March 12, 2026

ପାରଳାଖେମୁଣ୍ଡି ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ର ଠାରେ ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ଆନ୍ତର୍ଜାତିକ ମାତୃ ଦିଵସ ପାଳନ

IMG-20230515-WA0002
Share

ପାରାଳlଖେମୁଣ୍ଡି:୧୪/୫୦(ଗରୁଡ଼ ଧ୍ଵଜ ଚୌଧୁରୀ) ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମାତୃ ଦିବସ କଳ୍ପନା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି। ମାଆକୁ ସମ୍ମାନ ଜାତିକୁ ସମ୍ମାନ ଏବଂ ମା ସର୍ବଂସହା ଏକ ବିଶେସ ବ୍ୟକ୍ତିତ୍ଵ ,ମାର ମମତା,ସ୍ନେହ,ତାଗ , ପ୍ରେମ ଅନନ୍ତ, ଅମାପ,ତାରି ଡୋରୀରେ ବନ୍ଧା ଏ ଜଗତ ତା ବିନା ଆମର ନାହିଁ ଅସ୍ତିତ୍ବ ବୋଲି ବକ୍ତାମାନେ କହିଥିଲେ। ଡ଼ ପ୍ରଦୀପ ମହାପାତ୍ର ସି.ଡି.ଏମ.ଓ ମୁଖ୍ୟ ଅତିଥି, ଡ ଅଜୟ ତ୍ରିପାଠୀ, ଅଧ୍ୟକ୍ଷ ଏସକେସିଜିକଲେଜ୍,ମୁଖ୍ୟ ବକ୍ତା ବରିଷ୍ଠ ମା ରତ୍ନବାଳା ପଟନାୟକ ବିଶିଷ୍ଟ ଅତିଥି,ଲୋକନାଥ ମିଶ୍ର, ତନୁଜା ଶତପଥୀ ସମ୍ପାଦିକାପ୍ରଗତି,ଲୋକନାଥ ମିଶ୍ର ,ବିଚିତ୍ରାନନ୍ଦ ବେବର୍ତ୍ତା ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡେମି ମଞ୍ଚାସିନ ଥିଲେ। ଅନ୍ୟାନ୍ୟ ବକ୍ତା ମଧ୍ୟରେ ମନୋଜ ପଟନାୟକ,ପଣ୍ଡିତ ନରସିଂହ ଗୌଡ଼, ସବିତା ପଣ୍ଡିତ, ରାଜେଶ୍ୱରୀ ସ୍ୱାଇଁ, ବର୍ଷା ରାଉତ ପ୍ରଫୁଲ୍ଲ ବେବର୍ତ୍ତା,ମାନସୀ ପଣ୍ଡାବକ୍ତବ୍ୟ ରଖି ଥିଲେ।ଏହି ଶୁଭ ଅବସରରେ ଦୁଇ ଜଣ ଶ୍ରେଷ୍ଟ ମା ଶ୍ରଦ୍ଧାଞ୍ଜଳି ପଟନାୟକ ଏବଂ ଏମ୍ ଯୋଗଲାମାଙ୍କୁ ଉପଢୌକନ ଏବଂ ମାନପତ୍ର ପ୍ରଦାନ କରା ଯାଇଥିଲା।ଏହି ଅବସରରେ କବିତା ପାଠ ଛବ,ଏକକ ଅଭିନୟ, ନୃତ୍ୟ, ସଗୀତ ପ୍ରତିଯୋଗିତା ହୋଇଥିଲା। ଶରତ ପ୍ରଧାନ, ତ୍ରିପତି ପଣ୍ଡା,ମୂରଲୀଧର ପରିଚ୍ଛା,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିଶେଷରେ ରଞ୍ଜିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।