March 10, 2026

ଗ ଅନ୍ଧାର ଗାଁରେ ଆଲୋକ ସାଜିଲେ ସମାଜ ସେବୀ ଝାନ୍ସୀ ରାଣୀ

IMG-20230515-WA0044
Share

ଗ ଅନ୍ଧାର ଗାଁରେ ଆଲୋକ ସାଜିଲେ ସମାଜ ସେବୀ ଝାନ୍ସୀ ରାଣୀ

ହାଟଡିହି,).ଆଦିବାସୀ ଅଧୁଷିତ କେଉଁଝର ଜିଲ୍ଲା ହାଟଡିହି ବ୍ଲକ କେ, ବାଲିପାଳ ପଞ୍ଚାୟତର ରାଇଘାଟି,ଭଅଁରା,ମୟୁର ନଚା,ଭଳି ପାହାଡ ଘେରା ଅପହଞ୍ଚ ଆଠଗୋଟି ଗ୍ରାମ କୁ ନେଇ ଗଠିତ ପଞ୍ଚାୟତଟି ରାସ୍ତା,ବିଜୁଳି ଭଳି ସରକାରଙ୍କ ବହୁ ଯୋଜନାରୁ ବାଦ ପଡିରହିଛି। ଏକ ଶହ ରୁ ଅଧିକ ଲୋକ ବସବାସ କରୁଥିବା ଗ୍ରାମକୁ ବିଜୁ ଗ୍ରାମିଣ ଜ୍ୟୋତି ବିଦ୍ୟୁତ୍ ସଂଯୋଗଗୀକରଣ ଯୋଜନାରେ ସାମିଲି କରିବା ସରକାରଙ୍କ ନିୟମ ଥିବାବେଳେ କିନ୍ତୁ ଦୁଃଖର କଥା ସମଗ୍ର ପଞ୍ଚାୟତ ରେ ବିଜୁଳି ଆଲୋକ ଲୋକମାନଙ୍କ ପାଇଁ ପାଲଟିଛି ସାତ ସପନ।ଶିକ୍ଷା ସ୍ବାସ୍ଥ୍ୟ ଗମନା ଗମନ ଭଳି କୌଣସି ମୌଳିକ ସୁବିଧା ବଞ୍ଚିତ ଏହି ଅଞ୍ଚଳ ବର୍ତ୍ତମାନର ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକମାନେ ନାନାଦି ସମସ୍ୟାରେ ସମ୍ମୁଖୀନ ହୋଇଥିବାରୁ ସମାଜ ସେବୀ ଝାନ୍ସୀ ରାଣୀ ଦାସ ଏହି ଅପହଞ୍ଚ ଅଞ୍ଚଳର ଲୋକମାନଙ୍କ ପାଖରେ ପହଞ୍ଚି ବିଞ୍ଚଣା ଓ ଥଣ୍ଡା ପାନୀୟ ବଣ୍ଟନ କରି ଲୋକ ମାନଙ୍କର ସମସ୍ୟା ବିଷୟରେ ଆଲୋକପାତ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ।

କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।