November 9, 2026

ସଚେତନତା ଓ ନିରନ୍ତର ପ୍ରୟାସର ସୁଫଳ: ଜାମୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ଗୁରୁତର ପୁଷ୍ଟିହୀନତାରୁ ମୁକୁଳିଲେ ଶିଶୁ

IMG-20261108-WA0164
Share

 

 

*ମାଲକାନଗିରି (ଚିତ୍ରକୋଣ୍ଡା),

 

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପଣସପୁଟ ଗ୍ରାମ ପଞ୍ଚାୟତର ଜାମୁଗୁଡ଼ା ଅଙ୍ଗନବାଡ଼ି କେନ୍ଦ୍ରରୁ ଏକ ଉଲ୍ଲେଖନୀୟ ସଫଳତାର କାହାଣୀ ସାମ୍ନାକୁ ଆସିଛି। ଗତ ୨୨.୦୭.୨୦୨୬ ରିଖରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଚେତା ପଣ୍ଡା, ଚିତ୍ରକୋଣ୍ଡା ସିଡିପିଓ ଏବଂ ସମ୍ପୃକ୍ତ ସେକ୍ଟର ସୁପରଭାଇଜର ଏହି କେନ୍ଦ୍ର ପରିଦର୍ଶନ କରିବା ସମୟରେ ସମସ୍ତ ଶିଶୁଙ୍କ ଉଚ୍ଚତା ଓ ଓଜନ ମାପ କରିଥିଲେ। ଏହି ସମୟରେ କେନ୍ଦ୍ରର ୧୨ ଜଣ ଶିଶୁ ଗୁରୁତର ତୀବ୍ର ପୁଷ୍ଟିହୀନତା ବା ସାମ୍ ଶିକାର ହୋଇଥିବା ଜଣାପଡ଼ିଥିଲା।

 

ଏହାପରେ ବିଭାଗୀୟ ଅଧିକାରୀମାନେ ଏହାର କାରଣ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନ କରିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଥିଲା ଯେ, ସମ୍ପୃକ୍ତ ପରିବାରଗୁଡ଼ିକ କେତେକ ପାରମ୍ପରିକ ନୀତିନିୟମ ଓ ବିଶ୍ୱାସ କାରଣରୁ ସେମାନେ ଅଣ୍ଡା ଆହାର କରୁନଥିଲେ ଏବଂ ସନ୍ଧ୍ୟା ୫ଟା ପରେ ରାତ୍ରି ଭୋଜନ ମଧ୍ୟ କରୁନଥିଲେ। ଏହି କଠୋର ଖାଦ୍ୟପେୟ ଶୈଳୀ କାରଣରୁ ଶିଶୁମାନଙ୍କ ଶରୀରରେ ଆବଶ୍ୟକୀୟ ପୁଷ୍ଟିସାଧନ ହୋଇପାରୁନଥିଲା। ଏହାକୁ ଗୁରୁତ୍ୱର ସହ ନେଇ ଡିଏସ୍‌ଡବ୍ଲୁଓ, ସିଡିପିଓ ଏବଂ ସୁପରଭାଇଜର ତୁରନ୍ତ ପଦକ୍ଷେପ ନେଇଥିଲେ। ସେମାନେ ଶିଶୁମାନଙ୍କ ମାତାମାନଙ୍କ ସହ ସିଧାସଳଖ ଆଲୋଚନା କରି ଉପଯୁକ୍ତ ପୁଷ୍ଟିକର ଖାଦ୍ୟ, ନିୟମିତ ଖାଦ୍ୟ ଗ୍ରହଣର ସମୟ ଏବଂ ଶିଶୁର ସଠିକ୍ ଯତ୍ନ ସମ୍ପର୍କରେ ପରାମର୍ଶ ଦେବା ସହ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ।

 

ପ୍ରଶାସନର ଏହି ନିରନ୍ତର ତଦାରଖ, ମାତୃ ପରାମର୍ଶ ଓ ପୁଷ୍ଟିକର ଖାଦ୍ୟ ପ୍ରଦାନର ସୁଫଳ ସ୍ୱରୂପ ବର୍ତ୍ତମାନ ସାମ୍ ଶ୍ରେଣୀଭୁକ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିଗତ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଘଟି ସେମାନେ ଏହି ଶ୍ରେଣୀରୁ ବାହାରି ଆସିଛନ୍ତି। ଏହି ୧୨ ଜଣ ଶିଶୁଙ୍କୁ ମଧ୍ୟରୁ ୯ ଜଣ ଶିଶୁଙ୍କର ପୁଷ୍ଟିଗତ ସ୍ଥିତିରେ ସୁଧାର ଆସିଛି । ଆଉ ୩ ଜଣ ଶିଶୁ ସିମାମ୍ ଅନ୍ତର୍ଭୂକ୍ତ ଅଛନ୍ତି। ସେହିପରି ପୁଷ୍ଟିଗତ ସ୍ବାସ୍ଥ୍ୟ ସ୍ଥିତିରେ ସୁଧାର ଆଣିବା ପାଇଁ ନିୟମିତ ଓଜନ ଓ ଉଚ୍ଚତା ମାପ, ଘର ପରିଦର୍ଶନ ଏବଂ ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ପ୍ରଦାନ ଜାରି ରହିଛି। ଖୁବ୍ ଶୀଘ୍ର ସମସ୍ତ ପ୍ରୟାସ ବଳରେ ଅନ୍ୟ ଶିଶୁମାନେ ମଧ୍ୟ ସାମ୍ ଶ୍ରେଣୀରୁ ମୁକୁଳିବ ବୋଲି ବିଭାଗ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

You may have missed