May 11, 2026

ଐତିହାସିକ ଗଡରୋଡଙ୍ଗରେ ପ୍ରତିଷ୍ଠା ହେଲା ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଗୀତା ପାଠଶାଳା

IMG-20250116-WA0002
Share

୧) *ଐତିହାସିକ ଗଡରୋଡଙ୍ଗରେ ପ୍ରତିଷ୍ଠା ହେଲା ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଗୀତା ପାଠଶାଳା।*।୨) *ଆତ୍ମ ଜାଗରଣ ହିଁ ଆତ୍ମ ଉପଲବ୍ଧି ର ମୂଳ ଉତ୍ସ ।* ବ୍ରହ୍ମଗିରି ତା୧୫/୦୧/୨୦୨୫ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଏକ ଗୀତା ପାଠଶାଳା ଐତିହାସିକ ଗଡରୋଡଙ୍ଗ ଗ୍ରାମରେ ଆଜି ଉଦଘାଟିତ ହୋଇଯାଇଛି। ବ୍ରହ୍ମା କୁମାରୀ ଭଗ୍ନୀ ଋକ୍ମିଣୀ ଦେବୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଆତ୍ମ ଉନ୍ନତି, ବିଶ୍ୱ କଲ୍ୟାଣ ଏବଂ ବିଶ୍ଵଶାନ୍ତି ପ୍ରତିଷ୍ଠା ପାଇଁ ଆତ୍ମଜାଗରଣ,ଆତ୍ମ ଉପଲବ୍ଧି ଆଜିର ସମୟରେ ସବୁଠାରୁ ବଡ ଆବଶ୍ୟକତା ବୋଲି ସେ କହିଛନ୍ତିି। ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ସାମନ୍ତ ପ୍ରସନ୍ନ କୁମାର ରାୟ, ଅଧିବକ୍ତା ଦିଗମ୍ବର ବେହେରା,ଶିକ୍ଷକ ଚରଣ ବେହେରା,ଶିକ୍ଷକ ବ୍ରହ୍ମଚାରୀ ପଲାଇ, ବ୍ରହ୍ମା କୁମାର ମନୋଜ ଭାଇ, ଭଜନ ତୀର୍ଥ ଭାଗିରଥି ଦଳାଇ,ପ୍ରତାପ କୁମାର ମହାନ୍ତି, ନବକିଶୋର ପରିଡ଼ା, ପ୍ରହ୍ଲାଦ ପରିଡ଼ା, ଅଜୟ କୁମାର ସ୍ୱାଇଁ,ପ୍ରସନ୍ନ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଶିକ୍ଷା ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ବସନ୍ତ କୁମାର ରାଉତରାୟ ଏବଂ ଶାନ୍ତିଲତା ରାଉତରାୟ ସଂଯୋଜନା କରିଥିଲେ।ଏହି ଗୀତା ପାଠଶାଳା ପାଇଁ ଶ୍ରୀ ରାଉତରାୟ ଅଢେଇ ଡେସିମିଲି ଭୂମି ପୁରୀ ସାତପଡ଼ା ଜାତୀୟ ରାଜପଥ କଡ଼ରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଦାନ କରିଛନ୍ତି। ପ୍ରତିଷ୍ଠା ଉତ୍ସବକୁ ସନ୍ତୋଷ କୁମାର ରାଉତରାୟ,ବିନୟ କୁମାର ରାଉତରାୟ, ଜ୍ୟୋତିର୍ମୟୀ ରାଉତରାୟ,ବିଭବ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ