ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ସମାଜ ସେବାକୁ ମୂଳ ଲକ୍ଷ୍ୟ କରି କାର୍ଯ୍ୟରତ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟର ପ୍ରଥମ ବାର୍ଷିକ ଉତ୍ସବ ଗୀତ ଗୋବିନ୍ଦ ସଦନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ବରିଷ୍ଠ ପ୍ରଶାସକ ଡ ବି.କେ ଦେବବ୍ରତ ସ୍ବାଇଁ, ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ସରୋଜ କର , ବିଜେପି ଭୁବନେଶ୍ଵର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର , ବିଜେପି କୃଷକ ମୋର୍ଚ୍ଚା ସଭାପତି ଦିଲ୍ଲୀପ ସ୍ୱାଇଁ, ମାଗୁଣି ଚରଣ ସେଠୀ ପ୍ରମୁଖ ଯୋଗ ଦେଇ “ଏକ ସୁସ୍ଥ ସମାଜ ଗଠନରେ ଟ୍ରଷ୍ଟଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ” ବୋଲି ମତପୋଷଣ କରିଥିଲେ। ଟ୍ରଷ୍ଟର ବର୍ଷପୂର୍ତ୍ତି ଅବସରରେ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟର ତଥ୍ୟ ଓ ଉପଲବ୍ଧି ପ୍ରସ୍ତୁତ କରାଯାଇଥିଲା। ଗତ ଏକ ବର୍ଷ ଧରି ଶିକ୍ଷା ସହାୟତା, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଓ ଆବଶ୍ୟକମାନଙ୍କୁ ସାହାଯ୍ୟ ପ୍ରଦାନ ଭଳି କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜନ କରାଯାଇଥିବା ସୂଚନା ଦିଆଯାଇଥିଲା।ଏହି ଅବସରରେ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଦୀନବନ୍ଧୁ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ରଞ୍ଜନ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
