July 21, 2026

ମହାଶିବରାତ୍ରୀ ପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ

IMG-20230216-WA0053
Share

 

ବୁଗୁଡ଼ା : ତା ୧୬/୦୨/୨୩ : ମହାଶିବରାତ୍ରୀ ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ମନ୍ଦିର ପରିଚାଳନା କମିଟି ଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ସହ କାର୍ଯ୍ୟସୂଚୀମାନ ମଧ୍ୟ ପ୍ରକାଶ ପାଇଛି । ଫଳରେ କେତେକ ଶୈବ ପୀଠରେ ନାମଯଜ୍ଞ ଓ ଅନ୍ନଯଜ୍ଞ ହେବାର ଜଣାଯାଇଛି । ବୈଶ୍ବିକ ମହାମାରୀ କରୋନା ହେତୁ ଗତ ଦୁଇ ବର୍ଷ ମହାଶିବରାତ୍ରୀରେ ଭକ୍ତଙ୍କ ପାଇଁ ପ୍ରଶାସନିକ କଟକଣା ରହିଥିଲା ବେଳେ ଚଳିତ ବର୍ଷ ପରିସ୍ଥିତି ସ୍ବଭାବିକ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ଏ ବର୍ଷ ଶୈବପୀଠ ଗୁଡିକରେ ପ୍ରବଳ ଭିଡ ହେବାର ସମ୍ଭାବନା ରହିଥିବାରୁ ଶ୍ରଦ୍ଧାଳୁ କିପରି ଶାନ୍ତି ଶୃଙ୍ଖଳାର ସହ ମହାଦେବଙ୍କ ଦର୍ଶନ କରିବେ ଏବଂ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ସହ ଠିକ୍ ସମୟରେ ଯେପରି ମହାଦୀପ ଉଠିବ ସେନେଇ ଯୋଜନା ପ୍ରସ୍ତୁତ ହୋଇଛି ।ଏଥିସହ ମନ୍ଦିର ଗୁଡିକର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗମରା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଶ୍ରଦ୍ଧାଳୁମାନେ ଜାଗର ପର୍ବ ପାଳନ ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାଯାଇଛି ।

You may have missed