September 22, 2026

ସାହାଯ୍ୟ ଅପେକ୍ଷାରେ ବୃକକ ରୋଗି ମହେଶ୍ୱର..

IMG-20250515-WA0004
Share

 

ବୋଲଗଡ଼ ,(ଉପାନ୍ତ ଖବର): ବୋଲଗଡ଼ ବ୍ଳକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ସିମାପଲି ଗ୍ରାମର ମହେଶ୍ୱର ବେହେରା(୬୫) ଆଜକୁ ଦୁଇ ବର୍ଷ ହେଲାଣି ବୃକକ ରୋଗରେ ପଡିତ ଥିଲେ ଏମ୍ସ ମେଡ଼ିକାଲ ରେ ଗୋଟିଏ ଗୋଟିଏ ବୃକକ କାମ କରୁ ନଥିବାରୁ ତାକୁ ଅପରେଶନ କରି ବାହାର କରି ଦିଆଯାଇଛି। ଅନ୍ୟ ବୃକକ ଟି ୧୭ଶତକଡ଼ା ଖରାପ ହୋଇଯାଇଛି ଯାହା ଫଳରେ ଜୀବନସହ ସଂଗ୍ରାମ କରୁଛନ୍ତି ମହେଶ୍ଵର। ଧାର ଉଦ୍ଧାର କରି ସେ ଏବେ ଭୁବନେଶ୍ୱର ଆଇ ଜି ସିକେ ମେଡିକାଲରେ ପରାମର୍ଶ ନେଇ ଓୗସଧ ବ୍ୟବହାର କରୁଛନ୍ତି ନିଜର ଥିବା bsky କାର୍ଡ ରେ ପ୍ରଥମ ବୃକକ ଅପରେସନ କରାଯାଇଥିଲା। କିନ୍ତୁ ମେଡ଼ିସିନ ମାସକୁ କୋଡିଏ ହଜାର ଟଙ୍କା ର କିଣିବାକୁ ପଡୁଛି ଡାକ୍ତର କହୁଛନ୍ତି ଯେଉଁ ବୃକକ ଟି ଅଛି ପ୍ରତିରୋପଣ କରିବାକୁ କିନ୍ତୁ ଆର୍ଥିକ ଅନାଟନ ରେ ସେ ଗତି କରୁଛନ୍ତି। ଏତେ ପଇସା କୋଉଠୁ ଆଣିବେ ଚିନ୍ତା ରେ ପରିବାର ୧୫କିଗ୍ରା ରାସନ ଚାଉଳ ସାହାଭରସା। ଜମି ଘର ବାଡି କହିଲେ ଭୂମିହୀନ ଅଟନ୍ତି । ସରକାରୀ ସ୍ତରରେ କଳାକାର ଦୁଇ ହଜାର ପାଉଛନ୍ତି ଯାହାକି ବହୁକଷ୍ଟରେ ନିଜର ଗୁଜୁରାଣ ମେଣ୍ଟାଉ ଛନ୍ତି ଘରେ ସ୍ତ୍ରୀ ଓ ଗୋଟିଏ ପୁଅ। ଗାଁ ରୁ ଏବଂ ବନ୍ଧୁବାନ୍ଧବଙ୍କ ଠାରୁ ସାହାଯ୍ୟ କିଛି ପଇସାରେ ସେ ଡାକ୍ତର ଦେଖାଉ ଛନ୍ତି। ଦୁଃଖ ଭରା କଣ୍ଠ ରେ ନିବେଦନ କରିଛନ୍ତି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ ର ହାତ ବଢେଇଲେ କିଛି ଦିନ ବଞ୍ଚିଯିବେ।

 

ଯୋଗାଯୋଗ ନଂ-6372918408

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed