September 29, 2026

ବିଜୁ ପ୍ରୀମିୟର ଲିଗ୍ ର ଦ୍ଵିତୀୟ ଦିନ

32435
Share

 

 

ବିଜୁ ଉମରକୋଟ ପ୍ରିମିୟର ଲିଗ ର ଗୁରୁବାର ପ୍ରତିଯୋଗୀତା ର ଦ୍ଵିତୀୟ ଦିନ ଥିଲା। ଦ୍ୱିତୀୟ ଦିନ ରେ ୨ ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚ ମାକଡି ୧୧ ଓ ମହାବୀର ୧୧ ଉମରକୋଟ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହାବୀର ୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୫ ୱିକେଟ ହରାଇ ୧୭୨ ରନ ସଂଗ୍ରହ
କରିଥିଲେ। ଜବାବ ରେ ମାକଡି ୧୧ ଦଳ ୯.୩ ଓଭର ରେ ସମସ୍ତ ୱିକେଟ ହରାଇ ୬୫ ରନ କରି ୧୦୭ ରନ ରେ ମହାବୀର ୧୧ ଠାରୁ ପରାସ୍ତ ହୋଇଥିଲେ। ମହାବୀର ର ଅଧିନାୟକ ଚନ୍ଦନ ବେହେରା ବ୍ୟକ୍ତିଗତ ୪୦ ବଲ ରେ ୭୧ ରନ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

ସେହି ପରି ଦ୍ଵିତୀୟ ମ୍ୟାଚ୍ ମନଷ୍ଟର ୧୧ କଳାହାଣ୍ଡି ଓ କୋରାପୁଟ ହନୁମାନ ସ୍ପୋର୍ଟିଙ୍ଗ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଳାହାଣ୍ଡି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୭ ୱିକେଟ ହରାଇ ୨୦୧ ସଂଗ୍ରହ ରନ କରିଥିବା ବେଳେ କୋରାପୁଟ ଦଳ ଲକ୍ଷ୍ୟ ର ପିଛା କରି ୯.୪ ବଲ ରେ ୧ ୱିକେଟ ହରାଇ ବିଜୟ ଲାଭ କରିଥିଲା । ଏହି ମ୍ୟାଚ ରେ ସନ୍ଦୀପ ପଟନାୟକ ୩୯ ବଲ ରେ ୧୫୯ ରନ କରିଥିଲେ ଯେଉଁଥିରେ କି ୧୯ ଟା ଛକା ୯ଟି ଚଉକା ସାମିଲ ଥିଲା। ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା। ଦ୍ୱିତୀୟ ଦିନର ଖେଳ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା।ଶୁକ୍ରବାର ଦିନର ମ୍ୟାଚ କୁ ଦେଖିବା  ପାଇଁ ଲୋକଙ୍କ ସମାଗମ ଆହୁରି ହେବ ବୋଲି ବିଜୁ ଉମରକୋଟ ପ୍ରିମିର ଲିଗ ର ସଭାପତି ସୁଧାଂଶୁ ଦାସ ସୂଚନା ଦେଇଛନ୍ତି!

You may have missed