November 24, 2024

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

Share

ଅଧାରୁ ପାଠ ଛାଡିଥିବା ୬୩ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା

(ନବରଙ୍ଗପୁର ଜିଲ୍ଲା ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର, ୧୪/୦୯( ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ. ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଗ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ରେଶମଲାଲ ନାୟକ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ରାୟ, C.R.C.C., ବିଦ୍ୟାଳୟ ଶିକ୍ଷକ ଏବଂ ପାରା ଲିଗାଲ ସଦସ୍ୟଙ୍କ ମିଳିତ ଉଦ୍ୟମରେ ୬୩ ଛାତ୍ରଛାତ୍ରୀଙ୍କୁ State Institution of Open Schooling ରେ 2023-24 ଶିକ୍ଷା ବର୍ଷରେ ଦଶମ ପରୀକ୍ଷ୍ୟା ପାଇଁ ନାମାଙ୍କନ କରାଯାଇଛି ଏବଂ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବଶିଷ୍ଠ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀମାନଙ୍କୁ ଖୁବଶୀଘ୍ର ଫେରେଇଆଣିବା ପାଇଁ ନିର୍ଦେଶ ଦିଆଯାଇଛି। ଏହିଭଳି କାର୍ଯ୍ୟକ୍ରମ ଆଗକୁ ଜାରିରହିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ ସୂଚନା ପ୍ରଦାନ କରିଥିଲେ ।