June 19, 2026

 ଭାଜପାର ମୋ ମାଟି ଓ ଦେଶ କାର୍ଯ୍ୟକ୍ରମ

IMG-20231015-WA0011
Share

ଭାଜପାର ମୋ ମାଟି ଓ ଦେଶ କାର୍ଯ୍ୟକ୍ରମ
ବୁଗୁଡା ୧୫/୧୦/୨୩)ଭାଜପା ପକ୍ଷରୁ ରବିବାର ଦିନ ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବି. କରଡାବାଡି  ଗ୍ରାମରେ ଦେଶ ପାଇଁ ବଳିଦାନ ଦେଇଥିବା ବିର ସହିଦ ମାନଙ୍କ ପାଇଁ ସମର୍ପିତ ଅଭିଯାନ , “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।   ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ନେତୃତ୍ଵରେ ଭାଜପା କର୍ମକର୍ତ୍ତା ମାନେ ଗାଁର ଘରକୁ ଘର ବୁଲି ଅମୃତ କଳସରେ ମାଟି ସଂଗ୍ରହ କରିବାର ସୌଭାଗ୍ୟ  ଅର୍ଜନ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ବୁଡୁଡ଼ା ବ୍ଲକ୍ ଆବାହକ ହରିକୃଷ୍ଣ ସାହୁ, ଗଙ୍ଗାଧର ନାୟକ, ସରପଞ୍ଚ ଦିଲ୍ଲୀପ ପ୍ରଧାନ, ଚିତ୍ତରଞ୍ଜନ ନାୟକ,ଅନୁସୂଚିତ ଜାତି ଭାଜପା  ମୋର୍ଚ୍ଚା ସଭାପତି ଗନ୍ଧମାର୍ଦ୍ଦନ ସେଠୀ,ଶ୍ରୀହରି ସେଠୀ,ସୁରେନ୍ଦ୍ର ରାଉତଙ୍କ ସମେତ ବହୁ ଯୁବ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

You may have missed