November 23, 2024

ଦଳ ସୁପ୍ରିମ ଉପରେ ଆଶାୟୀଙ୍କ ନଜର…………..

Share

ଉମରକୋଟ ନିର୍ବାଚନ ମଣ୍ଡଳୀରେ
ବିଜେଡ଼ି ଶିବିରରେ ଆଶାୟୀଙ୍କ ସଂଖ୍ୟା ବଢ଼ୁଛି

ଉମରକୋଟ- ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସରଗରମ ସେତିକି ବଢ଼ିବାରେ ଲାଗିଛି l ଏହାରି ଭିତରେ ନବରଙ୍ଗପୁର ଜିଲ୍ଳା ଉମରକୋଟ ନିର୍ବାଚନ ମଣ୍ଡଳୀରେ ବର୍ତ୍ତମାନ ବିଜେପି ଅଧିନରେ ରହିଥିବା ବେଳେ ଏହାକୁ ବିଜେଡ଼ି କିଭଳି ନିଜ ଅକ୍ତିଆରକୁ ନେବ ସେ ନେଇ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନେତା ଗୋଟି ଚାଳନା ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଧାୟକ ପ୍ରାର୍ଥି କୁ ନେଇ ଦଳ ସସପେନ୍ସ ରଖିଥିବା ବେଳେ ଦଳର ସୁପ୍ରିମୋ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ସମୟ କହିବ କିନ୍ତୁ ଦଳରେ ଏକାଧିକ ନେତାଙ୍କ ନାମ ଆଶାୟୀ ତାଲିକାରେ ରହିଥିବା ବେଳେ ବର୍ତ୍ତମାନ ଏହି ତାଲିକାରେ ପୁଣି ଜଣଙ୍କ ନାମ ଯୋଡିହୋଇ ଯାଇଛି। ଯୁବ ଚେହେରା ଡାକ୍ତର ସୁରେଶ ଝାଙ୍କରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି l ଉମରକୋଟ ନିର୍ବାଚନ ମଣ୍ଡଳୀରରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ତାଲିକାରେ ଜଣେ ଲେଖାଏଁ ନାମ ହୋଇ ଯାଇଥିବା ବେଳେ ବିଜେଡ଼ି ଶିବିରରେ କେତେ ବେଳେ କାହା ନାମ ଚର୍ଚ୍ଚା ହେଉଛି ଜଣା ପଡ଼ୁନାହିଁ l ପୂର୍ବରୁ ଅନେକ ଚେହେରା ଚର୍ଚ୍ଚା ପରିସରକୁ ଆସିଛି ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ବର୍ତ୍ତମାନ ରାଇଘର ବ୍ଲକ ଅଧ୍ୟକ୍ଷା ନବିନା ନାୟକ , ଆଉ କେତେ ବେଳେ ଉମରକୋଟ ଅଂଚଳର ଅନେକ ନେତା ଆଶାୟୀ ବୋଲି ମଧ୍ଯ ଚର୍ଚ୍ଚା ହେଉଛି ସତ କିନ୍ତୁ ଏହି ଆଶାୟୀ ଦୌଡରେ କିଏ କିଏ ଭାଗ ନେଇଛନ୍ତି ତାହା କାହା ପାଖରେ ତଥ୍ଯ ନାହିଁ l ଦଳର ଦାୟିତ୍ଵ ଭାବେ କାର୍ଯ୍ୟ କରି ଆସୁଥିବା ଅନେକ ନେତା ଆଶାୟୀ ରହିବା ସ୍ଵାଭାବିକ କିନ୍ତୁ ଦଳ ସୁପ୍ରିମ ଯାହା ନିଷ୍ପତି ନେବେ ତାହା ସମସ୍ତେ ଗ୍ରହଣ କରିବେ l ଆଶାୟୀ ତାଲିକା ମଧ୍ୟରେ ବର୍ତ୍ତମାନ ପୁଣି ଜୋଡ଼ି ହୋଇଥିବା ରାଇଘର ବ୍ଲକ ମାଓ ପ୍ରବଣ ତଥା ଦୁର୍ଗମ ଟିମନପୁର ପଞ୍ଚାୟତ ଅନ୍ତର୍ଗତ କଲିଆପଦର ଗ୍ରାମର ଡାକ୍ତର ସୁରେଶ ଝାଙ୍କର ଯିଏ କି ଛାତ୍ର ଜୀବନରୁ ଗଣ୍ଡୱାନା ସଂଘ ଓ ସେବା କାର୍ଯ୍ଯରେ ଜଡ଼ିତ ରହିଥିଲେ l ୨୦୧୫ ମସିହାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଗଣ୍ଡୋୱାନା ଛାତ୍ର ସଂଘ ରାଜ୍ୟ ସଭାପତି ଦାୟିତ୍ବରେ ରହିଥିବା ବେଳେ ୨୦୧୮ ମସିହାରୁ ଡାକ୍ତର ଭାବେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସବ ଡିଭିଜନ ମେଡ଼ିକାଲ ରୁ କ୍ୟାରିଅର ଆରମ୍ଭ କରିଥିଲେ l ବର୍ତ୍ତମାନ ଶ୍ରୀ ଝାଙ୍କର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଡେଙ୍ଗପଦର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭାବେ ଦାୟିତ୍ଵ ତୁଲାଇ ଆସୁଛନ୍ତି l ନିକଟରେ ରାଜ୍ୟ ସରକାର ଗଣ୍ଡୱାନା ଭବନ ସହ ନାନା ଯୋଜନା ଘୋଷଣା ପରେ ଗଣ୍ଡ ସମାଜ ପକ୍ଷରୁ ସରକାରଙ୍କୁ ସମ୍ବର୍ଦ୍ଧନା ସଭା ଠାରୁ ଆରମ୍ଭ କରି ନାନା କାର୍ଯକ୍ରମରେ ଡାକ୍ତର ସୁରେଶ ଝାଙ୍କର ଆଗ ଧାଡିରେ ରହିବା ସହ ନେତୃତ୍ବ ନେତା ଚିତ୍ର ଦେଖିବାକୁ ମିଳିଥିଲା l ଏହାକୁ ନେଇ ବର୍ତ୍ତମାନ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଡାକ୍ତର ସୁରେଶ ଝାଙ୍କର କୁ ନେଇ ଜୋରଦାର ଚର୍ଚ୍ଚା ବଢ଼ିବାରେ ଲାଗିଛି l ବର୍ତ୍ତମାନ ସୁଦ୍ଧା ଦଳ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଡାକ୍ତର ସୁରେଶ ଝାଙ୍କର ମଧ୍ଯ ଆଶାୟୀ ତାଲିକାରେ ରହିଥିବା ନେଇ ଚର୍ଚ୍ଚା ଚାଲିଛି l ତେବେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଏହି ତାଲିକାରେ ପୂର୍ବରୁ ଅନେକ ନେତାଙ୍କ ନାମ ଜୋଡ଼ି ହୋଇଛି ସତ ଦଳ ଯାହା ନିଷ୍ପତି ନେବ ତାହାକୁ କର୍ମୀ ଗ୍ରହଣ କରିବାକୁ ବାଧ୍ୟ l ଅନ୍ୟପଟେ ୩୧ ବର୍ଷୀୟ ଯୁବ ଚେହେରା ଡାକ୍ତର ସୁରେଶ ଝାଙ୍କର ପରିବାରବର୍ଗ ରାଜନୀତି ସହ ଜଡ଼ିତ l ପୂର୍ବତନ ବ୍ଲକ ଅଧ୍ୟକ୍ଷ ଖେଦୁରାମ ଝାଙ୍କର, ବର୍ତ୍ତମାନ ବ୍ଲକ ଉପାଧ୍ୟକ୍ଷ ଗୁପ୍ତ ଝାଙ୍କର ଗୋଟିଏ ପରିବାର ସଦସ୍ୟ ହୋଇଥିବା ବେଳେ ଡାକ୍ତର ସୁରେଶ ମଧ୍ଯ ସେବା ମନବୃତ୍ତି ନେଇ ଚିକିତ୍ସା କ୍ଷେତ୍ରରେ ଦାୟିତ୍ବ ଜାରୀ ରଖିଛନ୍ତି l ଉମରକୋଟ ନିର୍ବାଚନ ମଣ୍ଡଳୀ ସହ ସାରା ରାଜ୍ୟରେ ଗଣ୍ଡ ସମାଜ ଉନ୍ନତି ନିମନ୍ତେ ପ୍ରତ୍ୟେକ ସମୟରେ କାର୍ଯ୍ଯ କରି ଆସୁଥିବା ବେଳେ ସମାଜ କ୍ଷେତ୍ରରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିଲେ ନିଶ୍ଚିତ କରିବି ବୋଲି ପ୍ରକାଶ କରିଛନ୍ତି l ତେବେ ରାଜନୀତି ସହ ପୁରା ପରିବାର ରହିଥିବା ବେଳେ ଚିକିତ୍ସା ସେବା କରି ରହି ଆସିଥିବା ଡାକ୍ତର ସୁରେଶକୁ ନେଇ ବର୍ତ୍ତମାନ ଯେଉଁ ଚର୍ଚ୍ଚା ସୃଷ୍ଟି ହୋଇଛି ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ଯ ତର୍ଜମା କରୁଥିବା ଜଣାପଡ଼ିଛି l ସ୍ଥାନୀୟ ଅଂଚଳରେ ଯୁବ ଚେହେରା ଡାକ୍ତର ସୁରେଶଙ୍କ ଲୋକ ସମ୍ପର୍କ ଭଲ ରହିଥିବା ବେଳେ ଉମରକୋଟ ନିର୍ବାଚନ ମଣ୍ଡଳୀରେ ଦଳୀୟ ଟିକେଟ ମିଳିଲେ ନିଶ୍ଚିତ ଭାବେ ରାଜନୀତିକୁ ଓହ୍ଲାଇବି ବୋଲି ଡ଼ାକ୍ତର ସୁରେଶ ଝାଙ୍କର ପ୍ରକାଶ କରିଛନ୍ତି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଭୋଟ ବ୍ୟାଙ୍କ ହାତେଇବା ନିମନ୍ତେ ତିନି ଦଳ ସ୍ବତନ୍ତ୍ର ଭାବେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଜେପି ପକ୍ଷରୁ ନିତ୍ୟା ନନ୍ଦ ଗଣ୍ଡ, କଂଗ୍ରେସ ସନରାଜ ଗଣ୍ଡ ଦଳର ପ୍ରାର୍ଥୀ ହେବା ନେଇ ନିଶ୍ଚିତ ରହିଥିବା ବେଳେ ବିଜେଡ଼ି ଟିକେଟରେ କିଏ ପ୍ରାର୍ଥୀ ହେଉଛି ଏହା ଉପରେ ସମସ୍ତଙ୍କର ନଜର ରହିଛି l ଅନ୍ୟ ପଟେ ଉମରକୋଟ ନିର୍ବାଚନ ମଣ୍ଡଳୀ ସମସ୍ୟାକୁ ଗୁରୁତ୍ବ ଦେଇ ଦଳ ବିଭିନ୍ନ ନେତାଙ୍କୁ ପଦ ପଦବୀରେ ନିଯୁକ୍ତି ଦେଇ କାର୍ଯ୍ୟ ସମ୍ପାଦନ କରିବାକୁ ଦାୟିତ୍ୱ ଦେବା ପରେ ଦଳ ଭିତରେ ଆଗ ଭଳି ଗୋଷ୍ଠୀ କନ୍ଦଳ ଚିତ୍ର ସାମ୍ନାକୁ ଆସି ନାହିଁ ସତ କିନ୍ତୁ ଭିତିରିଆ ସମ୍ପର୍କରେ କିଛି ମାତ୍ରାରେ କନ୍ଦଳ ରହିଛି ଯାହା ଲୁଚ କାଳୀ ଖେଳ ପାଲଟିଛି l ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଠାରୁ ରାଇଘର ବ୍ଲକ କବଜା ସହ ଚାରି ଗୋଟି ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ଭଳି ବିଭିନ୍ନ ପଦ ପଦବୀ ହାତେଇବା ପରେ ଦଳ ସୁଦୁଢ଼ ନାଁ ଦେଇ ଥିଲା ସତ କିନ୍ତୁ ଗୋଷ୍ଠୀ କନ୍ଦଳ ଯୋଗୁଁ ପରଚିପାରା ସମିତି ସଭ୍ୟ ଉପ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ହୋଇଥଲା l ଜିଲ୍ଲା ସ୍ତରୀୟ ଓ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ସମସ୍ତ ଘଟଣା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଥିବା ବେଳେ ଦଳରେ ଆଶାୟୀ ତାଲିକା ଦଳ ପାଇଁ ମୁଣ୍ଡ ବ୍ୟଥା ପାଲଟିଛି l(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)