September 29, 2024

 ପରଲୋକ ରେ ବରିଷ୍ଟ କଂଗ୍ରେସ କର୍ମୀ କିଶୋର ଦଣ୍ଡସେନା….

Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ କରଣ ସାହି ବାସିନ୍ଦା କିଶୋର ଦଣ୍ଡ ସେନା ନିଜ ବାସ ଭଵନ ରେ ହଠାତ କୌଣସି କାରଣ ରୁ ଅସୁସ୍ଥ ଅନୁଭବ କରି ଥିଲେ. ପରିବାର ଲୋକେ ହସ୍ପିଟାଲ କୁ ତୁରନ୍ତ ନେଇ ଯାଇ ଥିଲେ. ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ଥିଲେ. ଖବର ପ୍ରସାର ହବା ପରେ ବନ୍ଧୁ ଓ ପରିବାରଙ୍କ ସୁଅ ଛୁଟି ଥିଲା. ସ୍ବର୍ଗତ ଦଣ୍ଡ ସେନା କଂଗ୍ରେସ ଦଳ ର ଜଣେ ସକ୍ରିୟ ଓ ନିଷ୍ଠା ପର ଭାବରେ କାମ କରି ଆସୁ ଥିବା କର୍ମୀ ମାନେ ପ୍ରକାଶ କରିଛନ୍ତି. ଜଣେ ଶୃଙ୍ଖଳିତ କର୍ମୀ ଭାବରେ ଦୀର୍ଘ ପଚାଶ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଦଳ କୁ ସମୟ ଦେଇ ଆସି ଛନ୍ତି ବୋଲି ଜଣା ଯାଇଛି. ତାଙ୍କ ପରଲୋକ ରେ ବ୍ଲକ କଂଗ୍ରେସ ସଭା ପତି ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି. ନଗର କଂଗ୍ରେସ କମିଟି ସଭାପତି ଶ୍ରୀ ସିଦ୍ଧାର୍ଥ ତ୍ରିପାଠୀ. ଜ଼ିଲ୍ଲା ଭତରା ବିକାଶ ପରିଷଦ ସଭା ପତି ଶ୍ରୀ ନୀଳକଣ୍ଠ ପୂଜାରୀ. କୋଟପାଡ଼ ଲେମ୍ପସ ନିର୍ଦେଶକ ଶ୍ରୀ ରମା କାନ୍ତ ବିଶୋଇ. ପୂର୍ବତନ କାଉନ ସିଲର ନାଇକ. ନରେନ୍ଦ୍ର ମାଝୀ. କୁରମ ନାଥ ନାଇକ. ଯୁବ କଂଗ୍ରେସ ନେତା କାଳୀକୃଷ୍ଣ ହୋତା ଙ୍କ ସମେତ ଦଳର ବହୁ ନେତା ଓ କର୍ମୀ ଶୋକ ପ୍ରକାଶ କରି ଥିବା ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବା ଜଣା ଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା.