June 16, 2026
IMG-20250615-WA0071
Share

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ)ଭବାନୀପାଟଣା ସହର ଅନ୍ତର୍ଗତ ୧ ନଂ ୱାର୍ଡର ସମସ୍ୟା ଗୁଡିକ ବିଷୟରେ ଗତ କିଛି ଦିନ ତଳେ ତଥା କିଛି ମାସ ପୂର୍ବରୁ ଉପାନ୍ତ ଖବରରେ ପ୍ରକାଶ ପାଇଥିଲା। ବର୍ତମାନ ଏହାର ପ୍ରଭାବରେ ପୌରପାଳିକାର ଆଖି ଖୋଲିଛି। ଗତ ଦୁଇ ତିନି ଦିନ ହେବ ୧ ନଂ ୱାର୍ଡର ଡ୍ରେନ ଗୁଡିକର ଓ ରାସ୍ତା ଗୁଡିକର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ କରାଯାଇଛି। ପୂର୍ବରୁ ଡ୍ରେନ ଗୁଡିକର ଅଳିଆ ପାଣି ରାସ୍ତା ଉପରକୁ ଚାଲିଆସି କାଦୁଅ ସୃଷ୍ଟି ହେଉଥିଲା ତଥା ରାସ୍ତା ଗୁଡିକ ଖାଲଖମାରରେ ପରିପୂର୍ଣ ଥିବାରୁ ଲୋକଙ୍କୁ ଯାତାୟତରେ ଘୋର ଅସୁବିଧା ହେଉଥିଲା ଏବଂ ଛୋଟ ଛୋଟ ଦୁର୍ଘଟଣାମାନ ଘଟୁଥିଲା। ଆଗକୁ ବର୍ଷା ଦିନ ଆସୁଥିବାରୁ, ପୌରପାଳିକାର ରାସ୍ତା ଓ ଡ୍ରେନ ମରାମତି କାର୍ଯ୍ୟ ଆରମ୍ଭକୁ ନେଇ ସ୍ଥାନୀୟ ଲୋକେ ଆଶ୍ବସ୍ତି କରୁଛନ୍ତି।