September 21, 2024

ଆଦିବାସୀ ଙ୍କ ହିରେଇ ପର୍ବ ପାଳନ…

Share

 

କଲ୍ୟାଣସିଂହପୁର-୧୫/୦୪(ନିପ୍ର)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର କିଛି ଗାଁରେ ଅପ୍ରେଲ ମାସ ଏକ ତାରିଖରୁ ଆଦିବାସୀ ମାନଙ୍କ ହିରେଇ ପର୍ବ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି। ନିଜ ଗାଁ ମୁଣ୍ଡରେ ଥିବା ଝାଙ୍କିରିଠାରେ ପଶୁବଳି ଛେଳି, କୁକୁଡ଼ା, ପାରା, ଲିଆ ମୁହାଁ ଦୀପଧୂପ ଜାଳି ପୂଜା ପାଠ କରି ଥାନ୍ତି । ଆଉ ରାସ୍ତା ମଝିରେ ଗୋଟିଏ ବାଉଁଶ ରଖି ରାସ୍ତା ଯାତାୟତ କରୁଥିବା ଯାନବାହନ ଅଟକାଇ ଲୋକଙ୍କ ଠାରୁ ଖୁସିରେ କିଛି ଟଙ୍କା ମାଗି ମଦ ପାଣି ପିଇ ଭୋଜି ଭାତ କରି ନାଚ ଗୀତଗାଇ ଧୁମଧାମରେ ଏହି ପର୍ବ ପାଳନ କରିଥାନ୍ତି।ଏହି ହିରେଇ ପର୍ଵ କୁ ପ୍ରତ୍ୟେକ ବର୍ଷ ଅପ୍ରେଲ ମାସ ଏକ ତାରିଖରୁ ଆରମ୍ଭ କରି ମାସ ଶେଷ ଯାଏଁ ପାଳନ କରିଥାହାନ୍ତି । ଅପ୍ରେଲ ମାସକୁ ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ନୂତନ ବର୍ଷ ହିସାବରେ ନିଜ ନିଜ ଗାଁରେ ଥିବା ଝାଙ୍କିରି ବା ଗ୍ରାମ ଦେବୀ ଙ୍କ ନିକଟରେ ନୂଆବିହନ ମୁଠି ଚାଷ କାମ ବା ହଳ ଲଙ୍ଗଳ ଚଷା କାମ ଆରମ୍ଭ କରିଥାନ୍ତି। ନୂଆ ଶାଢ଼ୀ ଡ୍ରେସ ପିନ୍ଧି ସଜବାଜ ହୋଇ ଘରେ ଘରେ ପିଠା, ପଣା, କରି ଧୁମଧାମରେ ପର୍ଵ ପାଳନ କରିଥାନ୍ତି ।