March 11, 2026

ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହିଳା ଦେଲେ ସୁଭଦ୍ରା ସଚେତନତା ବାର୍ତ୍ତା  

IMG-20240915-WA0065
Share

ବରଗଡ: ୧୫.୦୯(ଜୟନ୍ତ କୁମାର ସେଠ) ଓଡ଼ିଶାର ପ୍ରତ୍ୟେକ ମହିଳା ହେବେ ସ୍ୱାବଲମ୍ବୀ ଏବଂ ସଶକ୍ତ, ଏହି ଉଦ୍ଦେଶ୍ୟରେ ଓଡିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନା ବର୍ତ୍ତମାନ ଘରେ ଘରେ ଆଦୃତ ଓ ଲୋକପ୍ରିୟ ହୋଇପାରିଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ସୁଭଦ୍ରା ସ୍ୱାଗତ ସପ୍ତାହ ପାଳନ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ପଞ୍ଚାୟତ, ବ୍ଲକ ଏବଂ ଜିଲ୍ଲା ସ୍ତରରେ ମହିଳାଙ୍କୁ ସଚେତନ କରାଯାଉଛି ।ଏହି ପରିପ୍ରେକ୍ଷୀରେ ବରଗଡ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ଆଜି ବରଗଡ଼ ବ୍ଲକ କାର୍ଯ୍ୟାଳୟ ଠାରୁ ଟାଉନ୍ ହଲ ପର୍ଯ୍ୟନ୍ତ ମହିଳାଙ୍କ ସୁଭଦ୍ରା ପଦଯାତ୍ରା ସରିବା ପରେ ଟାଉନ୍ ହଲ ଠାରେ ଆଲୋଚନା ଚକ୍ର ଏବଂ କୁଇଜ୍ କଣ୍ଟେଷ୍ଟ୍ ଅନୁଷ୍ଠିତ ହୋଇଛି ।ପଦଯାତ୍ରାକୁ ସୁଭଦ୍ରା ପତାକା ଦେଖାଇ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଶୁଭାରମ୍ଭ କରିଥିବା ବେଳେ ୫୦୦ରୁ ଉର୍ଦ୍ଧ୍ୱ ସ୍ୱୟଂସହାୟିକା ଗୋଷ୍ଠୀର ମହିଳା ଏବଂ ଅଙ୍ଗନବାଡି କର୍ମୀ ଯୋଗ ଦେବା ସହ ପଦଯାତ୍ରା, କୁଇଜ୍ କଣ୍ଟେଷ୍ଟ୍, ସ୍ଵାକ୍ଷର ପ୍ରଚାରରେ ନିଜକୁ ସାମିଲ କରିଥିଲେ। ସୁଭଦ୍ରା ପଦଯାତ୍ରା ସରିବା ପରେ ସ୍ଥାନୀୟ ଟାଉନ୍ ହଲ ଠାରେ ଆୟୋଜିତ ହୋଇଥିବା ଆଲୋଚନା ଚକ୍ର ଏବଂ କୁଇଜ୍ କଣ୍ଟେଷ୍ଟ୍ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀ ଅଶ୍ଵିନୀ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାଙ୍କୁ ସୁଭଦ୍ରା ଯୋଜନା ବିଷୟରେ ସଚେତନ କରିଥିଲେ ଏବଂ ସୁଭଦ୍ରା ନୋଡାଲ ଅଫିସର ତଥା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥିତ ରହି କହିଥିଲେ ଆସନ୍ତା ୧୭ତାରିଖ ଠାରୁ ଏହି ଯୋଜନା ଆରମ୍ଭ ହେବ, ଏବେ ଆବେଦନ କରିଥିବା ମହିଳାଙ୍କ ଠାରୁ ଆରମ୍ଭ କରି ୧୭ପରେ ବି ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀ ମହିଳାଙ୍କୁ ବର୍ଷକୁ ରକ୍ଷାବନ୍ଦନ ଓ ଅର୍ନ୍ତଜାତୀୟ ମହିଳା ଦିବସରେ ୫ହଜାର ଲେଖାଏଁ ୧୦ହଜାର ୫ବର୍ଷ ଦିଆଯିବ। ଏହି ଯୋଜନାକୁ ବ୍ଲକ, ପଂଚାୟତ, ଗାଁସ୍ତରରେ ବ୍ୟାପକ ସଚେତନତା ରଥ ଏବଂ ବିଭିନ୍ନ ସୂଚନା, ଶିକ୍ଷା ଯୋଗାଯୋଗ ମାଧ୍ୟମରେ ସୃଷ୍ଟି କରାଯାଉଛି, ଯେଭଳି ମହିଳା ମାନେ ଠକାମିର ଶୀକାର ନ‌ ହେବେ ସେ ଦିଗରେ ଦୃଷ୍ଟି ଦିଆଯାଉଛି । ଏହି ଯୋଜନାରେ ହିତାଧିକାରୀ ମାନେ ସୁବିଧା ପାଇବା ପାଇଁ, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରେ ମାଗଣାରେ ଆବେଦନପତ୍ର ନେଇ ଦାଖଲ କରାଇବେ। ଯେଭଳି ଯୋଗ୍ୟ ହିତାଧିକାରୀ ମହିଳା କେହି ବଂଚିତ ରହିବେ ନାହିଁ ସେ ଦିଗରେ ଜିଲ୍ଲା ପ୍ରଶାସନ ସଂପୁର୍ଣ୍ଣ ଦୃଷ୍ଟି ଦେଉଛି ଏବଂ କେହି ଯଦି ଠକାମିର ସୁରାକ୍ ମିଳିବା ମାତ୍ରକେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ ଜିଲ୍ଲାପାଳ ଶ୍ରୀ ଗୋୟଲ ସଧାରଣ ସଭାରେ କହିଥିଲେ।

ସୂଚନା ଥାଉକି, ଆସନ୍ତା ୧୭ ତାରିଖରେ ମାନ୍ୟବର ପ୍ରଧାନ ମନ୍ତ୍ରୀ, ଭୁବନେଶ୍ୱର ଠାରେ ଏହି ଯୋଜନାର ସଫଳ ଉଦ୍ଘାଟନ କରିବା ପରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପରୀକ୍ଷମୂଳକ ଭାବେ ୧ ଟଙ୍କା ଆସିବା ଆରମ୍ଭ ହେବାରୁ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଉକ୍ତ କାର୍ଯ୍ୟକ୍ରମରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସ୍ଲା ମଞ୍ଚ ପରିଚାଳନା କରିବା ସହ ସୁଭଦ୍ରା କୁଇଜ ଆୟୋଜନ କରିଥିବା ବେଳେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀ ସନ୍ଧ୍ୟରଣୀ ନେପକଙ୍କ ସମେତ ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଏବଂ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ।