July 3, 2024

ବସୁଧା ଯୋଜନା ରେ ମୁନିସିଙ୍ଗ ଗାଁ କୁ ପାଣି ଯୋଗାଣ କେବେ ହେବ!!!!

Share

ରାୟଗଡା : କୋଳନରା ବ୍ଲକ ର ସୁରି ପଂଚାୟତ ଆନ୍ତର୍ଗତ ମୁନିସିଙ୍ଗିଗ୍ରାମ କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ବସୁଧା ଯୋଜନା ମାଧ୍ୟମ ରେ50 ହଜାର ଲିଟର ବିଶିଷ୍ଟ ଏକ ଓଭର ହେଡ଼ ଟ୍ୟାଙ୍କ ଓ ପମ୍ପ ହାଉସ କାମ ନିର୍ମାଣ ଶେଷ ହେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ୍ୟ ପାଇପ ଲାଇନ ଯୋଗ ପାଣି ଯୋଗାଣ ହୋଇପାରିନଥିବାରୁ ଗ୍ରାମବାସୀ କ୍ଷବ ପ୍ରକାଶ କରିଛନ୍ତି l ସରକାର ଜନସାଧାରଣ ଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ଗ୍ରାମ୍ୟ ଜଳ ଯୋଜଗାଣ କନିଷ୍ଟ ଯନ୍ତ୍ରୀ ସୁଭଦର୍ଶିନୀ ପଟ୍ଟନାୟକ ଙ୍କ ଆନ୍ତରିକତା ର ଅଭାବ ଯୋଗୁ ବସୁଧା ଯୋଜନା ରେ ମୁନିସଙ୍ଗୀ ପାଇଁ ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଭାବେ ଫେଲ ମାରିଛି ବୋଲି ସ୍ଥାନୀୟ ବସି ଅଭିଯୋଗ କରିଛନ୍ତି l ଅନୁସନ୍ଧାନ ରୁ ପମ୍ପ ହାଉସ କୁ ବିଦ୍ୟୁତ ସଂଯୋଗ ହୋଇନଥିବା ରୁ ପାଣି ଯୋଗାଣ ହେଉ ଣ ଥିବା ର ଜଣା ପଡିଛି l ଏହି ବିଷୟରେ ସ୍ଥାନୀୟ ଯନ୍ତ୍ରୀ ସୁଭଦର୍ଶିନୀ ଙ୍କୁ ଯୋଗ ଯୋଗ ପାଇଁ ବ୍ଲକ ଅଫିସ କୁ ଯାଇଥିଲୁ କିନ୍ତୁ ଯୋଗ ହୋଇପାରିନଥିଲା ତାଙ୍କରି ଫୋନ 9439404641ରେ ଘଟଣା ସମ୍ପର୍କ ରେ ପଚାରିବାରୁ ସେ ନିଜ ପ୍ରତିକ୍ରିୟାରେ କହିଲଥିଲେ ଯେ କାମ ଚାଲିଛି ପାଇପ ଯୋଗେ କେବେ ପାଣି ଯୋଗାଯିବ ତାହା ମୁ କହିପାରିବିନାହିଁ ବୋଲି କହିଥିଲେ l ଏହି ବ୍ଲକ ବିଭିନ୍ନ ଗ୍ରାମ ରେ ବସୁଧା ଯୋଜନା ରେ ନିର୍ମିତ କାମ ଅଧୁରା ହୋଇପଡିଛି କିନ୍ତ କନିଷ୍ଟ ଯନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେଉନାହାଂତି ବୋଲି ଅଞ୍ଚଳ ବସି ଅଭିଯୋଗ କରୁଛନ୍ତି l
ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ