ଆଲୁମିନି ଦ୍ୱାରା ମେଧାବୀ ବିଦ୍ୟାର୍ଥୀ ପୁରସ୍କୃତ
ବେଗୁନିଆ,25/08:ଶୁକ୍ରବାର ଦିନ ସ୍ବାଧୀନତା ଦିବସ ପାଳନ ଅବସରରେ ବେଗୁନିଆ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପ୍ରଦର୍ଶନ କରିଥବା ଛାତ୍ର ଛାତ୍ରୀ ଆଲୁମିନି ଦ୍ୱାରା ସମ୍ବର୍ଦ୍ଧିତ ହେବା ସହ ପ୍ରମାଣପତ୍ର ଓ ପୁରସ୍କାର ପ୍ରାପ୍ତ
ହୋଇଥିଲେ । କ୍ରୀଡା ଶିକ୍ଷକ ପ୍ରଭାତ
ନିଶଙ୍କ ଓ ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଏବଂ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ପୁରସ୍କାର ବିତରଣ ଉତ୍ସବରେ ପ୍ରାକ୍ତନ ବୋଲଗଡ଼ ଗୋଷ୍ଠୀ ଶିକ୍ଷା
ଅଧିକାରୀ ବିଭୁତି ଭୂଷଣ ମହାପାତ୍ର
ମୁଖ୍ୟ ଅତିଥି, ପ୍ରାକ୍ତନ ବ୍ୟାଙ୍କ ପରିଚାଳକ ଯୋଗୀନାଥ ସାହୁ ମୁଖ୍ୟବକ୍ତା, ହରିବନ୍ଧୁ ସାହୁ, ମାନସ କୁମାର ସାହୁ,ପୂର୍ନେନ୍ଦୁ ପଟ୍ଟନାୟକ, ସୁକାନ୍ତ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।NMMS ପାଇଁ ପୂର୍ଣ୍ଣମ୍ରିତ ବଳିଆରସିଂହ,NRTS ପାଇଁ ସୁରଜ ପ୍ରଧାନ, ରାଜ୍ୟ ଭଲି ବଲ ଖେଳାଳୀ ସୁରଜ ପ୍ରକାଶ, ଏନସିସି କମାଣ୍ଡିଙ୍ଗ ପାଇଁ ଅଭିଷେକ ସାହୁ, ଜିଲ୍ଲାସ୍ତରୀୟ ଦେଶାତ୍ମବୋଧ ସଂଗୀତରେ ପ୍ରଥମ ସ୍ଥାନ ହାସଲକାରୀ ଶୁଭାଶିଷ ଭୁଜବଳ 1999 ମେଟ୍ରିକ ବ୍ୟାଚ ଆଲୁମିନି ତରଫରୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ ହୋଇଥିଲେ । 2025 ମେଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ସ୍ତରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଏବଂ ଉକ୍ତ ପରୀକ୍ଷାରେ
ମାତୃଭାଷାରେ ସର୍ବାଧିକ ନମ୍ବର ରଖି ଥିବା ଯଥାକ୍ରମେ ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଭବାନୀ
ପ୍ରସାଦ ଆଚାର୍ଯ୍ୟ, ପଦ୍ମିନୀ ପ୍ରିୟଦର୍ଶିନୀ ବେହେରା ଏବଂ ଦୁର୍ଗାପ୍ରସାଦ ଆଚାର୍ଯ୍ୟ 1975 ମେଟ୍ରିକ ବ୍ୟାଚ ତରଫରୁ ସମ୍ମାନିତ
ଓ ପୁରସ୍କାର ଗ୍ରହଣ କରିଥିଲେ ।
ବିଦ୍ୟାଳୟ ତରଫରୁ ଏହି ଦୁଇ ମେଟ୍ରିକ ବ୍ୟାଚ ତଥା ବିଦ୍ୟାଳୟର ହିତାକାଂକ୍ଷୀଙ୍କୁ ବରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା
ବେହେରା କୃତଜ୍ଞତା ଜ୍ଞାପନ କରିଥିଲେ । ଉପରୋକ୍ତ ଉତ୍ସବରେ ଶିକ୍ଷକ ହିମାଂଶୁ ଭୂଷଣ ସ୍ୱାଇଁ, ଅଜିତ
କୁମାର ପୁରୀ, ସୌମ୍ୟରଂଜନ ସାହୁ, ଶ୍ରୀକାନ୍ତ ପଣ୍ଡା ଓ ଶିକ୍ଷୟିତ୍ରୀ ଶୁଭଲକ୍ଷ୍ମୀ ସାହୁ, ରିସ୍ମାରଶ୍ମି ପାଇକରାୟ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ମୋହିନୀ କାନ୍ତି ଦାସ, ଆଶା ମୁର୍ମୁ, ସୁନିତା ପୃଷ୍ଟି ଓ ସସ୍ମିତା ସାହୁ ଉତ୍ସବରେ ଉପସ୍ଥିତ ରହି ମେଧାବୀ
ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ରିପୋର୍ଟର ମାନସ ରଞ୍ଜିନ କର
