April 28, 2026
ajiro khabar
Share

 

 

ରାଜ୍ୟ ବିଧାନସଭା ଅଧିବେଶନ ୧୭ ତାରିଖରୁ। ବିରୋଧୀଙ୍କ ହାତରେ ପ୍ରସଙ୍ଗ: ଧାନ, ମହାନଦୀ, ଟାଟା ସ୍ମାର୍ଟ ମିଟର ଦୁର୍ନୀତି।

 

ଆସନ୍ତା ୨୦ ତାରିଖରେ ରାଜ୍ୟ ବଜେଟ୍। ବିଭିନ୍ନ ଭତ୍ତା ଓ ମାଗଣା ଯୋଜନା ପାଇଁ ଟଙ୍କା ନାହିଁ। ଦେଢ଼ ଲକ୍ଷ କୋଟି ଟଙ୍କା ଟପିବ ଋଣ ଭାର।

 

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟର ଦେଢ଼ ଘଣ୍ଟା ପୂର୍ବରୁ ଉଠିଲା ମହାଦୀପ।

 

ଢେଙ୍କାନାଳ କପିଳାସ ପୀଠରେ ସେବାୟତ ଓ ପୁଲିସ ଗଣ୍ଡଗୋଳ, ସେବାୟତଙ୍କ ଧାରଣା, ୩ ଘଣ୍ଟା ନୀତି ବିଳମ୍ବ।

 

ଲିଙ୍ଗରାଜ ମନ୍ଦିରର ଧାଡ଼ି ଦର୍ଶନରେ ଭିଆଇପି ବ୍ୟବସ୍ଥାକୁ ନେଇ ଅସନ୍ତୋଷ, ମହିଳା ଭକ୍ତ ଅସୁସ୍ଥ।

 

ନୂଆ ଓଡ଼ିଶା ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ ନୀତି ଆସୁଛି। ଛୁଟି ଆସିବେ ପର୍ଯ୍ୟଟକ।

 

ଭୁବନେଶ୍ୱରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଗାୟିକା ଗୀତା ପଟ୍ଟନାୟକଙ୍କ ହୃଦଘାତରେ ମୃତ୍ୟୁ।

 

ରାୟଗଡା ଜିଲ୍ଲା ମୁନିଗୁଡା ବନାଞ୍ଚଳ‌ରେ ବାଘ ଆତଙ୍କ, ବାଛୁରି ମାରି ଖାଇଲା।

 

ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ କର୍ମଚାରୀ ମଦ୍ୟପାନ କରୁଥିବା ଭିଡିଓ ଭାଇରାଲ।

 

ନୟାଗଡ଼ ପୁରୁଣା ସହର ଦକ୍ଷିଣକାଳୀ ପଡ଼ିଆରେ ଗଣ୍ଡଗୋଳ, କ୍ରିକେଟ ଖେଳରୁ ବାଡ଼ାବାଡି, ଦୁଇ ଗୁରୁତର।

 

ରାୟଗଡ଼ାରେ ସାମ୍ବାଦିକ ସମେତ ୨ ନକଲି ମାଓବାଦୀ ଗିରଫ। ନକ୍ସଲ ନାଁରେ ମିଛ ପୋଷ୍ଟର ଲଗାଇଥିଲେ।

 

ଗଂଜାମ ଖଲ୍ଲିକୋଟର ଛାତ୍ର ମିହିର ପ୍ରଧାନ ମୃତ୍ୟୁ ଘଟଣାରେ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ସରକାର।

 

ସମ୍ବଲପୁର ନୁନିଆଁମୁଣ୍ଡାରେ ଜଳିଗଲା ଶୀତଳ ଭଣ୍ଡାର, ୧୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ।

 

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ସମ୍ମୁଖରେ ଷଣ୍ଡ ବୋଝେଇ ବୋଲେରୋ ଧକ୍କାରେ ଭାଙ୍ଗିଲା ଔଷଧ ଦୋକାନ।

 

ସାଲୁର ବାଇପାସ୍‌ରେ ଓଏସଆରଟିସି ବସ୍‌ ଷ୍ଟିଅରିଂ ଜାମ ଯୋଗୁଁ ଦୁର୍ଘଟଣାଗ୍ରସ୍ତ। ୭ ଯାତ୍ରୀ ଗୁରୁତର, ବିଜୟନଗରମ୍‌ ସ୍ଥାନାନ୍ତର।

 

ପୁରୀ ଜିଲ୍ଲା କଣାସରେ ପାନୀୟ ଜଳକୁ ନେଇ ହାହାକାର ସ୍ଥିତି, ନଦୀ ଶଯ୍ୟା ପାଲଟିଛି ପିଲାଙ୍କ ଖେଳ ପଡ଼ିଆ।

 

ରାଜଧାନୀରେ ଡିଜିଟାଲ ମିଡ଼ିଆ ଏଡିଟରର୍ସ ଏବଂ ଓନରର୍ସ କାର୍ଯ୍ୟକାରିଣୀ ବୈଠକ, ଲୋଗୋ ଉନ୍ମୋଚିତ।

 

ବୌଦ୍ଧର ଧଳପୁରଠାରୁ ହରଭଙ୍ଗା ପର୍ଯ୍ୟନ୍ତ ଜଗନ୍ନାଥ ସଡ଼କର ପ୍ରଶସ୍ତିକରଣ ପାଇଁ ଚାଲିଛି ଗଛକଟା। ପରିବେଶ ପ୍ରେମୀଙ୍କ ଉଦବେଗ।

 

ଜଗତସିଂହପୁର ନୂଆଗାଁ ବନକ୍ଷେତ୍ର ଜଟାଧାର ସମୁଦ୍ର ବେଳାଭୂମିରେ ପ୍ରତିଦିନ ଶତାଧିକ ଅଲିଭ ରିଡ଼ଲେ କଇଁଛଙ୍କର ଶବ। ପରିବେଶ ପ୍ରେମୀଙ୍କ ଉଦବେଗ।

 

ଜାତୀୟ ମାଷ୍ଟର୍ସ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶା ୧୧ ପଦକ ଜିତିଛି।

 

ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ କଟକର ଚେସ୍ ଖେଳାଳି ହର୍ଷିତ ସାହୁ ଫିଡେ ମାଷ୍ଟର ଉପାଧି ପାଇଲେ।

 

ଆସନ୍ତା ୧୭ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ। ନୂଆ ବିଧାୟକ, କର୍ଯ୍ୟକର୍ତ୍ତା ନେବେ ଟ୍ରେନିଂ।

 

ମୁମ୍ବାଇରେ ମୁଲୁଣ୍ଡ ମେଟ୍ରୋ ପିଲର ଭୁଶୁଡ଼ିବା ମାମଲାରେ ନିମ୍ନ ମାନର କାମ ଯୋଗୁଁ ୫ ଜଣ ଗିରଫ।

 

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ନୂଆ ଫୁଟେଜ୍, ଦୁର୍ଘଟଣା ପରେ ଭଗ୍ନାବଶେଷରେ ବିସ୍ଫୋରଣ। ଷଡଯନ୍ତ୍ରର ସନ୍ଦେହ।

 

ଦିଲ୍ଲୀ ସରକାରଙ୍କ କଡ଼ା ନିର୍ଦ୍ଦେଶ,୧୦ ବର୍ଷ ପୁରୁଣା ଡିଜେଲ ଓ ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ିକୁ ଜବତ କରି ସ୍କ୍ରାପ୍ କରାଯିବ।

 

ଟି-୨୦ ବିଶ୍ବକପରେ ପାକିସ୍ତାନ ହାରିଲା, ୬୧ ରନ୍‌ରେ ଭାରତ ବିଜୟୀ। ନାମିବ୍ଯା ପରାସ୍ତ, ନେପାଳକୁ ହରାଇ ସୁପର -୮ରେ ଓ୍ବେଷ୍ଟ ଇଣ୍ଡିଜ୍।

 

ଭାରତ ଓ ପାକିସ୍ତାନ କ୍ରିକେଟ ବେଳେ ପୁଣି ଥରେ ହାତ ମିଳାଇଲେ ନାହିଁ ସୂର୍ଯ୍ୟକୁମାର ଓ ସଲମାନ।

 

ସିଡନୀରେ ପ୍ରଥମ ମହିଳା ଟି ୨୦ କ୍ରିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ।

 

ସଂସଦକୁ କୁକୁର ନେଇ ଆସିବାରୁ କଂଗ୍ରେସର ରାଜ୍ୟସଭା ସାଂସଦ ରେଣୁକା ଚୌଧୁରୀଙ୍କୁ ସ୍ବାଧୀକର ଭଙ୍ଗ ନୋଟିସ।

 

ଦେଶରେ ବିଭିନ୍ନ ସହରାଞ୍ଚଳ ନବୀକରଣ ପାର୍ଇ ଆସନ୍ତା ପାଞ୍ଚ ବର୍ଷରେ ୪ ଲକ୍ଷ କୋଟି ଟଙ୍କା ନିବେଶ କରିବ କେନ୍ଦ୍ର।

 

ବାଙ୍ଗଲାଦେଶ ନୂଆ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ବାଚସ୍ପତି ଓମ୍ ବିର୍ଲା ଏବଂ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଭାରତ ପକ୍ଷରୁ ରହିବେ।

 

ପାକିସ୍ତାନ ସହ ସମ୍ପର୍କ ବଢ଼ାଇଲା ରୁଷ। ଦୁଇ ଦେଶ ସିଧାସଳଖ ସ୍ଥଳପଥରେ ଯୋଡ଼ି ହେବେ।

 

ଲୋକଙ୍କ ଦାବୀ ପରେ ପାକିସ୍ତାନ ଜେଲରୁ ମୁକୁଳିବେ ଇମ୍ରାନ ଖାନ୍, ଚିକିତ୍ସା ପାଇଁ ହସ୍ପିଟାଲକୁ ହେବେ ସ୍ଥାନାନ୍ତର।

 

ଗତବର୍ଷ ଏଇ ସମୟରେ

 

ସରକାର ୫୦ ହଜାର ନୂଆ ବର୍ଣ୍ଣବୋଧ ଛାପି ୪୭,୭୧୦ ସ୍କୁଲକୁ ପଠାଇବେ ବୋଲି ଯୋଜନା

 

ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡ଼ିଶା ପ୍ରଥମ ହୋଇଥିଲା।

 

୧୧୯ ଭାରତୀୟଙ୍କୁ ଶିକୁଳିରେ ବାନ୍ଧି ଆମେରିକାରୁ ବିମାନ ଅମୃତସରରେ ପହଁଚିଲା।

 

ଆଜି ବିଶ୍ଵ ତିମି ଦିବସ

ଆଜି ଲିଥୁଆନିଆ ସ୍ୱାଧୀନତା ଦିବସ

 

ଆଜି ଜନ୍ମଦିନ: ରିଚାର୍ଡ ମ୍ୟାକ ଡୋନାଲଡ଼, ଆଇଏସ ଜୋହର (ସିନେମା), ୱାସିମ ଜାଫର (କ୍ରିକେଟ), ସୋମା ଆନନ୍ଦ, ମୟଙ୍କ ଅଗ୍ରୱାଲ

 

ଆଜି ତିରୋଧାନ: ଦାଦାସାହେବ ଫାଲକେ

 

ଇତିହାସରେ ଆଜି: (୧୯୧୪) ଲସ ଆଞ୍ଜେଲସରୁ ସାନଫ୍ରାନସିସ୍କୋ ବିମାନ ସେବା ଆରମ୍ଭ/ (୧୯୮୭) ଭାରତୀୟ ନୌସେନାରେ ସବମାରିନରୁ ସବମାରିନ ମିସାଇଲ ଅନ୍ତର୍ଭୁକ୍ତ ହେଲା/ (୨୦୦୧) ଇରାକ ଉପରେ ଆମେରିକା ଓ ବ୍ରିଟିଶ ବିମାନ ଆକ୍ରମଣ/ (୨୦୦୩) ପ୍ରଥମ କ୍ଲୋନ ମେଣ୍ଢା “ଡଲି” କୁ ହତ୍ୟା କରାଗଲା/ (୨୦୦୮) ଭାରତୀୟ ସେନାପାଇଁ ଟାଟା ମୋଟର୍ସ ଦେଲା ନୁଆ ଗାଡି, ଲାଇଟ ସ୍ପେଶାଲିଟି ଭେହିକଲ/ (୧୯୨୩) ମିଶର ରାଜା ତୁତନ ଖାମୁନଙ୍କ ସମାଧି ପିରାମିଡରେ ଖୋଲାହେଲା

====================

*ବନ୍ଦେ ଉତ୍କଳ ଜନନୀ*