November 23, 2026

ପାରାଦୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇ ଚଢାଉ

IMG-20261115-WA0073
Share

ପାରାଦ୍ଵୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଶ୍ରୀମନ ନାରାୟଣ ମିଶ୍ର ଙ୍କ ଘରେ ସିବିଆଇ ରେଡ ଘଟଣା। ଦିର୍ଘ ୭ ଘଣ୍ଟା ର ଚଢାଉ ପରେ ମିଳିଲା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ। ସମସ୍ତ କାଗଜପତ୍ର ସିବିଆଇ ଟିମ୍ ଜବତ କରିବା ସହିତ ସାଙ୍ଗରେ ନେଇଯାଇଛି। ପାରାଦ୍ଵୀପ ରେ ଥିବା ଶ୍ରୀମନ ନାରାୟଣ ମିଶ୍ର ଙ୍କ କ୍ବାଟର ଏବଂ ତାଙ୍କ ଦ୍ବାରା ପରିଚାଳିତ କାନମାସ ନାଟ୍ୟ ସଂସ୍ଥା ର ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି। ଏଥିସହିତ ଏକକାଳୀନ ଶ୍ରୀମନଙ୍କ ଭୁବନେଶ୍ୱର ରଘୁନାଥପୁର ସ୍ଥିତ ଘର ଏବଂ କୁଜଙ୍ଗ ଓ ଏରସମା ତହସିଲ ଅଞ୍ଚଳରେ ତାଙ୍କର ଥିବା ଜମି ର ମଧ୍ୟ ଯାଞ୍ଚ୍ କରାଯାଇଛି। ପାରାଦ୍ଵୀପ ବନ୍ଦର ରେ ଚାକିରି ଆରମ୍ଭ କରିଥିବା ଶ୍ରୀମନ ନାରାୟଣ ମିଶ୍ର ବର୍ତ୍ତମାନ ପାରାଦ୍ଵୀପ ବନ୍ଦର ର ଡେପୁଟି ଟ୍ରାଫିକ ମ୍ୟାନେଜର ଭାବେ କାମ କରୁଛନ୍ତି। ଏହି ବିଭାଗ ଅଧିନରେ ବନ୍ଦର ର ସମସ୍ତ ପଣ୍ୟ ପରିବହନ ଓ ଜାହାଜ ଚଳାଚଳ ନିୟନ୍ତ୍ରଣ ରହିଥାଏ। ତାଙ୍କ ବିରୁଦ୍ଧରେ ଆୟ ବର୍ହିଭୂତ ସମ୍ପତ୍ତି ରହିଥିବା ବିଭିନ୍ନ ସମୟରେ ଅଭିଯୋଗ ହେବା ସହିତ ଇଡି ଓ ଲୋକାୟୁକ୍ତଙ୍କ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା। ଉଭୟ ବିଭାଗର ନିର୍ଦ୍ଦେଶ ରେ ସିବିଆଇ ପକ୍ଷରୁ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି। ତେବେ ସିବିଆଇ ଟିମ୍ କେବଳ କାଗଜପତ୍ର ଜବତ କରିଥିବା ବେଳେ ତାଙ୍କୁ ଗିରଫ କରିନାହିଁ। ରିପୋର୍ଟ ଯାଞ୍ଚ୍ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବା ର ସମ୍ଭାବନା ରହିଛି। ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )

You may have missed