ଆଜିର ଖବର..
୧-ଆଜି ୧୦ଟାରେ CBSE ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବା ସମ୍ଭାବନା ଅଛି। ପରୀକ୍ଷା ଫେବୃଆରୀ ୧୭ରୁ ମାର୍ଚ୍ଚ ୧୧ ଯାଏଁ ହୋଇଥିଲା।
୨-ଭୁବନେଶ୍ୱର:୨୨୪କୁ ବଢ଼ିପାରେ ବିଧାନ ସଭା ସିଟ୍, ଲୋକସଭା ଆସନ ୨୧ରୁ ୩୨କୁ ହୋଇଯିବ।
୩-ଭୁବନେଶ୍ୱର:ପଞ୍ଚାୟତ ଆସନ ସଂରକ୍ଷଣରେ ବ୍ରେକ୍; ସରକାରଙ୍କ ହଠାତ୍ U-ଟର୍ନ, ସ୍ଥଗିତ ରହିଲା ପ୍ରକ୍ରିୟା।
୪-ଓଡ଼ିଆ ନବବର୍ଷରେ ମା’ ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ ମନାସିଲେ।
୫-କେନ୍ଦୁଝର ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ:ଗୁରୁଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ, ସ୍କୁଲର ଉନ୍ନତିକରଣ ପାଇଁ ଘୋଷଣା କଲେ ୨୦ କୋଟି ଟଙ୍କା।
୬-‘ସୁଭଦ୍ରା’ ହିତାଧିକାରୀଙ୍କ ପାଇଁ ଖୁସି ଖବର; ପଞ୍ଜୀକରଣ ପାଇଁ ଡେଡଲାଇନ୍ ବଢିବା ନେଇ ସଙ୍କେତ ଦେଲେ ଉପମୁଖ୍ୟମନ୍ତ୍ରୀ।
୭-ଆଜି ଜନତା ମୈଦାନରେ ମୋକିମଙ୍କ ଶକ୍ତି ପ୍ରଦର୍ଶନ; ‘ଓଡିଶା ଜନତା କଂଗ୍ରେସ’ ପକ୍ଷରୁ ହେବ ବିଶାଳ ସମାବେଶ।
୮-ବହୁତଳ କୋଠାରେ ନିଆଁ ଲିଭାଇବ ଅତ୍ୟାଧୁନିକ ନିଆଁ ଲିଭା ଗାଡ଼ି, ଓଡ଼ିଶାକୁ ଆସିଲା ଦୁଇଟି ନୂତନ ଗାଡି।
୯-ମହଙ୍ଗା ପଡ଼ୁଛି ଇରାନ ଯୁଦ୍ଧ, ୭% ବଢ଼ିଲା ଖାଦ୍ୟ ତେଲ ଦାମ, ସାମ୍ପୁ ସାବୁନ ମହଙ୍ଗା, ଏସି ଠୁ ଫ୍ରିଜ୍ ୧୫% ଦର ବୃଦ୍ଧି।
୧୦-ନୂଆ ଦିଲ୍ଲୀ:ସଂପ୍ରସାରଣ ହେବ ଲୋକସଭା, ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ପାଇଁ ପ୍ରସ୍ତାବ।
୧୧-ଗଜପତିରେ ପୋଲିସର ସଫଳତା; ମାଟି ତଳୁ ୨୧୦ କେଜି ଗଞ୍ଜେଇ ଜବତ।
୧୨-ବାରିପଦା : ଝାଡ଼ାବାନ୍ତିରେ ଅସୁସ୍ଥ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆକ୍ସନ୍; ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ।
୧୩-ନୂଆ ଦିଲ୍ଲୀ: ଅଶୋଧିତ ତୈଳ ଦର ବୃଦ୍ଧି, ପେଟ୍ରୋଲ ୧୮ଟଙ୍କା ଓ ଡିଜେଲ୍ ୩୫ ଟଙ୍କା ବଢି ଘଟି ପାରେ।
୧୪-ଚେନ୍ନାଇର କ୍ରମାଗତ ଦ୍ୱିତୀୟ ବିଜୟ,୩୨ ରନ୍ ରେ କୋଲକାତାକୁ ହରାଇଲା।
୧୫-ବେଙ୍ଗାଲୁରୁ: IPL ୨୩ତମ ଲିଗ୍ ମ୍ୟାଚ୍,ଆଜି ବେଙ୍ଗାଲୁରୁ – ଲକ୍ଷ୍ନୈ। ମୁକାବିଲା।
୧୬-ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ୨୫୦ ନିଖୋଜ, ସମୁଦ୍ରରେ ଭାସୁଥିବାର ଦେଖିଲା ବାଂଲାଦେଶ ସେନା।
୧୭-ଛତିଶଗଡ଼ ଶକ୍ତି ଜିଲ୍ଲାରେ ପାୱାର ପ୍ଲାଣ୍ଟରେ ବଡ ଅଘଟଣ ; ୯ ମୃତ,୧୫ ଆହତ।
୧୮-ପିଏମ ମୋଦୀଙ୍କ ସହ ୪୦ ମିନିଟ୍ ଧରି କଥା ହେଲେ ଆମେରିକା ରାଷ୍ଟ୍ରପତି।
୧୯-ଅଷ୍ଟ୍ରେଲିଆର ପ୍ରଥମ ଥର ମହିଳା ସେନା ଅଧିକାରୀ ସେନା ମୁଖ୍ୟ ହେବେ।ଲେଫ୍ଟନାଣ୍ଟ ଜେନେରାଲ ସୁସାନ କୟଲ ଚଳିତ ବର୍ଷ ଜୁଲାଇରେ ଦାୟିତ୍ୱ ନେବେ।
୨୦-ଦୂରେଇ ଗଲା ବନ୍ଧୁ ! ଇସ୍ରାଏଲ ସହିତ ପ୍ରତିରକ୍ଷା ଚୁକ୍ତି ସ୍ଥଗିତ ରଖିଲା ଇଟାଲୀ।
୨୧-ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଚୀନ ସାମିଲ ନେଇ ଆଶଙ୍କା ବଢ଼ିଛି।ପ୍ରଣାଳୀ ସଦା ସର୍ବଦା ଉନ୍ମୁକ୍ତ ରହୁ ବୋଲି କହିଛି ବେଜିଂ।
