ମର୍ତ୍ତ୍ୟ ରେ ଫୁଟିଲା ସ୍ୱର୍ଗର ବ୍ରହ୍ମକମଳ ଫୁଲ..

ବୋଲଗଡ଼,୧୫/୦୬(ଉପାନ୍ତ ଖବର); ମର୍ତ୍ତ୍ୟ ରେ ଫୁଟିଲା ସ୍ୱର୍ଗର ବ୍ରହ୍ମକମଳ ଫୁଲ। ଏକକାଳୀନ ଫୁଟିଛି ଦୁଇଟି ଫୁଲ ଏହା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକ ଚୁଡ଼ା ଗ୍ରାମର ବୁଦ୍ଧିବାମନ ରାଉତଙ୍କ ବାରିରେ ଶନିବାର ରାତିରେ ଏହି ବିରଳ ବ୍ରହ୍ମକମଳ ଫୁଲ ଫୁଟି ଥିବା ଦେଖିବାକୁ ମିଳିଥିଲା।ଏହାକୁ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ବେଶ ଭିଡ଼ ଜମିଥିଲା। ହିନ୍ଦୁମାନଙ୍କ ମତରେ ବ୍ରହ୍ମ କମଳ ଫୁଲ ହେଉଛି ସୃଷ୍ଟିକର୍ତ୍ତା ଭଗବାନ ବ୍ରହ୍ମାଙ୍କ ପ୍ରତୀକ।ଏହାର ଦର୍ଶନ କଲେ ମନୁଷ୍ୟର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।