September 21, 2024

ପୋଲିସ ଚଢାଉ ୨୨ ଦେଶୀ ବନ୍ଧୁକ ଜବତ, ୩ ଗିରଫ

Share

ସମ୍ବଲପୁର:ସମ୍ବଲପୁର ଜିଲ୍ଲାର ଜମନକିରା ବ୍ଲକ୍ ବଡରମା ଓ ଯୁଯୋମୁରା ବ୍ଲକ୍ ଟାମ୍ପରଗଡ ପଞ୍ଚାୟତର ବାସୁପାଲି ଠାରେ ପୋଲିସ ଚଢାଉ କରି ୨୨ ଦେଶୀ ବନ୍ଧୁକ ୩ ଜଣଙ୍କୁ ଗିରଫ କରିଥିବା ନେଇ ଆଜି ସମ୍ବଲପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଆରକ୍ଷୀ ଅଧିକ୍ଷକଙ୍କ ସୂଚନା ମତେ ବଡରମା ଓ ବାସୁପାଲିରେ ଗତ ୨ ବର୍ଷ ହେଲା ଦେଶୀ ବନ୍ଧୁକ ତିଆରି ଚାଲିଥିଲା।ପୋଲିସ ଖବର ପାଇ ଚଢାଉ କରି ୨୨ ଟି ଦେଶୀ ବନ୍ଧୁକ,୨ ଟି ମୋବାଇଲ ଓ ବନ୍ଧୁକ ନିର୍ମାଣ ସାମଗ୍ରୀ ଜବତ କରିବା ସହ ଏହି ବେଆଇନ୍ କାମରେ ସଂପୃକ୍ତ ୩ ଜଣଙ୍କୁ ଜମନକିରା ଓ ଯୁଯୋମୁରା ପୋଲିସ ଗିରଫ କରିଛନ୍ତି।ଗିରଫ ୩ ଜଣ ହେଲେ ବିଦ୍ୟାଧର ପ୍ରଧାନ,ଅରୁଣ ଭୋଇ ଓ ଗଣେଷ ସିଂ। ଆଜି ସେମାନଙ୍କୁ କୋର୍ଟକୁ ଫରୱାଡ କରିବା ପରେ ଜାମିନ ନମିଳିବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଏମାନଙ୍କ ନାମରେ ବିଭିନ୍ନ ଥାନାରେ ପୁର୍ବରୁ ବହୁ ଅପରାଧିକ ମାମଲା ରହିଥିବା ଏସପି ସୂଚନା ଦେଇଛନ୍ତି।