March 12, 2026

ମାତୃପୁରୀର ୩୨ ତମ ପ୍ରତିଷ୍ଠା ଦିବସ ଓ ପବିତ୍ର ଶିଶୁ ଦିବସ ପାଳିତ :

IMG-20251115-WA0000
Share

 

 

ସୁରେନ୍ଦ୍ର କଠାର,ବରଗଡ

ଅତାବିରା ବିଜ୍ଞାପତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃପୁରୀର ୩୨ ତମ ପ୍ରତିଷ୍ଠା ଦିବସ ଓ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଅଛି ।ଏହି ଅବସରରେ ଅଧ୍ୟକ୍ଷ ବବୃବାହାନ ମିଶ୍ର ଙ୍କ ପରିଚାଳନାରେ ତଥା ସଭାପତି ଶ୍ରୀ ଶେଷଦେବ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଲୋକ କବିରତ୍ନ ପଦ୍ମଶ୍ରୀ ଶ୍ରୀ ହଳଧର ନାଗ , ଡ.ତେଜରାଜ ପାତ୍ର , ଅଧ୍ୟକ୍ଷ, ନିଉଟନ୍ କଲେଜ , ସମ୍ବଲପୁର, ବିଶିଷ୍ଟ ସମାଜସେବୀ ତଥା ଅଧ୍ୟକ୍ଷ ମାହେଶ୍ୱରୀ ଗ୍ରୁପ ଶ୍ରୀ ଫକୀର କର୍ଣ୍ଣ , ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ନିରଂଜନ ପାସାୟେତଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯକ୍ରମ ରେ ମିଲନିକା ନନ୍ଦଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। ପରେ ସରିତା ପ୍ରଧାନ ଙ୍କ ତତ୍ତ୍ୱାବଧାନରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯକ୍ରମ ପରିବେଷିତ ହୋଇଥିଲା। ଦ୍ବିତୀୟ ପର୍ଯ୍ୟାୟ ରେ ଗିରିଜା ସାହୁଙ୍କ ସଂଯୋଜନାରେ ମାତ୍ରୁସମ୍ମିଲନୀ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଶ୍ରୀମତୀ ସୁଷମା ଦାଶ ଅଧ୍ୟାପିକା, କଳାପାଣି କଲେଜ, ଡ.ଲିଜା ବିଶି,ସ୍ତ୍ରୀ ରୋଗ ଓ ପ୍ରସୂତୀ ବିଶେଷଜ୍ଞ ,ଅତାବିରା,ଶ୍ରୀମତୀ ଜୟନ୍ତୀ ସିଂହ,ଆବାହିକା ମହିଳା ପାଠଚକ୍ର ସଂଗଠନ ,ବରଗଡ଼ ,ଶ୍ରୀମତୀ ତପସ୍ୱିନୀ ମହାପାତ୍ର ଆବାହିକା , ଶ୍ରୀଅରବିନ୍ଦ ସାହିତ୍ୟ ପରିଷଦ,ବରଗଡ଼,ଶ୍ରୀମତୀ ଲଲିତା ପ୍ରଧାନ ବ୍ଲକ ଆବାହିକା ,ଶ୍ରୀମତୀ ସୁଶ୍ରୀ ପ୍ରଧାନ,ସଭାନେତ୍ରୀ ଶ୍ରୀଅରବିନ୍ଦ ପାଠଚକ୍ର ,ମାତୃପୁରୀ , ବରିଷ୍ଠ ଅପା ଶ୍ରୀମତୀ ଜୟଶ୍ରୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ପରିଚାଲନା କମିଟି ର ଉପ ସଭାପତି ଶ୍ରୀ ଅରୁଣ କୁମାର ହୋତା,ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ଜୟପ୍ରକାଶ ଅଗ୍ରୱାଲ,ଶ୍ରୀ ଅମିତ ମିଶ୍ର,ଶ୍ରୀ ଶରତ ପ୍ରଧାନ, ଶ୍ରୀମତୀ ସୁସ୍ମିତା ମିଶ୍ର, ଶ୍ରୀ ଭରତ ଚୌହାନ,ଶ୍ରୀ ବିନୋଦ ପ୍ରଧାନ,ଶ୍ରୀ ଖେଦୁ ପ୍ରଧାନ,ଶ୍ରୀ ଉପେନ୍ଦ୍ର ମହାକୁର ତଥା ଅନୁଷ୍ଠାନ ର ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ ଓ ବିଦ୍ୟାଳୟ ର କଳା ,ସାଂସ୍କୃତିକ ପରିଷଦ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଶଣ କରିଥିଲେ।ଶେଷରେ ଉପାଧ୍ୟକ୍ଷ ଶ୍ରୀ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ପ୍ରଦାନ କରିଥିଲେ।

You may have missed