September 21, 2024

ଜୟଦେବ ପରିଡ଼ାଙ୍କୁ ଉମରକୋଟ ର ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନୀତ………

Share

 

 

ଉମରକୋଟ – ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଟାଣୁଆ ନେତା,ବିଭିନ୍ନ ସଂଘଠନ ସହ ଜଡିତ ଜଣେ ବ୍ୟକ୍ତିତ୍ଵ ତଥା ବିଶିଷ୍ଟ ସମାଜ ସେବୀ ଜୟଦେବ କୁମାର ପରିଡ଼ା ଙ୍କୁ ଉମରକୋଟ ର ଶ୍ରେଷ୍ଠ ନାଗରିକ ସମ୍ମାନ ରେ ସମ୍ମାନୀତ କରା ଯାଇଛି। ଉମରକୋଟ ଗୁଲିପାଟଣା ସାହି ଠାରେ ଥିବା ବାବା ବୈଦ୍ୟନାଥ ମନ୍ଦୀର ପ୍ରାଙ୍ଗଣରେ ଆୟୋଜିତ ହେଇଥିବା ମହା ବିଷୁବ ସଂକ୍ରାନ୍ତି ଓ ଓଡିଆ ନବ ବର୍ଷ ପାଳନ ଅବସର ରେ ନାଗରିକ ସମ୍ବର୍ଦ୍ଧନା କମିଟି ଓ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥଶ୍ୱର କମିଟି ର ମିଳିତ ଆନୁକୁଲ୍ୟ ରେ ଏହି ସମ୍ବର୍ଦ୍ଧନା ଶ୍ରି ପରିଡ଼ା ଙ୍କୁ ଏହି ସମ୍ମାନ ରେ ସମ୍ମାନୀତ କରା ଯାଇଛି।
ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଦୂର୍ଗ କୁ ଭାଙ୍ଗି ସେତେବେଳ ର ଜନତା ଦଳ
ର ୧୧ ଜଣ ବିଧାୟକ ଙ୍କୁ ବିଜୟୀ କରିବା ରେ , ୧୯୭୫ ଜାତୀୟ ଜରୁରୀ କାଳୀନ ପରିସ୍ଥିତ ରେ ୧୮ ମାସ ରେ ଜେଲ ରେ ରହିବା, ଏହି ଅଂଚଳ ରେ ଶିକ୍ଷା ର ବିକାଶ, ଯେକୌଣସି ମନ୍ଦିର ଓ ଧର୍ମ କାର୍ଯ୍ୟରେ ଆର୍ଥିକ ଅନୁଦାନ ଦେବା, ଗରିବ ଛାତ୍ର ଛାତ୍ରୀ ଙ୍କୁ ମେଧା ବୃତ୍ତି ଦେବା, କୃଷକ, ଖଲାସୀ ମାନଙ୍କ ର ହେଉଥିବା ଅନ୍ୟାୟ ବିରୋଧ ରେ ସ୍ଵର୍ ଉତ୍ତଳନ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଉଲ୍ଲେଖନୀୟ ଅବଦାନ ଇତ୍ୟାଦି ପାଇଁ ଶ୍ରୀ ପରିଡ଼ାଙ୍କୁ ଏହି ପୁରସ୍କାର ପ୍ରଦାନ କରଯାଇଛି। ଶ୍ରୀ ପରିଡ଼ା ଙ୍କୁ ଏକ ମାନ ପତ୍ର ଓ ଉତ୍ତରୀୟ ପ୍ରଦାନ କରା ଯାଇଛି। ଅତିଥି ଭାବରେ ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ସୁରେନ୍ଦ୍ର ନ।ଥ ଦାସ, ଓରିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ବଲ୍ଲଭ କୁମାର ରାଉତ, ଓଡ଼ିଆ ବିଭାଗ ର ପ୍ରାଧ୍ୟାପକ ଡକ୍ଟର ଶେଷାନନ୍ଦ ମିଶ୍ର, ଶିକ୍ଷକ ଡକ୍ଟର ପ୍ରଦୀପ କୁମାର ମିଶ୍ର, ପୁର୍ବତନ ନଗରପ।ଳ ଝ।ଡେଶ୍ଵର ମହାନ୍ତି, ଟୁଲୁ ସାହୁ, ବିଷ୍ଣୁ ପ୍ରସାଦ ପଟନାୟକ ଓ ବାଲାଜୀ ବେହେରା ପ୍ରମୁଖ ଉପସ୍ଥିତ ରହି ରହି ଶ୍ରୀ ପରିଡ଼ା ଙ୍କୁ ଏହି ସମ୍ମାନ ରେ ସମ୍ମାନୀତ କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)