April 28, 2026

ମହାପୁରୁଷଙ୍କ ଜୀବନୀରୁ ଶିଖ, ଚୋରୀ ଓ ଲୋଭ ପରିତ୍ୟାଗ କର ରାଷ୍ଟ୍ର ନିର୍ମାଣରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

IMG-20240915-WA0010
Share

 

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ ): ରବିବାର ପୂର୍ବାହ୍ନରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତରଫରୁ ପିଲାଙ୍କ ପାଇଁ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିରର ଏକବିଂଶତମ ସପ୍ତାହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଲାଇବ୍ରେରିର ନିଜସ୍ୱ ପ୍ରେକ୍ଷାଳୟରେ ସମାପିତ ହୋଇଯାଇଛି।ପ୍ରଥମ ଅଧିବେଶନ ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ଯୋଗଗୁରୁ ଡାକ୍ତର ଜୟଦେବ ମେହେର ଅଷ୍ଟାଙ୍ଗ ଯୋଗର ମୁଦ୍ରା ପ୍ରଦର୍ଶନ କରିଥିଲେ।ପରେ ପରେ ଅବସରପ୍ରାପ୍ତ ଶିକ୍ଷକ ଉଦିତ ଚନ୍ଦ୍ର ପାଟଯୋଶୀ ଉଦ୍ୟୋଗପତି ବିଲ ଗେଟ ଙ୍କ ଜୀବନି ଉପରେ ଆଲୋଚନା କରି ନିଜର ଅଧ୍ୟବସାୟ ବଳ ରେ ସେ ଜଣେ କୋଟି ପତି ହୋଇ ପାରିଥିବା କହିଥିଲେ।ପ୍ରଶିକ୍ଷଣ ର ଦ୍ଵିତୀୟ ପର୍ଯ୍ୟାୟ କୁ ଆରମ୍ଭକରି ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ଗାନ୍ଧିଜୀ ଙ୍କ ଏକାଦଶ ବ୍ରତ ର ଅସ୍ତେୟ ଓ ଅପରିଗ୍ରହ ପ୍ରସଙ୍ଗ ଆଲୋଚନା କରି କୌଣସି ପରିସ୍ଥିତି ରେ ଚୋରୀ ନ କରିବା ଓ ଲୋଭଗ୍ରସ୍ତ ନ ହେବାକୁ ପିଲାଙ୍କୁ ଉଦାହରଣ ସହ ଉପଦେଶ ଦେଇଥିଲେ।ସଂଚାଳକ ରାଜେନ୍ଦ୍ର ପଣ୍ଡା ପ୍ରାରମ୍ଭ ରେ ମୌଳିକ ଇଂରାଜୀ ଶିକ୍ଷା ପ୍ରଦାନ ସହ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ବିଜୟ କୁମାର ସାହୁ ବୈଷୟିକ ସାହଯ୍ୟ ପ୍ରଦାନକରିଥିଲେ। ପ୍ରଶିକ୍ଷଣ ଶିବିର ରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ,ସାମ୍ବାଦିକ ଅର୍ଜୁନ ରଞ୍ଜନ ପଣ୍ଡା,ରଘୁନାଥ ମିଶ୍ର,ପୃଥୀରାଜ ମିଶ୍ର,ଗୋଳକ ବିହାରୀ ମିଶ୍ର,ଡ଼. ଗିରିଧାରୀ ହୋତା ଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ଅବିଭାବକ ଉପସ୍ଥିତ ଥିଲେ।ଜାତୀୟ ସଙ୍ଗୀତ ପରେ କାର୍ଯ୍ୟକ୍ରମର ସମାପ୍ତି ଘଟିଥିଲା।ଆଜିର ଶିବିରରେ ୧୪ ଟି ହାଇସ୍କୁଲ ରୁ ମୋଟ ୩୫ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥଲେ।