May 10, 2026

ବଡଦାଣ୍ଡରେ ଓଡ଼ିଆ ଚଳଚ୍ଚିତ୍ର “ନବକଳେବର “ର ଲୋକାର୍ପିତ ଉର୍ତ୍ସବ ମହାଡ଼ମ୍ବର ରେ କରାଯାଇଛି l

IMG-20240715-WA0000
Share

 

ପବିତ୍ର ରଥଯାତ୍ରା ରୁ ବାହୁଡ଼ାଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଇଛି l ସେହିଭଳି ମାଳିଯାଗା ର ସ୍ମୁତିର ଓଡିଶା ପକ୍ଷରୁ ପ୍ରଥମ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ହୋଇଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ବିନି ସାମଲଙ୍କ ସାଇ ଶ୍ରଦ୍ଧା ପ୍ରଡ଼କ୍ସନ ଦ୍ୱାରା ନିର୍ମିତ ଚଳଚିତ୍ର ” ନବକଳେବର ” ର ଲୋକାର୍ପିତ ଉର୍ତ୍ସବ ମହାଡ଼ମ୍ବରରେ କରାଯାଇଛି l ଏହି କାର୍ଯ୍ୟକ୍ରମରେ ବିନି ସାମଲଙ୍କ ସହିତ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ଚଳଚିତ୍ର ଅଭିନେତା ଶ୍ରୀତମ ଦାସ, ନିର୍ଦେଶକ ଅଜୟ ରଥ, ପୂର୍ଣଚନ୍ଦ୍ର ଦାଶଙ୍କ ସହିତ ଚଳଚିତ୍ର ଦୁନିଆର ନାମିଦାମୀ ନିର୍ଦେଶକ ଓ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇଥିଲେ l ନବକଳେବର ଚଳଚ୍ଚିତ୍ର ରେ ଭକ୍ତ ବିସର ମହାନ୍ତି କିଭଳି ମହାପ୍ରଭୁଙ୍କ ବ୍ରହ୍ମକୁ କିଭଳି ମୃଦଙ୍ଗ ଭିତରେ କିଭଳି ମୋଗଲ ମାନଙ୍କ ଠାରୁ ଲୁଚାଇ ଆଣିଥିଲେ ଅତି ସୁନ୍ଦର ଭାବରେ ବର୍ଣିତ ହୋଇଛି l ଭକ୍ତ ବିସର ମହାନ୍ତି ଭୂମିକା ରେ ଅଭିନୟ କରିଛନ୍ତି ଅଭିନେତା ଓ ବିଧାୟକ ସିଦ୍ଧାନ୍ତ ମହାପାତ୍ର l ବଡଦାଣ୍ଡ ରେ ଏହି ନବକଳେବର ଚଳଚ୍ଚିତ୍ର ର ଲୋକାର୍ପଣ ଉର୍ତ୍ସବ କରି ଅତ୍ୟନ୍ତ ଖୁସି ଅନୁଭବ କରିଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ପ୍ରଯୋଜକ ବିନି ସାମଲ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l