍ର ଟିଏ ନଥିବା ଲାଗି ପ୍ରାକଶିକ୍ଷା ମଧ୍ୟ ଏମାନଙ୍କ ଲାଗି ସାତସପନ,ଏଭଳି ଅନ୍ଧକାର ମଧ୍ୟରେ ବନ୍ଧା ହୋଇ ପଡିଛି ପିଲାଙ୍କ ଭବିଷ୍ୟତ!
କେବେ କୌଣସି ଦିନ କେହି ହେଲେ ଜଣେ ଅଧିକାରୀ ପହଂଚି ନାହାନ୍ତି ଏଇ ଗାଁ ରେ, ନେତାଏ କେବଳ ଦେଖାଦିଅନ୍ତି ନିର୍ବାଚନ ବେଳେ, ଅନେକ ସ୍ବପ୍ନ ଦେଖାନ୍ତି ହେଲେ ନିର୍ବାଚନ ସରିଗଲେ ସବୁ ସରିଯାଏ ସବୁ ଭୁଲିଯାନ୍ତି!(ଏମ.ଦୀନା°ଶୁ ଆଚାରୀ)

You may have missed