ନନ୍ଦପଣ୍ଡାପଲ୍ଲୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଅବ୍ୟବସ୍ଥା ତଦନ୍ତ କଲେ ମେଡିକାଲ ଟିମ୍ କାର୍ଯ୍ୟାନୁଷ୍ଠାନ ପାଇଁ ସିଡିଏମଓ ଙ୍କୁ ସୁପାରିଶ

ଛତ୍ରପୁର. ତା.୧୫/୫/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଉଳଗାଁ ଗ୍ରାମପଞ୍ଚାୟତର ନନ୍ଦପଣ୍ଡାପଲ୍ଲୀ ଗାଁ ରେ ଥିବା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରୋଗୀଙ୍କ କାମରେ ଲାଗୁନି l ଏନେଇ ପଞ୍ଚାୟତ ପ୍ରତିନିଧି , ଜନସାଧାରଣ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l ଏଠାରେ କାର୍ଯ୍ୟ କରୁଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଠିକ୍ ସମୟରେ ନଆସିବା, ରୋଗୀଙ୍କୁ ବ୍ୟବହାର ଖରାପ କରିବା, ମାଗଣାରେ ଔଷଧ ନ ଦେବା ଆଦି ଅନେକ ଅଭିଯୋଗ ଗ୍ରାମବାସୀ ଓ ଜନପ୍ରତିନିଧି ଆଣିଛନ୍ତି l ଏହି ମେଡ଼ିକାଲ ର ନିୟମ ରହିଛି ଖରାଦିନ ସକାଳ ୮ ଟା ରୁ ୧୧ ଟା ପର୍ଯ୍ୟନ୍ତ ଖୋଲା ରହିବ ଏଵଂ ଖରାଦିନ ବ୍ୟତୀତ ଅନ୍ୟ ଦିନ ସକାଳ ୯ ଟା ଠାରୁ ୧୨ ଟା ପଯ୍ୟନ୍ତ ଖୋଲା ରୁହେ l କିନ୍ତୁ ଏଠାରେ କାର୍ଯ୍ୟ କରୁଥିବା ଅଧିକାରୀ ୧୦ ଟା ରେ ଆସନ୍ତି ୧୧ ଟାରେ ଚାଲିଯାଆନ୍ତି ଏପରିକି ଆଉ ବେଳେ ବେଳେ ଆସନ୍ତିନି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି l ସରକାରଙ୍କ ନିୟମ ରହିଛି ମୁଖ୍ୟ କେନ୍ଦ୍ର ଠାରୁ ୮ କିଲୋମିଟର ଅବଧି ଭିତରେ ରହି ଲୋକଙ୍କୁ ସେବା ଯୋଗାଇବା କଥା କିନ୍ତୁ ଏହି ଅଧିକାରୀ ସ୍ଥାନୀୟ କ୍ୱାଟେର ରେ ନ ରହି ଭୁବନେଶ୍ୱର ରୁ ଆସୁଥିବା ମଧ୍ୟ ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି l ଏସବୁ ନେଇ ସ୍ଥାନୀୟ ଜନପ୍ରତିନିଧି ଓ ଲୋକଙ୍କ ପକ୍ଷରୁ ଛତ୍ରପୁର ବ୍ଲକ ମୁନିଶିପେଣ୍ଠ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର ର ସୁପରିଡେଣ୍ଟ ଡାକ୍ତର ସ୍ଵାଧୀନ ରଥ ଙ୍କ ଠାରେ ଲିଖିତ ଅଭିଯୋଗ ହୋଇଥିଲା ଏହାପରେ ଏହାର ତଦନ୍ତ ପାଇଁ ସୁପରିଡେଣ୍ଟ ରଥ ତାଙ୍କ ନେତୃତ୍ବରେ ଏକ ଟିମ ଗଠନ କରି ଅଚାନକ ନନ୍ଦପଣ୍ଡାପଲ୍ଲୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ରେ ପହଞ୍ଚିଥିଲେ ଲୋକଙ୍କ କହିବା ନୁଜାଇ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସଠିକ୍ ସମୟରେ ଆସୁନଥିବା, ମାଗଣାରେ ଔଷଧ ନ ଦେବା , ବହୁ ଔଷଧ ଏକସ୍ପାରି ହୋଇଯାଇଥିବା, ରେଜିଷ୍ଟର ଠିକ୍ ନଥିବା ମେଡିକାଲ ଟିମ୍ ତଦନ୍ତ ଓ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲେ ଏସଂପର୍କରେ କାର୍ଯ୍ୟାନୁଷ୍ଠାନ ଓ ଆଗାମୀ ପଦକ୍ଷେପ ନେବା ପାଇଁ ଉପରିସ୍ଥ ଅଧିକାରୀ ଙ୍କୁ ଚିଠି କରିବି ବୋଲି ମୁନିଶିପେଣ୍ଠ ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ର ର ସୁପରିଡେଣ୍ଟ କହିଛନ୍ତି ଏଠାରେ ୨୦୨୪ ମସିହାରେ ନୂତନ କରି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗଢି ଉଠିଥିଲା l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟ ଗ୍ରାମାଞ୍ଚଳରେ କିଭଳି ଜନସାଧାରଣ ପାଖରେ ସେବା ପହଞ୍ଚାଇ ୫୫ ପ୍ରକାର ମେଡିସିନ ଓ ୧୩ ପ୍ରକାର ରକ୍ତ ପରୀକ୍ଷା ପ୍ରଦାନ କରାଯାଇପାରିବ ସେଥି ପ୍ରତି ପ୍ରତିଜ୍ଞାବଦ୍ଧ ଥିଲେ l କିନ୍ତୁ ତୃଣମୁଳ ସ୍ତରରେ କିଛି ଅବହେଳିତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଇଁ ବଦନାମ ହେଉଛି ପ୍ରଶାସନ l ଯାହାର ଉଦାହରଣ ନନ୍ଦପଣ୍ଡାପଲ୍ଲୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର l ଜଣେ କମ୍ୟୁନିଟି ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ , ମହିଳା ସ୍ୱାସ୍ଥ୍ୟ କର୍ମୀ , ହାଉସ କିପିଙ୍ଗ ଷ୍ଟାଫ୍ ଓ ୫ଜଣ ଆଶା ଦିଦି ଙ୍କୁ ନେଇ ଏହି ଅରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି