ବଣଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନାତା କାର୍ଯ୍ୟକ୍ରମ ଅନୁଷ୍ଠିତ
ରଣପୁର,(ଉପାନ୍ତ ଖବର): ରଣପୁର ବନାଞ୍ଚଳ ତରଫରୁ ବନାଞ୍ଚଳ ସ୍ତରୀୟ ବଣ ଭୋଜି ସ୍ଥଳରେ ପ୍ଲାଷ୍ଟିକ ମୁକ୍ତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନ କାର୍ଯକ୍ରମ କୋଟଗଡ ଅନନ୍ତଗୁମ୍ଫା ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ଥିଲା କିପରି ଆମେ ଆମ ଆଖ ପାଖରେ ଥିବା ବଣ ଭୋଜି ସ୍ଥଳ ଗୁଡିକ ପ୍ଲାଷ୍ଟିକ ମୁକ୍ତ କରିବା ଓ ପରିବେଶ ଅନୁକୂଳ ଦ୍ରବ୍ୟ ବ୍ୟବହାର କରିବା । ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ , ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ର, ଛାତ୍ରୀ ଏହି କାର୍ଯ୍ୟକ୍ରମରେ ମିଳିତ ସହଯୋଗରେ କାର୍ଯ୍ୟକ୍ରମ କରଯାଇଥିଲା ମୁଖ୍ୟଅତିଥ୍ୟ ଭାବେ ରାଜସୁନାଖଳା ଗ୍ରାମପଞ୍ଚାୟତର ସରପଞ୍ଚ ଚିତ୍ତ ରଞ୍ଜନ ପ୍ରଧାନ, ମୁଖ୍ୟବକ୍ତା ଭାବେ କୋଟଗଡ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଦାଧର ସାହୁ, ସମ୍ମାନିତ ଅତିଥି ସମାଜସେବୀ ସନ୍ତୋଷ କୁମାର ସାହୁ, ସନାତନ ଦୋରା ଓ ବନଖଣ୍ଡ ଅଧିକାରୀ ସିଧୁ ସିଂ ଏହି କାର୍ଯ୍ୟକ୍ରମ ଯୋଗଦାନ କରି ଶୁଭରାମ୍ଭ କରିଥିଲେ । ରଣପୁର ବନଖଣ୍ଡର ସମସ୍ତ ବନାଞ୍ଚଳ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଭିଭାଷଣରେ ବର୍ତ୍ତମାନ ପ୍ଲାଷ୍ଟିକ ଭଳି ଏକ ବିଷାକ୍ତ ଜିନିଷ କିପରି ଆମ ଦୈନନ୍ଦିନ ଜୀବନରେ ସମ୍ପୃକ୍ତ ହୋଇଯାଇଛି ଓ ଏହା ମାନବ ସମାଜ ଉପରେ କି ପ୍ରକାର କୁପ୍ରଭାବ ପକାଉଛି ତାହା ଉପରେ ବିସ୍ମୃତ ଭାବେ ଆଲୋଚନା
କରିଥିଲେ । ଆମେ କେଉଁ ପଦେକ୍ଷେପ ନେଲେ ଆମ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିପରିବା ତାହା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ସମସ୍ତ ସରକାରୀ କର୍ମଚାରୀ , ଗ୍ରାମ ପଞ୍ଚାୟତର ଗ୍ରାମବାସୀ, ସ୍କୁଲ ଶିକ୍ଷକ ଓ ଛାତ୍ର ଛାତ୍ରୀ ମିଳିମିଶି ବଣ ଭୋଜି ସ୍ଥଳରେ ବହୁ ଦିନରୁ ପଡିଥୁବା ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ଯଥା – ପଲିଥିନ୍, ପାଣି ପାଉଚ, ମସଲା ଜରି, ଜରି ଆବରଣ ପେପର ପ୍ଲେଟ ଇତ୍ୟାଦିକୁ ସଫା କରିବା ସହ ପ୍ଲାଷ୍ଟିକ ମୁକ୍ତ କରାଯାଇଥୁଲା । ବଣ ଭୋଜି ସ୍ଥଳରେ ପ୍ଲାଷ୍ଟିକ ଅଳିଆ ଓ ଅବର୍ଜନା ନକରିବା ପାଇଁ ଶପଥ ପାଠ କରାଯାଇଥିଲା ଏବଂ ସେହି ସ୍ଥଳରେ ଅଳିଆ କୁଣ୍ଡ ରଖା ଯିବା ପାଇଁ ନିଷ୍ପତି ନିଆଯାଇଛି । କୋଟଗଡ଼ ବିଟର ବନରକ୍ଷୀ ଏହାକୁ ସୁ – ପରିଚାଳନା କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
