September 16, 2026

କର୍ଣ୍ଣାଟକରେ କଂଗ୍ରେସ ଦଳର ବିଜୟ କୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ଦଳର ବିଜୟ ଉତ୍ସବ ପାଳିତ

bd9bd5e0-df68-4036-a280-8c878ecd2885
Share

ପାରଳାଖେମୁଣ୍ଡି:୧୫/୫
(ଗରୁଡ଼ ଧ୍ଵଜ ଚୌଧୁରୀ)
କର୍ଣ୍ଣାଟକ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ତଥା ସଫଳତାକୁ ନେଇ ଆଜି ପାରଳାଖେମୁଣ୍ଡି ସହରରେ ଜିଲ୍ଲା କଂଗ୍ରେସ ପାର୍ଟି ପକ୍ଷରୁ ବିଜୟ-ଉତ୍ସବ କାର୍ଯ୍ୟକ୍ରମ ପାଳନ କରାଯାଇଛିଏହିଅବସରରେ ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ବିଜୟ ଉତ୍ସବ ପାଳନ କରା ଯାଇଥିଲା ।ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରି କଂଗ୍ରେସର ବିପୁଳ ବିଜୟ ପାଇଁ ବିଭିନ୍ନ ନାରା ଦେବା ସହ ବାଣ ଫୁଟାଇ ଏବଂ ମିଠା ବାଣ୍ଟି ଉତ୍ସବ ମନାଇ ଥିଲେ ।ଏହିପରିପ୍ରେକ୍ଷୀରେ ଜିଲ୍ଲା ସଭାପତି ତଥା ମୋହନା ବିଧାୟକ ଶ୍ରୀ ଗମାଙ୍ଗ କହିଛନ୍ତି ଯେ , ଆଜି ସାରା ଭାରତରେ କଂଗ୍ରେସ ପାଇଁ ଏକ ଖୁସିର ଦିନକର୍ଣ୍ଣାଟକରେ ଅନୁଷ୍ଠିତ ନିର୍ବାଚନରେ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି ।
ସେଥିପାଇଁ ଗଜପତି ଜିଲ୍ଲା କଂଗ୍ରେସ ଆଜି ପାରଳା ରେ ବିଜୟ ଉତ୍ସବ କରୁଛି । ଯେହେତୁ , କଂଗ୍ରେସ ସାରା ଭାରତରେ ଯେତେ ପ୍ରଦେଶ ରହିଛି , ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ନିଶ୍ଚିତ ଭାବେ ରାଜ୍ୟ ଦଖଲ କରିବୁ । ବର୍ତ୍ତମାନ କଂଗ୍ରେସର ପରିସ୍ଥିତି ବହୁତ୍ ଭଲ ଅଛି , କର୍ଣ୍ଣାଟକରେ ପୁଣି ରାଜ୍ୟ ଶାସନ ପାଇଁ ନିର୍ବାଚନ ସମୟରେ ବିଜେପି ତଥା ମୋଦୀ ସରକାର କେତେ ଯେ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି , ତାର ହିସାବ ନାହିଁ , ଯେତେ ଖର୍ଚ୍ଚ କରିଥିଲେ ମଧ୍ୟ କର୍ଣ୍ଣାଟକ ବାସୀ ତାର ଉଚିତ୍ ମୁହଁ-ତୋଡ ଜବାବ ଦେଇଛନ୍ତି । ସେମିତି ଭାବେ ଠିକ୍ ଜବାବ ଦେବେ , ଯେତେ ପ୍ରଦେଶ ରହିଛି ଏବଂ ଓଡ଼ିଶାରେ ମଧ୍ୟ ଆଗାମୀ ଦିନର ସାଧାରଣ ନିର୍ବାଚନରେ ଜନସାଧାରଣ ନିଶ୍ଚିତ ଭାବେ ବିଜେପି-ବିଜେଡିକୁ ଠିକ୍ ଜବାବ ଦେବେ , ଏଥିରେ ଦ୍ଵିମତ ନାହିଁ ।
ଆଗାମୀ ଦିନରେ କଂଗ୍ରେସ ତଥା ଶ୍ରୀ ରାହୁଲ ଗାନ୍ଧୀ ନିଶ୍ଚିତ ଭାବେ ଦେଶର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ , ଯାହାକି , ଆଜିଠାରୁ , କର୍ଣ୍ଣାଟକ ରାଜ୍ୟରୁ ହିଁ ଏହାର ସତର୍କ ଘଣ୍ଟି ବାଜିଲାଣି । ଯେଉଁ ରାଜ୍ୟ କି ବୁଦ୍ଧିଜୀବୀ ଅଞ୍ଚଳ ରାଜ୍ୟ ଓ ଜ୍ଞାନୀ ଗୁଣି , ଧନୀ ଓ ବିଭିନ୍ନ ଜାତିର ଲୋକେ ଅଛନ୍ତି ଏବଂ ଏହା ଆଇ-ଟି ସେକ୍ଟରର ଅଞ୍ଚଳ ଏବଂ ଭାରତ ବର୍ଷର ଏକ ମେରୁଦଣ୍ଡ ବୋଲି କହିଥିଲେ ।ଆଗାମୀ ୨୦୨୪ ନିର୍ବାଚନରେ କଂଗ୍ରେସ ବିଭିନ୍ନ ପ୍ରଦେଶ ସମେତ ଓଡ଼ିଶା ରାଜ୍ୟରେ ମଧ୍ୟ ଭଲ ପ୍ରଦର୍ଶନ କରିବ , ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଦୃଢୋକ୍ତି ହୋଇ କହିଛନ୍ତି ।ଏହି କାର୍ଯ୍ୟକ୍ରମ
ରେ ଜିଲ୍ଲା କଂଗ୍ରେସ କମିଟିର ଶ୍ରୀ ବସନ୍ତ ପଣ୍ଡା , ପୁରୁଖା ନେତାଶ୍ରୀଅଭିମନ୍ୟୁ
ପଣ୍ଡା , ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର , ଆଦିବାସୀ ନେତା ଶ୍ରୀ ବେର୍ଣିକ ଗମାଙ୍ଗ , ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଢ଼ୀ , ଶ୍ରୀ ସଂଗ୍ରାମ ସାହୁ , ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ , ଶେଖ୍ ପରବିନ ପ୍ରମୁଖଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

You may have missed