୧୬ ଫେବୃଆରୀ ଦେଶବ୍ୟାପୀ ଧର୍ମଘଟ ତାରସିଂ ପଞ୍ଚାୟତ ରୁ ରୁଢାପଦର ପର୍ଯ୍ୟନ୍ତ ୪ ଟି ପଞ୍ଚାୟତରେ ଶୋଭାଯାତ୍ରା, ପ୍ରତିବାଦ ସଭା ଓ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟ ରେ ସ୍ମାରକପତ୍ର ସ୍ବାଧିନତାର ୭୫ ବର୍ଷ ପରେ ମଧ୍ୟ ତାଳଖମଣ, ମଣ୍ଡା ପଥର, ଡାଙ୍ଗିଭୁଇଁ ପାଇଁ ବିଜୁଳି ଆଲୁଅ, ରାସ୍ତା ସାତସପନ

569
Share


ଭଞ୍ଜନଗର, ୧୬/୦୨. ୧୬ ଫେବୃଆରୀ ଦେଶବ୍ୟାପୀ ହରତାଳ ଓ ଗ୍ରାମୀଣ ଭାରତ ବନ୍ଦକୁ ସଫଳ କରିବା ପାଇଁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା, ଟ୍ରେଡ ୟୁନିଅନ ସେସ୍ଟର ଅଫ୍ ଇଣ୍ଡିଆ, ଆଦିବାସୀ ଭାରତ ମହାସଭା, ଅଖିଳ ଭାରତ କୃଷକ ସଭା ନେତୃତ୍ବରେ ତାରସିଂ ଗ୍ରାମ ପଞ୍ଚାୟତ ଠାରୁ ଏକ ଶ୍ରମିକ, କୃଷକ ଓ ଆଦିବାସୀଙ୍କ ଶୋଭାଯାତ୍ରା ବାହାରି ରୁଢାପଦର ପଞ୍ଚାୟତ ପର୍ଯ୍ୟନ୍ତ ଯାଇଥିଲା। ପ୍ରତ୍ୟେକ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଜଗନ୍ନାଥପ୍ରସାଦ ବ୍ଳକର ଉପାନ୍ତ ତାରସିଂ ଅଞ୍ଚଳର କୋକଳବା, ଗାୟାଗଣ୍ଡା, ରୁଢ଼ାପଦର, ତାରସିଂ ଗ୍ରାମ ପଞ୍ଚାୟତ ଅଚଂଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି। କ୍ରାନ୍ତିକାରୀ କୃଷକ ସଭା ର ରାଜ୍ୟ ସମ୍ପାଦକ ତଥା ସଂଯୁକ୍ତ କୃଷକ ମୋର୍ଚା ଓଡ଼ିଶା ର ଆବାହକ ମଣ୍ଡଳୀ ସଦସ୍ୟ ଜଗନ୍ନାଥପ୍ରସାଦ ବ୍ଳକ ଉପାନ୍ତ ଅଚଂଳର ଚାଷୀକୂଳ, ଶ୍ରମିକ ଏବଂ ସାଧାରଣ ଜନଗଣଙ୍କ ଦୟନୀୟ ଅବସ୍ଥା ସହ ତାରସିଂ, କୋକଳବା, ଗାୟାଗଣ୍ଡା, ରୁଢ଼ାପଦର, ଗ୍ରାମପଞ୍ଚାୟର ଆଦିବାସୀ ଓ ଦଳିତ, ଭୂମିହୀନ,” ଚାଷୀ ଓ ଭାଗଚାଷୀଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହେବା ଅତ୍ୟନ୍ତ ନିନ୍ଦନୀୟ।ବିକଶିତ ଓ ଡିଜିଟାଲ ଭାରତବର୍ଷ ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ରାସ୍ତା ଓ ବିଜୁଳି ଆଲୁଅ ଓ ପାନୀୟଜଳ ତାଳଖମଣ, ମଣ୍ଡାପଥର, ଡାଙ୍ଗିଭୂଇଁ ଆଦି ଗ୍ରାମକୁ ନ ଯୋଗାଇବା ସରକାରଙ୍କ ବିଫଳତାକୁ ସୂଚାଉଛି।
କୃଷିର କର୍ପୋରେଟୀକରଣ ବିରୁଦ୍ଧରେ ହେଉଥିବା କୃଷକ ଆନ୍ଦୋଳନକୁ ବର୍ବରୋଚିତ ଭାବେ କେନ୍ଦ୍ର ସରକାରଙ୍କ ଦମନ ନୀତିକୁ ଦୃଢ଼ ନିନ୍ଦା କରିବା ସହ ସ୍ଵାମୀନାଥନ ଆୟୋଗଙ୍କ ସୁପାରିଶ ଅନୁଯାୟୀ କୃଷିଜାତ ସମସ୍ତ ଫସଲର ସର୍ବନିମ୍ନ ସହାୟକ ଦର ଘୋଷଣା, ସର୍ବ ନିମ୍ନ ସହାୟକ ଦରକୁ ଆଇନଗତ ମାନ୍ୟତା, କେନ୍ଦ୍ର ସରକାର ସମସ୍ତ ଜନବିରୋଧ ନୀତି ପ୍ରତ୍ୟାହାର, ଚାଷୀ, ଭାଗଚାଷୀ ଙ୍କୁ ଚାଷୀ ର ମାନ୍ୟତା ଆଦି ପ୍ରସଙ୍ଗ ଉପରେ ଉପସ୍ଥିତ ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ। ଏହି ଶୋଭାଯାତ୍ରା ଓ ହରତାଳ ଆନ୍ଦୋଳନ ରେ କ୍ରାନ୍ତିକାରୀ କୃଷକ ସଭା ଶଙ୍କର ଇନକିଲାବ, ଅଖିଳ ଭାରତ କୃଷକ ସଭା ର ବିପ୍ର ଚରଣ ନାୟକ, ସୁରେନ୍ଦ୍ର ନାଥ ପଟ୍ଟନାୟକ, ଆଦିବାସୀ ଭାରତ ମହାସଭା ର ଟୁନା ମଲ୍ଲିକ, ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ର ମିଟୁ ପ୍ରଧାନ, ପ୍ରକାଶ ବାରିକ, ସୁକାନ୍ତି ଜାନି, ମଞ୍ଜୁଲତା ଜାନି, ଅଞ୍ଜନା ଜାନି, ସନାତନ ଜାନି, ମାନସ ଖିଲାର, ଅରକ୍ଷିତ ଜାନି ଆଦି ସାମିଲ ହୋଇଥିଲେ।