November 9, 2026

ତିର୍ତ୍ତୋଲ ବ୍ଲକ କଂଗ୍ରେସ ର ” ବ୍ଲକ ଯିବା ଜବାବ ମାଗିବା ” କାର୍ଯ୍ୟକ୍ରମ

IMG-20261109-WA0041
Share

ତିର୍ତ୍ତୋଲ :

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

କଂଗ୍ରେସର ୫ ଦଫା ଦାବୀ ନେଇ ଆଜି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ଘେରାଉ ହୋଇଥିବା ଦେଖିବାକୁ ମିଳିଥିଲା l ଜ଼ିଲ୍ଲା କଂଗ୍ରେସ ସଭାପତି ଦେବପ୍ରସାଦ ନାୟକ ଏବଂ ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ଭୂଷଣ ମଲ୍ଲିକଙ୍କ ନେତୃତ୍ୱ ରେ ବ୍ଲକ କଂଗ୍ରେସ ସଭାପତି ସଫି ଆଜମ ଙ୍କ ପରିଚାଳନା ରେ କଟକ – ପାରାଦ୍ୱୀପ ରାସ୍ତା ନେହୁରୁ ବଜାର ନିକଟରୁ ଏକ ବିଶାଳ ରାଲିରେ ଆସି ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସର ସଭାସ୍ଥଳ ରେ ପହଂଚି କାର୍ଯ୍ୟାଳୟ ଘେରାଉ କରିଥିଲେ l ଏଥିରେ ପ୍ରଦେଶ କଂଗ୍ରେସ କମିଟି ର ଉପ ସଭାପତି ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ , ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଡଃ. ଲଲାଟେନ୍ଦୁ ମହାପାତ୍ର , ଓପିସିସି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିଶ୍ବଜିତ ଦାସ , ସହ ପ୍ରଭାରୀ ମାନସ କର , ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ , ଜିଲ୍ଲା କଂଗ୍ରେସ କମିଟି ଉପ ସଭାପତି ମହମ୍ମଦ ଅବଦୁଲ ଓ୍ବାହିଦ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଟକ ସେଣ୍ଟ୍ରାଲ କୋଅପରେଟିବ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ଶୁଭ ନାରାୟଣ ନାୟକ,ଓ ଧନଞ୍ଜୟ ସୁତାର, ବ୍ଲକ ଉପ ସଭାପତି ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି

ତିର୍ତ୍ତୋଲ ବ୍ଲକ ରେ ୨୯ ଟି ପଞ୍ଚାୟତ ରେ ହେଉଥିବା ଦୁର୍ନୀତି ସମ୍ପର୍କରେ ବ୍ଲକକୁ ଜବାବ ମାଗିଥିଲେ l ବୃଦ୍ଧ ବୃଦ୍ଧା, ଅସହାୟ ଓ ଭିନ୍ନକ୍ଷମ ମାନଙ୍କର ଭତ୍ତା ପ୍ରଦାନ ରେ ଅହେତୁକ ବିଳମ୍ବ ଓ ନୂତନ ଭତ୍ତା ଦେବାରେ ବିଜେପି ଅସମର୍ଥ, ପ୍ରଧାନମନ୍ତ୍ରୀ ଆବାସ ଓ ଅନ୍ତୋଦୟ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ବାଦ ଦେବା, ରାସନ କାର୍ଡରେ ଯୋଗ୍ୟ ହିତାଧିକାରୀ ଙ୍କ ନାମ ବାଦ ପଡିବା ଓ ନାମ ଯୋଡିବାରେ ଅନିୟମିତତା, ସୁଭଦ୍ରା ଯୋଜନାରେ ମା ମାନଙ୍କ ନାମକୁ ଭୁଲ ତଥ୍ୟ ଆଧାରରେ ବାଦ ଦେବା ବିରୋଧରେ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ପ୍ରମୁଖ ସମସ୍ୟାର ସମାଧାନ ଦାବିରେ ବ୍ଲକ ଘେରାଉ କରାଯାଇଥିଲା l ଏଥିରେ ତେନ୍ତୁଲିପଦା ସରପଞ୍ଚ ସରୋଜିନୀ ପରିଜା, ଜଗନ୍ନାଥପୂର ସରପଞ୍ଚ ସୁଶାନ୍ତ କୁମାର ନାୟକ,ଗରାମ ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ମୂଳିସିଂ ପଞ୍ଚାୟତ ସମିତିସଭ୍ୟ ରଞ୍ଜନ କୁମାର ସାହୁଙ୍କ ସମେତ ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସାମିଲ ହୋଇଥିଲେ l

You may have missed