March 8, 2026

ପୁରୀରେ ଦେବା ଦେବୀଙ୍କ ପୀଠରେ ଭକ୍ତ…

IMG-20250615-WA0088
Share

ପୁରୀ ଗ୍ରସ୍ତ ରେ ପିସିସି ସଭାପତି ଭକ୍ତ ଚରଣ ଦାସ । ବିଭିନ୍ନ ଦେବା ଦେବୀଙ୍କ ପୀଠରେ ଦର୍ଶନ କରିବା ସହ ଆର୍ଶୀବାଦ ଭିକ୍ଷା କରିଛନ୍ତି ଭକ୍ତ। ସକାଳୁ ଭୁବନେଶ୍ବର ରୁ ବାହାରି ପୁରୀ ଜିଲ୍ଲା ର ପ୍ରତ୍ୟକ୍ଷ ଶକ୍ତିପୀଠ ବୀରଗୋବିନ୍ଦପୁର ସ୍ଥିତ ମା ଦକ୍ଷିଣ କାଳୀଙ୍କୁ ଦର୍ଶନ କରି ସାରିବା ପରେ ଆଜନ୍ମ ବ୍ରହ୍ମଚାରି ଜୀବନ୍ତ ଠାକୁର ଶିରୁଳି ମହାବୀର ଙ୍କୁ ଦର୍ଶନ କରିଥିଲେ ସେଠୁ ବାହାରି ଶେଷରେ ପୁରୀର ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ସ୍ଥିତ ବିଶ୍ଵପ୍ରସିଦ୍ଧ ଠାକୁର ଶ୍ରୀ ଅଲାରନାଥ ଙ୍କ ପୀଠରେ ଅନବସର ଦର୍ଶନ କରି ଆର୍ଶୀବାଦ ନେଇଥିଲେ ଭକ୍ତ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଗିରି ର ପୂର୍ବତନ ବିଧାୟକ ପାର୍ଥି ଉମାକାନ୍ତ ବରାଳ,ଯୁବ ନେତା ଦୀପକ କୁମାର ଜେନା,ପୁରୀ ଜିଲ୍ଲା କଂଗ୍ରେସ ବରିଷ୍ଟ ନେତା ରାଜେଶ୍ କୁମାର୍ ମିଶ୍ର,ପିପିଲି ପୂର୍ବତନ ବିଧାୟକ ପାର୍ଥୀ ବିଶ୍ୱକେତନ ହରିଚନ୍ଦନ ମହାପାତ୍ର ଙ୍କ ସହିତ ପୁରୀ ଜିଲ୍ଲା ର କଂଗ୍ରେସ କର୍ମୀ ମାନେ ଯୋଗ ଦେଇଥିଲେ।ବିଜେପି ର ଏକ ବର୍ଷ ପୂର୍ତ୍ତି ଅବସର ରେ ଉତ୍ସବ ବନାଉଥିବା ବେଳେ କଂଗ୍ରେସ ରାଜ୍ୟ ସଭାପତି ଏହାକୁ ସମାଲୋଚନା କରି କହିଛନ୍ତି ଚଳିତ ବର୍ଷ ଅଲାରନାଥ ଙ୍କ ଅନବସର ଦର୍ଶନ ରେ ଭକ୍ତ ମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସେଭଳି କିଛି ସୁବିଧା କରାଯାଇ ନାହିଁ। ହଜାର ହଜାର ଭକ୍ତ ମାନେ ଘଣ୍ଟା ଘଣ୍ଟା ଧରି ଖରା ବର୍ଷା ରେ ଧାଡ଼ି ରେ ଛିଡ଼ା ହୋଇ ଠାକୁରଙ୍କ ଦର୍ଶନ କରୁଛନ୍ତି, ସେହିଭଳି ଗତବର୍ଷ ରଥ ଯାତ୍ରା ରେ ବଳଭଦ୍ର ରଥ ଉପରୁ ମୁଁହ ମାଡି ପଡ଼ିବା ଘଟଣା ରେ ଆଜିପର୍ଯ୍ୟନ୍ତ୍ ପ୍ରଶାସନ କୌଣସି ପଦକ୍ଷପ ନ ନେଇଥିବାରୁ ସେହି ଘଟଣା କୁ ସମାଲଚନା କରିଥିଲେ । ଏଥିସହିତ କୋରାପୁଟ ର ହସ୍ପିଟାଲ ରେ ରୋଗୀଙ୍କୁ ଭୁଲ ଇଞ୍ଜେକସନ ଦେଇ ଥିବାରୁ ୫ଜଣଙ୍କ ମୂର୍ତ୍ୟ ଘଟିଥିଲା ତାଙ୍କ ପରିବାର ଏଯାଏଁ ସରକାର ପକ୍ଷରୁ କୌଣସି କ୍ଷତିପୂରଣ ପାଇନଥିବା କହିବା ସହିତ ଯାଜପୁର ର ହଇଜା ରେ ଆକ୍ରାନ୍ତ ୨ହଜାର ରୁ ଉର୍ଦ୍ଧ ରୋଗୀ ଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଯୋଗାଇବା ରେ ବିଫଳ ହେବାରୁ ୧୦ଜଣଙ୍କ ର ମୂର୍ତ୍ତ୍ୟ ହେଇଥିବା ବେଳେ ବିଜେପି ସରକାର ଏପଟେ ପ୍ରଥମ ବାର୍ଷିକ ପୂର୍ତ୍ତି ଉତ୍ସବ ପାଳନ କରୁଥିବା କହି ଏହା ସରକାର ଙ୍କ କେତେଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ।

 

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ