September 22, 2024

ପୁରୀ ବାର ଆସୋସିଏସନ ପକ୍ଷରୁ ସାଂସଦ ଓ ବିଧାୟକ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି l

Share

 

ପୁରୀ ବାର ଆସୋସିଏସନ ର ସଭାପତି ଆଦିତ୍ୟ ହୃଦୟ ମିଶ୍ରଙ୍କ ଅଧକ୍ଷତାରେ ପୁରୀ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ସମ୍ବୋର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ସାଂସଦ ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ ମହାନ୍ତି, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗଦେଇ ସମ୍ବୋର୍ଦ୍ଧିତ ହୋଇଥିଲେ l କୌଣସି କାରଣ ବଶତଃ ଅନ୍ୟ ବିଧାୟକ ମାନେ ଯୋଗଦେଇ ପାରିନଥିଲେ l ଏହି କାର୍ଯ୍ୟକ୍ରମ କୁ ବାର ଆସୋସିଏସନ ର ସଭାପତି ଙ୍କ ସହିତ ସମ୍ପାଦକ ଦୀପକ କୁମାର ଦାସ, ଉପସଭାପତି ପ୍ରଦୀପ କୁମାର ରଥ, ବିଶ୍ୱଜିତ ପ୍ରଧାନ, ସୁସ୍ମିତା ମହାନ୍ତି, ତପନ ବାରିକି, ବିଶ୍ୱଭୂଷଣ ବାରିକ, ଭାଗବତ ପ୍ରସାଦ ପଟ୍ଟନାୟକ ଙ୍କ ସହିତ ବାର ଆସୋସିଏସନ ର ସମସ୍ତ ଓକିଲ ବନ୍ଧୁ ପରିଚାଳନା କରିବାରେ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ