April 27, 2026

ଆଦାନୀ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଆନ୍ତଃ ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରଥମ ସଂସ୍କରଣରେ କାଳିପଲ୍ଲି ବିଜୟୀ 

IMG-20260116-WA0059
Share

 

ଛତ୍ରପୁର ତା ୧୬/୧/୨୬(ଅରୁଣ କୁମାର ପଣ୍ଡା) ଗୋପାଳପୁର ବନ୍ଦରର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ, ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆନ୍ତଃଗ୍ରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣରେ କାଳିପଲ୍ଲି ପଞ୍ଚାୟତ ବିଜୟ ଲାଭ କରିଛି। କାଳିପଲ୍ଲି ପଞ୍ଚାୟତସ୍ଥିତ ବନ୍ଦରଗାଁ ଖେଳ ପଡିଆଠାରେ ଆୟୋଜିତ ଆଜିର ଫାଇନାଲ ମ୍ୟାଚ୍ କାଳିପଲ୍ଲି ଓ ଏସଏମସିସି ହରିପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କାଳିପଲ୍ଲି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୮ ୱିକେଟ ହରାଇ ୧୪୪ ରନ କରିଥିବା ବେଳେ ଏହାର ଜବାବରେ ଏସଏମସିସି ହରିପୁର ୧୪ ଓଭରରେ ସମସ୍ତ ୱିକେଟ ହରାଇ ୧୧୪ ରନ ସଂଗ୍ରହ କରିଥିଲା । ଫଳରେ କାଳିପଲ୍ଲି ୩୦ ରନ ରେ ବିଜୟ ଲାଭ କରି ଏହି ଟୁର୍ଣ୍ଣାମେଣ୍ଟର ପ୍ରଥମ ଟାଇଟଲ ହାସଲ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ ଦି ସିରିଜ ଏସଏମସିସି ହରିପୁର ଇ ଶ୍ରୀନନୁ ହୋଇଥିଲା ବେଳେ କାଳିପଲ୍ଲି ଟିମ ର ମହେଶ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

 

ଆଜିର ଏହି ଉଦଯାପନି ମ୍ୟାଚରେ ଛତ୍ରପୁର ଉପ ଜିଲ୍ଲାପାଳ ଶ୍ରୀ ଶିବାସିଷ ବରାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିବା ସହ ଜିତିଥିବା ଟୀମକୁ ଟ୍ରୋଫ଼ି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ସମ୍ପର୍କ ମୁଖ୍ୟ ଶ୍ରୀ ଭକ୍ତବନ୍ଧୁ ଶତପଥୀ ଓ ସିଏସଆର୍ ମୁଖ୍ୟ ଶ୍ରୀ ଦେବଦତ୍ତ ମିଶ୍ରଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ଯୁବପିଢି, ଛାତ୍ରଛାତ୍ରୀ ଓ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ।

 

ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ମୋଟ ଛଅଗୋଟି ପଞ୍ଚାୟତ ଯଥା ଆର୍ଯ୍ୟପଲ୍ଲୀ, କଣମଣା, ଶ୍ରୀରାମଚନ୍ଦ୍ରପୁର, କାଳିପଲ୍ଲି, ଚମାଖଣ୍ଡି ଓ ଅଗସ୍ତି ନୂଆଗାଁର ମୋଟ ଆଠଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।