ନୂଆଦିଲ୍ଲୀ ରେ ଓଡ଼ିଶା ଛାତ୍ର ମାନଙ୍କ ଦ୍ଵାରା ନୂଆଁଖାଇ ଭେଟଘାଟ ପାଳନ
ଦିଲ୍ଲୀ – ଶ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ,ଦିଲ୍ଲୀ ରେ ପଶ୍ଚିମ ଓଡ଼ିଶା ଛାତ୍ର ସଂଗଠନ , ନୂଆ ଦିଲ୍ଲୀ ଏବଂ ଓଡ଼ିଶା ଛାତ୍ର ସଂଗଠନ ଏଲ୍ ବି ଏସ୍, ନୂଆ ଦିଲ୍ଲୀ ମିଳିତ ତତ୍ୱାବଧାନ ରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁତିଷ୍ଟ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବିକାଶ ଫାଉଣ୍ଡେସନ୍ ର ଅଧ୍ୟକ୍ଷା ଡକ୍ଟର ମୃଦୁଲା ଠାକୁର ପ୍ରଧାନ , ମୁଖ୍ୟ ବକ୍ତା ଭାବରେ ରେସିଡେଣ୍ଟ କମିଶନର ଶ୍ରୀ ବିଶାଳ ଗଗନ , ବିଶିଷ୍ଟ ଅତିଥି ଭାବେ ଆମେରିକା ର ପ୍ରଖ୍ୟାତ ନୃତ୍ୟଶିଳ୍ପୀ ସୋରେନ୍ ଲୋଇନ୍, ସାରସ୍ଵତ ଅତିଥି ଭାବରେ ଏକ୍ସାମ୍ କ୍ୟାମ୍ପସ ର ସଂସ୍ଥାପକ ଶ୍ରୀ ବ୍ୟୋମକେଶ ମେହେର , ବାରିପଦା ର ବିଧାୟକ ଶ୍ରୀ ପ୍ରକାଶ ସୋରେନ୍ ,ବିଶ୍ଵବିଦ୍ୟାଳୟ ର
କୁଲାନୁଶାସକ ପ୍ରୋ.ଦେବୀ ପ୍ରସାଦ ତ୍ରିପାଠୀ , ଛାତ୍ର କଲ୍ୟାଣ ପୀଠ ପ୍ରମୁଖ ପ୍ରୋ. ଶିବ ଶଙ୍କର ମିଶ୍ର , କାର୍ଯ୍ୟକ୍ରମ ସଂଯୋଜକ ପ୍ରୋ. ଭାଗିରଥି ନନ୍ଦ , ସହ ସଂଯୋଜକ ପ୍ରୋ. ଧର୍ମାନନ୍ଦ ରାଉତ ଙ୍କ ସମେତ ବହୁ ବିଶିଷ୍ଟ ଅତିଥି ଛାତ୍ର ଛାତ୍ରୀ ମଞ୍ଚ ରେ ଉପସ୍ଥିତ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭଏସ ଅଫ ଓଡ଼ିଶା ର ବିଜେତା ସୌରଭ ଷଡ଼ଙ୍ଗୀ ଦର୍ଶଙ୍କକୁ ସମ୍ବଲପୁରୀ ଗୀତରେ ଝୁମେଇଥିଲେ। ଅନୁଷ୍ଠାନ ର ବହୁ କଳାକାର ମଧ୍ୟ ଦର୍ଶକଙ୍କୁ ଝୁମେଇଥିଲେ। ଛାତ୍ରସଂଗଠନ ର ସଭାପତି ଛାତ୍ର ସୌମ୍ୟରଞ୍ଜନ ବଡ଼ପଣ୍ଡା ଙ୍କ ସମେତ ସୃତିଶ୍ରୀ ପଣ୍ଡା , ସନ୍ମୋହନ ପତି, ଅନନ୍ତ , ନିଳାମ୍ବର ଦାଶ , ଶୁଭଙ୍କର ମିଶ୍ର , ସ୍ବସ୍ତି ପୁରୋହିତ , ନିଳାମ୍ବର ବାଘ୍ , ପ୍ରୀତମ୍ ମହାନା ,ଫାଲଗୁନୀ , ଜ୍ଞାନ ରଞ୍ଜନ ଭୋଇ , ଛାୟାକାନ୍ତ ସାହୁ, ଶିବାଙ୍କିତା , ରୋହନ , ଆଲିଶା , ପଲ୍ଲବୀ , ଚିନ୍ମୟୀ , ଆକାଶ , କିସାନ, ବିଭୂତି , ମାନସ , ଶାନ୍ତନୁ , ଦେବେନ୍ଦ୍ର ,ଆଇନା , ନର୍ମଦା ଆଦି ବିଶ୍ଵବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ,ଜବାହର ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ର ବହୁ ଛାତ୍ର ଛାତ୍ରୀ ଓ ଶିକ୍ଷାବିତ ଉପସ୍ଥିତ ଥିଲେ। ଏହି ଛାତ୍ର ସଂଘଟନ୍ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦିଲ୍ଲୀ ରେ ପଢୁଥିବା ସମସ୍ତ ଓଡ଼ିଆ ଛାତ୍ର ମାନଙ୍କୁ ପରିବାର ସଦୃଶ ରଖିବା ଓ ଓଡ଼ିଶାର କଳା ସଂସ୍କୃତି ର ପ୍ରଚାର ପ୍ରସାର କରିବା।
କାର୍ଯ୍ୟକ୍ରମ ରେ ସୌମ୍ୟରଞ୍ଜନ ବଡ଼ପଣ୍ଡା ମଞ୍ଚ ପରିଚାଳନା କରିଥିଲେ ଓ ପ୍ରୋ . ଭାଗିରଥି ନନ୍ଦ ଧନ୍ୟବାଦ୍ ଅର୍ପଣ କଲେ ।