March 7, 2026

ଉମରକୋଟ ର ଅଧିଷ୍ଠାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ଯାତ୍ରା ମହା ଆଡମ୍ବର ସହକାରେ ପାଳନ କରାଯାଇଛି………..

IMG-20250715-WA0039
Share

 

 

ଉମରକୋଟ:-(ଏମ୍.ଦୀନ°ଶୁ ଆଚାରୀ) ମାଁ ଙ୍କ ଦର୍ଶନ ନିମନ୍ତେ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହେଇଥିଲା। ଯାହା ମାଁ ଙ୍କ ପ୍ରତି ଭକ୍ତ ଙ୍କ ପ୍ରତି କେତେ ଆସ୍ଥା ଓ ବିଶ୍ୱାସ ରହିଛି ତାହା ଦର୍ଶାଉଥିଲା ।

ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଦିନ ମାଁ ଙ୍କ ଯାତ୍ରା ଅନୁଷ୍ଠିତ ହୁଏ ସକାଳୁ ମାଁ ପେଣ୍ଡ୍ରାଣୀ ଙ୍କ ମହାଆଳତି, ଷୋଳସ ଔପଚାର,ପଣା ଆଦି ରିତିନୀତି ଅନୁଯାୟୀ ମା’ଙ୍କୁ ପୂଜାଅର୍ଜନା କରା ଯାଇଥିଲା। ଅପରାହ୍ନ ରେ ମାଁ ଅଞ୍ଚଳ ବାସି ଙ୍କୁ ସମସ୍ତ ବିପଦ, ରୋଗ ରୁ ସୁରକ୍ଷା ଦେବା ସହ ସମସ୍ତ ଭକ୍ତ ଯେମିତି ସୁଖ ସମୃଦ୍ଧି ରେ ଜୀବନ ଯାପନ କରିବେ ସେଥିପାଇଁ ମାଁ ଏକ ବିରାଟ ଶୋଭଯାତ୍ରାରେ ବାହାରି ଲାଠି,ପାଲିଙ୍କି, କୁର୍ଚି ସହ ହଜାର ହଜାର ଭକ୍ତ ଙ୍କ ଗହଣ ରେ ସହର ପରିକ୍ରମା କରିଥିଲେ। ମନ୍ଦିର ପ୍ରାଙ୍ଗଣ ରେ ମା’ଙ୍କ ବାଦ୍ୟର ତାଳେ ତାଳେ ଦୀର୍ଘ ସମୟ ଧରି ନାଚିଥିଲେ । ମାଁ ଙ୍କ ଏହି ଯାତ୍ରା ଶହ ଶହ ବର୍ଷ ଧରି ଚାଲି ଆସୁଥିବା ଅନୁମାନ କରାଯାଉଛି। ମାଁ ଙ୍କୁ ଯେ କୌଣସି ଭକ୍ତ ମନସ୍କାମନା କଲେ ତାହା ମାଁ ପୂରଣ କରନ୍ତି ବୋଲି ଭକ୍ତ ଙ୍କ ବିଶ୍ଵାସ ରହିଛି ତେଣୁ ମାଁ ଙ୍କ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ତଥା ପଡୋଶୀ ରାଜ୍ୟ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ରୁ ଶହ ଶହ ଭକ୍ତଙ୍କ ଭିଡ ଲାଗିଥାଏ। ମାଁ ଙ୍କ ଦର୍ଶନ କରିବା ପରେ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ଭକ୍ତଙ୍କ ଅଗାଢ ବିଶ୍ୱାସ ରହିଛି।