March 8, 2026

ଛେଳି ଚୋରିକୁ କେନ୍ଦ୍ର କରି ଯୁବକକୁ ମୁର୍ମୁଷ ଭାବେ ହତ୍ୟା : ୩ ଗିରଫ, ଜଣେ ଫେରାର 

IMG-20250615-WA0158
Share

କେନ୍ଦୁଝର : ( ରତି ରଞ୍ଜନ ମହାନ୍ତ ) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ଫାଣ୍ଡି ଅଧିନସ୍ଥ ଶଙ୍ଖୁଆ ଗ୍ରାମରେ ଛେଳି ଚୋରି କୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଗଣ୍ଡଗୋଳ ରୁ ସୃଷ୍ଟି ହୋଇଥିଲା ମାରପିଟ ସଂଘବଦ୍ଧ ଭାବେ ଚାରିଜଣ ସେହି ଗାଁର ଯୁବକକୁ ଗଛରେ ବାନ୍ଧି ନିର୍ଧୁମ ମାଡ଼ ମାରିଥିଲେ, ଯୁବକକୁ ଠେଙ୍ଗା ଦ୍ୱାରା ଆକ୍ରମଣ କରି ହତ୍ୟା କରିଛନ୍ତି l ମୃତକ ଯୁବକ ହେଲେ ଶଙ୍ଖୁଆ ଗ୍ରାମର ସ୍ବର୍ଗତ ପରମାନନ୍ଦ ନାଏକଙ୍କ ପୁଅ ବିପିନ ବିହାରୀ ନାଏକ (୪୫) l ଏହି ହତ୍ୟାକାଣ୍ଡ ଶୁକ୍ରବାର ପ୍ରାୟ ରାତ୍ରି ୯ ଘଟିକା ପାଖାପାଖି ଘଟିଥିବା ବେଳେ ବିପିନ ବିହାରୀ ନାଏକ ର ମୃତଦେହ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରୁ ପ୍ରାୟ ୨୦୦ ମିଟର ଦୂର ପିଚୁ ରାସ୍ତା ଉପରେ ପଡ଼ିଥିଲା l ଗାଁ ଲୋକ ଦେଖି ସାହାରପଡା ଫାଣ୍ଡି ଅଧିକାରୀ ପାର୍ତ ଓରାମଙ୍କୁ ଖବର ଦେଇଥିଲେ l ଖବର ପାଇଁ ସଦଳବଳ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ, ପ୍ରାଥମିକ ତଦନ୍ତ ରୁ ଜଣାପଡିଥିଲା ଏହା ସଂଘବଦ୍ଧ ହତ୍ୟାକାଣ୍ଡ ବୋଲି l ପରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ଏବଂ କେନ୍ଦୁଝର ସାଇ୍ଟିଫିକ ଟିମ ପହଞ୍ଚି ହତ୍ୟା ଘଟଣାର ତନ ତନ କରି ତଦନ୍ତ କରିଛନ୍ତି l

ସୂଚନା ଅନୁସାରେ, ବିପିନ ବିହାରୀ ନାଏକ ଶୁକ୍ରବାର ରାତିରେ ଦେବଶ୍ରୀ ପାତ୍ରଙ୍କ ଛେଳି ଗୁହାଳ ଘରେ ପଶିଥିଲେ, ତେବେ ପୂର୍ବରୁ ସେହି ଗ୍ରାମରେ ଛେଳି ଚୋରି ହୋଇଥିବା ହେତୁ, ବିପିନ ଛେଳି ଚୋର କରୁଥିବା ସନ୍ଧେହ କରି ତାକୁ କାବୁ କରିଥିଲେ l ପରେ ବିପିନ କୁ ଚାରି ଜଣ ମିଶି ନିସ୍ତୁକ ମାଡ ମାରି ଲହୁ ଲୁହାଣ କରି ଗୋଡ଼ ଭାଙ୍ଗି ଦେବା ସହ ଜୀବନ ରୁ ମାରି ଦେଇଛନ୍ତି l ବିପିନ ବିହାରୀଙ୍କ ସ୍ତ୍ରୀର ଅଭିଯୋଗ ଆଧାରରେ ପାଟଣା ପୋଲିସ ମାମଲା (ନଂ. ୧୨୨/୨୫) ରୁଜୁ କରି ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି l ଅଭିଯୁକ୍ତ ମାନେ ଶଙ୍ଖୁଆ ଗ୍ରାମର ଦେବଶ୍ରୀ ପାତ୍ର, ତାଙ୍କ ସ୍ତ୍ରୀ ବୀଣାପାଣି ପାତ୍ର ଏବଂ ପଦ୍ମିନୀ ପାତ୍ର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଆଉ ଜଣେ ଫେରାର ଥିବା ବେଳେ ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l ସେପଟେ ପୋଲିସ ମୃତଦେହକୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି l