April 27, 2026

ପାରାଦ୍ୱୀପ ଗଡ଼ରେ ବାବାସାହେବ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ ।

IMG-20260415-WA0020
Share

ପାରାଦ୍ୱୀପ ତା ୧୫/୦୪/୨୬( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ) ଭାରତ ର ଗର୍ବ ଗୌରବ, ଗଣତାନ୍ତ୍ରିକ ଵିଧି ବ୍ୟବସ୍ଥାର ରଚୟିତା ତଥା ସମ୍ବିଧାନ ପ୍ରଣେତା ଭାରତରତ୍ନ ବାବାସାହେବ ଡଃ. ଭୀମ୍ ରାଓ ଆମ୍ବେଦକର ଙ୍କ ୧୩୫ ତମ ପୁଣ୍ୟ ଜନ୍ମ ଜୟନ୍ତୀ ସାରା ଦେଶରେ ଧୂମ୍ ଧାମ୍ ରେ ପାଳନ କରା ଯାଉଥିବା ବେଳେ, ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ଭିନ୍ନ ଭିନ୍ନ ଅଞ୍ଚଳ ମାନଙ୍କରେ ବାବାସାହେବ ଙ୍କର ପ୍ରତିମୂର୍ତ୍ତୀ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଛି l ଆମେ ଜଣାଉଛୁ ଜଗତସିଂହପୁର ଜିଲ୍ଲାର ଉପକୂଳସ୍ଥ ବନ୍ଦର ନଗରୀ ପାରାଦ୍ୱୀପ ବିଷୟରେ l ପାରାଦ୍ୱୀପ ର ରଙ୍ଗିଆ ଗଡ଼ ସ୍ଥିତ ବାବାସାହେବ ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତୀ ନିକଟରେ ଗତ ୧୪/୪/୨୬ ତାରିଖରେ ଆୟୋଜିତ ହୋଇଯାଇଛି ଭବ୍ୟ ସମାରୋହ l ଡଃ. ବି. ଆର. ଆମ୍ବେଦକର ବିକାଶ ସଂଘ ଆନୁକୂଲ୍ୟରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ରାଜ୍ୟ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ଯେ ଡଃ. ଆମ୍ବେଦକର ଭାରତର ଶାସନବ୍ୟବସ୍ଥା ର ମହା ନାୟକ l ତାଙ୍କ ପ୍ରଣୀତ ସମ୍ବିଧାନ ଆମକୁ ସଠିକ ଦିଗଦର୍ଶନ ଦେବାରେ ସହାୟକ ହୋଇପାରିଛି l ଆମକୁ ସମସ୍ତ ପ୍ରକାର ଅଧିକାର ପାଇବାର ମାର୍ଗ ଦେଖାଇ ପାରିଛି l ମୁଖ୍ୟ ବକ୍ତା ଭାବେ କୁଜଙ୍ଗ ବାର ଆସୋସିଏସନ ର ସଭାପତି ବରିଷ୍ଠ ଆଇନୀଜୀଵି ସଞ୍ଜୟ କୁମାର ବେହେରା ଥିବା ବେଳେ, ସମ୍ମାନିତ ଅତିଥିଭାବେ ଥିଲେ, ସମାଜସେବୀ ବାଳକୃଷ୍ଣ ଜେନା ଏବଂ ବହୁଜନ ସମାଜ ର ଯୁବନେତା ଅଞ୍ଜନ ମଲ୍ଲିକ l ଅନ୍ୟତମ ଅତିଥିଙ୍କ ମଧ୍ୟରେ ସଂଘର ସଭାପତି ତରୁଣ ମଲ୍ଲିକ, ସମ୍ପାଦକ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ବାବାସାହେବ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଜନ୍ମ ଜୟନ୍ତୀ ର ମୁହୂର୍ତ୍ତକୁ ମହା ଆନନ୍ଦରେ ପାଳନ କରିଥିଲେ l ଏହି ସମସ୍ତ କାର୍ଯ୍ୟରେ ହେମ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ଗୁନ ମଲ୍ଲିକ,ଶୁକଦେବ ମଲ୍ଲିକ, ଅଞ୍ଜନ ମଲ୍ଲିକ, ଗୌତମ ମଲ୍ଲିକ, ଗୋପୀନାଥ, ଭଗନ, ଚନ୍ଦନ,ପବିତ୍ର, ସନାତନ, କାବୁଲି,ହରିହର, କାବୁଲି, ରାଜେନ୍ଦ୍ର, ପ୍ରମୋଦ,ରାମେଶ୍ୱର, ସଞ୍ଜୟ, ଅଶୋକ ପ୍ରମୁଖ ରଙ୍ଗିଆଗଡ଼ ର ଗ୍ରାମବାସୀ ମାନେ ସକ୍ରିୟ ସହଯୋଗ କରିଥିଲେ l