ଗଜପତି:- ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା – ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି |
ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୨ଟି ଲୋକନୃତ୍ୟ ଦଳ ଅଂଶଗ୍ରହଣ କରି ନିଜର ନୃତ୍ୟକଳା ଓ ଲୋକ ସଂସ୍କୃତିର ଅପୂର୍ବ ଦୃଶ୍ୟ ପ୍ରଦର୍ଶନ କରିଥିଲେ |
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ. ମାୟାଧର ସାହୁ ଯୋଗଦେଇ ଲୋକନୃତ୍ୟ ମାଧ୍ୟମରେ ଆମେ ନିଜ ସଂସ୍କୃତି ଓ ପରମ୍ପରାକୁ ସଂରକ୍ଷଣ କରିପାରିବା ଏବଂ ଏହା ଯୁବପିଢି ପାଇଁ ଏକ ଉପଯୁକ୍ତ ପ୍ଲାଟଫର୍ମ ବୋଲି କହିଥିଲେ ।
ସେହିଭଳି ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଏସ: ଗିରିଧର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର , ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ପ୍ରଧାନ ଯୋଗଦେଇ ବିଜେତା ଦଳଗୁଡିକୁ ପୁରସ୍କୃତ କରିଥିଲେ।
ପ୍ରତିଯୋଗିତାରେ ସରକାରୀ ଉଚ୍ଚ ବିଦ୍ୟାଳୟ –ଆଡବା ପ୍ରଥମ , ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟ –ପାରଳାଖେମୁଣ୍ଡି ଦ୍ଵିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ , ରାୟଗଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ ।
ସଭାକାର୍ଯ୍ୟ ଶିକ୍ଷୟିତ୍ରୀ ଶ୍ରୀମତି ସୁଜାତା ନନ୍ଦ ପରିଚାଳନା କରିଥିଲା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୋଲୁ ରବି କୁମାର ଧନ୍ୟବାଦ ଦେଇଥିଲେ |
କାର୍ଯ୍ୟକ୍ରମରେ ବିଚାରକ ଭାବେ ଡାକ୍ତର ମୁର୍ମୁ , ଶ୍ରୀ ଆଦର୍ଶ କୁମାର ଦାଶ ଓ ଶ୍ରୀମତୀ ଡି: ପ୍ରିୟଙ୍କା ଦାୟିତ୍ୱ ନିର୍ବାହ କରିଥିଲେ।
ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
———————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
——————————————-+-
