ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା—-
ସୌମ୍ୟାଶ୍ରୀଙ୍କ ପରିବାରକୁ ସହାୟତା ଘୋଷଣା । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା । ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ସୌମ୍ୟାଶ୍ରୀଙ୍କ ପରିବାରକୁ ସହାୟତା ଘୋଷଣା । ମୃତ ଛାତ୍ରୀ ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା । ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହାୟତା ନେଇ ସୂଚନା ଦେଲେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ । ମୃତ ସୌମ୍ୟାଶ୍ରୀଙ୍କ ଗାଁରୁ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ବେଳେ ସହାୟତା କଥା ସ୍ପଷ୍ଟ କଲେ ସାଂସଦ ।
ସୌମ୍ୟାଶ୍ରୀଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଘୋଷଣା..
ସେପଟେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କର ଅନ୍ତିମ ସଂସ୍କାର ନିଜ ଜନ୍ମମାଟି ପଳାସିଆରେ ସଂପନ୍ନ ହୋଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସୌମ୍ୟାଶ୍ରୀ ବିଶି। ଅଶ୍ରୁଳ ବିଦାୟ ଦେଲେ ହଜାର ହଜାର ଲୋକ। ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଓ ବାଲେଶ୍ବର ସଦର ବିଧାୟକ ମାନସ ଦତ୍ତ ପ୍ରମୁଖ ଶେଷକୃତ୍ୟରେ ସାମିଲ ହୋଇଥିଲେ। ପାର୍ଥିବ ଶରୀର ପହଞ୍ଚିବା ପରେ ଗାଁରେ ସଂକୀର୍ତ୍ତନ କରାଯାଇଥିଲା। ଖଣ୍ଡମଣ୍ଡଳର ଲୋକ ରୁଣ୍ଡ ହୋଇଥିଲେ ।
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ସମସ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୌମ୍ୟାଶ୍ରୀଙ୍କୁ ହରାଇ ଗାଁ କାନ୍ଦୁଛି, ମାଆ କାନ୍ଦୁଛି.. ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ସାହସୀ ଝିଅ ଶବ ପାଲଟିଯିବା ପରେ ସମସ୍ତେ ସ୍ତବ୍ଧ, ସମସ୍ତେ ନୀରବ, ଏକଦମ ଚୁପ । ଦିନ କେଇଟାରେ କଣ ସବୁ ଘଟିଗଲା ନା ପରିବାର ଲୋକେ ଜାଣି ପାରିଛନ୍ତି ନା ଗାଁ ଲୋକେ ବୁଝି ପାରୁଛନ୍ତି । ଗାଁର ସାହସୀ ଝିଅ, ଗାଁର ସୁନା ଝିଅ, ଖଣ୍ଡମଣ୍ଡଳର ପରିଚିତ ଚେହେରା ଯେତେବେଳେ ପେଟ୍ରୋଲ ନିଆଁରେ ଜଳି ଜୀବନ ପାଇଁ ମୃତ୍ୟୁ ସହ ସଂଘର୍ଷ କରୁଥିଲା ସେତେବେଳେ ସାରା ଅଞ୍ଚଳର ଲୋକେ ତା ପାଇଁ ପ୍ରାର୍ଥନା କରିଥିଲେ, ଦୀପ ଜାଳିଥିଲେ ଆଉ ଆଜି ଯେତେବେଳେ ସେହି ଝିଅ ଜୁଇ ନିଆଁରେ ଜଳିଯାଉଛି ସେ କଥାକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି ଗ୍ରାମବାସୀ । କାନ୍ଦି କାନ୍ଦି ପୂରା ପରିବେଶକୁ ଶୋକାକୂଳ କରିଛନ୍ତି ଲୋକେ ।
