September 21, 2024

ମା ଙ୍କ ନବଦିନ ଯାତ୍ରା ଆରମ୍ବ…..

Share

 

 

ଉମରକୋଟ,ମା ଜଗତ ଜନନୀ ଠାକୁରାଣୀ ଙ୍କ ନବଦିନାତ୍ମକ ଯାତ୍ରା ଆଜିଠାରୁ ଆରମ୍ଭ। ପୌରାଣିକ କଥା ବସ୍ତୁ ଅନୁଯାଇ ମା ନିଜ ବାପ ଘରକୁ ଯାଇ ନବଦିନ ଯାଏଁ ସହର ପରିକ୍ରମା କରି ଲୋକଙ୍କ ଦୁଃଖ ଲାଘବ କରିବା ସହ ସୁଖ ଶାନ୍ତି ପାଇଁ ଆଶ୍ରିବାଦ କରିଥାନ୍ତି । ସୂଚନା ଅନୁଯାଇ ମଙ୍ଗଳା ମନ୍ଦିର ରୁ ମାଙ୍କ ଘଣ୍ଟ ଅଣାଯାଇଥିଲା ମା ଙ୍କ ପୂଜକ ଭୁବନ ପୂଜାରି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ସମସ୍ତ ପୂଜା କାର୍ଯ୍ୟ କରାଯାଇଥିଲା ପରେ ମହା ଆଡମ୍ବର ରେ ଏକ ଶୋଭା ଯାତ୍ରା ମାଧ୍ୟମରେ ମା ଙ୍କୁ ଜଗନ୍ନାଥ ମନ୍ଦିର ନିକଟସ୍ଥ ଆସ୍ଥାୟୀ ମନ୍ଦିର କୁ ନିଆଯିବ ଏବଂ ମଙ୍ଗଳବାର ଗ୍ରାମବାସୀ ଦର୍ଶନ କରିବା ସହ ମାନସିକ ଧାରୀ ଭକ୍ତ ମାନେ ମୁଆଁ ପଣା ଭୋଗ କରିଥାନ୍ତି। ବୁଧବାର ଠାରୁ ସୋମବାର ଯାଏଁ ମାଙ୍କ ଘଣ୍ଟ ସହରର ପ୍ରତ୍ୟକ ସାହି ପରିକ୍ରମା କରିଵେ।ମା ଙ୍କ ନବାଡିନ ଯାତ୍ରା ପାଇଁ ଉମରକୋଟ ସହର ଏବେ ଚଳଚଞ୍ଚଳ ହୋଇ ଥିବା ବେଳେ ଭକ୍ତି ମୟ ପରିବେଶ ଦେଖିବାକୁ ମିଳିଛି। ମା ବାପ ଘରକୁ ଯିବା ସମୟରେ ଆତସବାଜି, ବାଜା , ଡିଜେ ର ଶବ୍ଦରେ ସହର କମ୍ପି ଉଠିଥିଲା ।ବାଜା ଓ ଡିଜେ ର ତାଳେ ତାଳେ ଗୀତ ନାଚର ଆସର ଜମିଥିବା ଦେଖିବାକୁ ମିଳିଥିଲା ।ଏହି ଯାତ୍ରା ଦେଖିବା କୁ ଆଖପାଖ ଅଞ୍ଚଳ ସହ ପଡୋଶୀ ରାଜ୍ୟ ଛତିଶଗଡ ରୁ ଭକ୍ତ ଆସିଥାନ୍ତି। ମୀନା ବଜାର ରେ ମହାରାଷ୍ଟ୍ର , ପଡୋଶୀ ରାଜ୍ୟ ଛତିଶଗଡ, ଆନ୍ଧ୍ରର ବ୍ୟବସାୟୀ ମାନେ ଅନେକ ଘର କରଣା ଉପକରଣ , ଘର ସଜା ଓ ହସ୍ତକଳା ସାମଗ୍ରୀ ଷ୍ଟଲ ପଡିଥିବା ଦେଖିବାକୁ ମିଳିଛି।ଏହି ସମୟରେ ସହର ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମାଁଙ୍କ ଆଶିଷ ନେଇଥିଲେ। ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମାନଙ୍କ ପୂଜା କାର୍ଯ୍ୟ ଶାନ୍ତିପୂର୍ଣ ଭାବେ ସମ୍ପନ କରିବା ପାଇଁ ସମସ୍ତ ଚେଷ୍ଟା କରିଥିଲେ। ପ୍ରବଳ ଭିଡ଼ କୁ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ସୁ ବ୍ୟବସ୍ତା କରାଯାଇଥିଲା(ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)