September 21, 2024

ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟନ

Share


କଲ୍ୟାଣସିଂହପୁର-୧୫/୪(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା ପଡ଼ିଆରେ ଜୟ ଦୁର୍ଗା କ୍ଳବ ପକ୍ଷରୁ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ନୀଳମାଧଵ ହିକକା ଯୋଗଦେଇଥିବା ବେଳେ କୁମାର ସ୍ୱାମୀ କୌଶଲ୍ୟା, ଗୁଡୁଲ୍ଲା ପ୍ରସାଦ ରାଓ,ସିହେଚ ନାଗେଶ ରାଓ ସରପଞ୍ଚ ଗୌତମ ବାର୍ଲି ,ପାର୍ଷାଲି ସରପଞ୍ଚ ବାମ କାଡ୍ରାକା ଉପସ୍ଥିତ ରହି ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଟ ଉଦଘାଟନ କରିଥିଲେ ।ଉଦଘାଟନି ମ୍ୟାଚରେ କରଞ୍ଜ। ସହ ପୂଜାରିଗୁଡା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ।ଏଥିରେ କରଞ୍ଜ। ଦଳ ଟସ ଜିତି ପ୍ରଥମ ବ୍ୟାଟିଙ୍ଗ କରିଥିଲେ ।୧୨ ଓଭର ମ୍ୟାଚ ରେ ସମସ୍ତ ଉଇକେଟ ହରାଇ ୬୬ରନ କରିଥିଲେ ।ପୂଜାରିଗୁଡା ଦଳ ୬୬ରନ କୁ ପିଛା କରି ୧୨ ଓଭରକୁ ୪ଟି ବୋଲ ବାକି ଥାଇ ଜିତି ନେଇଥିଲା ।ଏଥିରେ ରବି ମାର୍ଥା ସର୍ବାଧିକ ୪୦ରନ ସଂଗ୍ରହ ଆଉଟ ନ ହୋଇ ଦଳ କୁ ଜିତାଇ ଥିବାରୁ ଅତିଥିଙ୍କୁ ଦ୍ୱାରା ପ୍ଲେୟର ଅଫ ଦି ମ୍ୟାଚ ରେ ଟ୍ରଫି ପ୍ରଦାନ କରାଯାଇଛି । ଏହି ମ୍ୟାଚକୁ ଜି. ସାତିଷ ଓ ତପନ ଦଣ୍ଡସେନା ପରିଚାଳନା କରିଥିଲେ । ଉକ୍ତ ଜିଲ୍ଲାସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୩୨ ଟି ଦଳ ଭାଗ ନେଇଛନ୍ତି ।ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ଦଳ ର ପ୍ରତିଯୋଗିତା କରାଯିବ ବୋଲି ଜୟ ଦୁର୍ଗା କ୍ଳବ ତରଫରୁ ଜଣାପଡିଛି । ଯେଉଁ ଦଳ ଫାଇନାଲରେ ବିଜୟୀ ହେବ ସେହି ଦଳକୁ ଟ୍ରଫି ସହ୨୦ହଜାର ଟଙ୍କା ଓ ଉପ ବିଜେତାକୁ ଟ୍ରଫି ସହ୧୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଜଣାପଡିଛି ।