ଉମରକୋଟ ବ୍ଲଡ ବ୍ୟାଙ୍କ ଠାରେ ମହା ଆଡ଼ମ୍ବରରେ ବିଶ୍ୱ ରକ୍ତ ଦାନ ଦିବସ ପାଳନ………..

ଉମରକୋଟ :- (ଏମ୍.ଦିନା°ଶୁ ଆଚାରୀ) ଆଜି ହେଉଛି ବିଶ୍ଵ ରକ୍ତ ଦାନ ଦିବସ। ଏହି ଅବସରରେ ଉମରକୋଟ ଠାରେ ନୂତନ ଭାବେ ସ୍ଥାପନ ହେଇଥିବା ବ୍ଲଡ ବ୍ୟାଙ୍କ ଠାରେ ଆଜିର ଦିବସକୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ପ୍ରଥମେ କେକ କଟାଯାଇ ଦିବସକୁ ପାଳନ କରା ଯାଇଥିଲା। ବ୍ଲଡ ବ୍ୟାଙ୍କ ଅଧିକାରୀ ଡକ୍ଟର ସବ୍ୟସାଚୀ ଦାସ ଏହି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଜାନୁୟାରୀ ୨୫ ତାରିଖ ରେ ଉଧଘାଟନ ହେଇଥିବା ଉମରକୋଟ ରକ୍ତ ଭଣ୍ଡାରରେ ଆଜି ପର୍ଯ୍ୟନ୍ତ ୧୧୦୦ୟୁନିଟ ରକ୍ତ ସଂଗ୍ରହ ହୋଇଛି ବୋଲି ସୂଚନା ପ୍ରଦାନ କରିଥିଲେ। ସେଥି ମଧ୍ୟରୁ ପ୍ରାୟ ୯୧୦ ୟୁନିଟ ରକ୍ତ ଉମରକୋଟ ଠାରେ ରୋଗୀ ମାନଙ୍କୁ ଦିଆ ଯାଇଥିବା ବେଳେ ୯୩ ୟୁନିଟ ରକ୍ତ ନବରଙ୍ଗପୁର ଜିଲ୍ଲା ଚିକିତ୍ସାଳୟକୁ ଦିଆଯାଇଛି ବୋଲି ଡକ୍ଟର ଦାସ ସୂଚନା ପ୍ରଦାନ କରିଥିଲେ, ଓ ଏହାର ସମ୍ପୂର୍ଣ୍ଣ ସଫଳତା ରକ୍ତ ଭଣ୍ଡାରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଶ୍ରେୟ ପ୍ରଦାନ କରି ଥିଲେ। ଏଥି ସହ ଡ଼କ୍ଟର ସବ୍ୟସାଚୀ ଦାଶ ଆଜିର ଦିବସରେ ସ୍ୱଇଚ୍ଛାରେ ରକ୍ତ ଦାନ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଥିଲେ ଫଳରେ ଡକ୍ଟର ଦାସ ଙ୍କ ଅନୁରୋଧ କ୍ରମେ ୧୦ ଜଣ ବ୍ୟକ୍ତି ରକ୍ତ ଦାନ କରିଥିଲେ ଯେଉଁଥିରେ କି ହସ୍ପିଟାଲରେ କାର୍ଯ୍ୟରତ ଡକ୍ଟର ଆୟୁସି ପ୍ରଥମ ଥର ପାଇଁ ରକ୍ତ ଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ କୁମାର ରାଉଳ, ବ୍ଲଡ ବ୍ୟାଙ୍କର ସମସ୍ତ କର୍ମଚାରୀ,ହସ୍ପିଟାଲ
ରେ କର୍ମରତ କର୍ମଚାରୀ, ଡ଼ଃ ଏଲସିସ ୟୁନିଟ ର ସମସ୍ତ କର୍ମଚାରୀ ,ବ୍ଲକ ଆକାଉଣ୍ଟ ମ୍ୟାନେଜର ବିଶ୍ୱଜିତ ସୁନା, ଲୋକେଶ କଲାର ପ୍ରମୁଖ ଉପସ୍ଥିତ ଥିଲେ।