ବୁଗୁଡ଼ାରେ ପାରଦ ୪୨ ଡିଗ୍ରୀ , ଦିନରେ ଅସହ୍ୟ ତାତି , ସନ୍ଧ୍ୟାରେ ଗୁଳୁଗୁଳିବୁଗୁଡ଼ାରେ ପାରଦ ୪୨ ଡିଗ୍ରୀ , ଦିନରେ ଅସହ୍ୟ ତାତି , ସନ୍ଧ୍ୟାରେ ଗୁଳୁଗୁଳି
ବୁଗୁଡ଼ା : ତା ୧୫/୦୪/୨୩ : ବୁଗୁଡ଼ା ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ବୁଗୁଡ଼ା ସହରରେ ପାରଦ ୪୨ ଡିଗ୍ରୀ ଛୁଇଁଥିବା ଜଣାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସହରର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖରାର ପ୍ରଭାବ ରହୁଛି । ଦିନତମାମ ଟାଣ ଖରା ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥି ସହ ବିଦ୍ଯୁତର ଲୁଚକାଳି ଖେଳ ଯୋଗୁଁ ଲୋକେ ଘରେ ଥାଇ ବି ଝାଳରେ ବୁଡିଯାଇ ଛଟପଟ ହେଉଛନ୍ତି ।
ଏହି ଡହ ଡହ ଖରାରେ ସହରର ବିଭିନ୍ନ ସରକାରୀ ଏବଂ ବେସରକାରୀ ନିର୍ମାଣ କାର୍ଯ୍ୟ ଚାଲୁଥିବା ସାଙ୍ଗକୁ କିଛି ଶ୍ରମିକ ଟ୍ରାକ୍ଟର ଡାଲାରେ ମୁଣ୍ଡକୁ ଘୋଡାଇ ହୋଇ ଯାଉଥିବା ଏବଂ କିଛି ବ୍ଯବସାୟୀ ରାସ୍ତା କଡରେ ଜୀବନ ଜୀବିକା ପାଇଁ ଲଢୁଛନ୍ତି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଲୋକେ କୌଣସି ଜରୁରୀ କାମରେ ସହରକୁ ଆସିଥିବା ବେଳେ କେଉଁଠାରେ ହେଲେ ବି ମାଗଣାରେ ଥଣ୍ଡା ପାଣି ଟିକେ ମିଳୁ ନଥିବାରୁ କେଡେ ଗରିବ ଲୋକ ହେଲେ ବି ଦୋକାନରୁ ଥଣ୍ଡା ପାଣି କିଣି ଶୋଷ ମେଣ୍ଟାଇବାକୁ ବାଧ୍ଯ ହେଉଛି । ଏଣୁ,ସହରର ବିଭିନ୍ନ ଛକରେ ଜଳଛତ୍ର ଖୋଲିବା ପାଇଁ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଇ ଦୁଇ ଦିନ ତଳେ ଜଣେ ବୟସ୍କ ବ୍ୟକ୍ତି ସାଇକେଲରେ ଆସୁଥିବା ବେଳେ ଖରାରେ ମୁଣ୍ଡ ବୁଲାଇବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ପଡିଗଲେ । ପଛପଟୁ ଆସୁଥିବା ଦୁଇ ଜଣ ବାଇକ୍ ଆରୋହୀ ଗାଡି ଅଟକାଇ ଡିକିରୁ ପାଣି ବୋତଲ କାଢି ମୁହଁକୁ ଛାଟିବା ସହ ପିଇବାକୁ ଦେଇଥିଲେ । ଫଳରେ ବୟସ୍କ ଜଣକ ସ୍ବଭାବିକ ଅବସ୍ଥାକୁ ଫେରି କିଛି ସମୟ ଗଛ ଛାଇରେ ବସି ପୁଣି ସାଇକେଲ ଚଳାଇ ଗାଁକୁ ଫେରିଥିଲେ । ତେବେ ଏହି ଗ୍ରୀଷ୍ମ ପ୍ରବାହ କାଳରେ ଲୋକେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।ବୁଗୁଡ଼ାରେ ପାରଦ ୪୨ ଡିଗ୍ରୀ , ଦିନରେ ଅସହ୍ୟ ତାତି , ସନ୍ଧ୍ୟାରେ ଗୁଳୁଗୁଳି
ବୁଗୁଡ଼ା : ତା ୧୫/୦୪/୨୩ : ବୁଗୁଡ଼ା ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ବୁଗୁଡ଼ା ସହରରେ ପାରଦ ୪୨ ଡିଗ୍ରୀ ଛୁଇଁଥିବା ଜଣାଯାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସହରର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ସନ୍ଧ୍ୟା ସମୟରେ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖରାର ପ୍ରଭାବ ରହୁଛି । ଦିନତମାମ ଟାଣ ଖରା ଯୋଗୁଁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଏଥି ସହ ବିଦ୍ଯୁତର ଲୁଚକାଳି ଖେଳ ଯୋଗୁଁ ଲୋକେ ଘରେ ଥାଇ ବି ଝାଳରେ ବୁଡିଯାଇ ଛଟପଟ ହେଉଛନ୍ତି ।
ଏହି ଡହ ଡହ ଖରାରେ ସହରର ବିଭିନ୍ନ ସରକାରୀ ଏବଂ ବେସରକାରୀ ନିର୍ମାଣ କାର୍ଯ୍ୟ ଚାଲୁଥିବା ସାଙ୍ଗକୁ କିଛି ଶ୍ରମିକ ଟ୍ରାକ୍ଟର ଡାଲାରେ ମୁଣ୍ଡକୁ ଘୋଡାଇ ହୋଇ ଯାଉଥିବା ଏବଂ କିଛି ବ୍ଯବସାୟୀ ରାସ୍ତା କଡରେ ଜୀବନ ଜୀବିକା ପାଇଁ ଲଢୁଛନ୍ତି । ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଲୋକେ କୌଣସି ଜରୁରୀ କାମରେ ସହରକୁ ଆସିଥିବା ବେଳେ କେଉଁଠାରେ ହେଲେ ବି ମାଗଣାରେ ଥଣ୍ଡା ପାଣି ଟିକେ ମିଳୁ ନଥିବାରୁ କେଡେ ଗରିବ ଲୋକ ହେଲେ ବି ଦୋକାନରୁ ଥଣ୍ଡା ପାଣି କିଣି ଶୋଷ ମେଣ୍ଟାଇବାକୁ ବାଧ୍ଯ ହେଉଛି । ଏଣୁ,ସହରର ବିଭିନ୍ନ ଛକରେ ଜଳଛତ୍ର ଖୋଲିବା ପାଇଁ ପ୍ରଶାସନିକ ପଦକ୍ଷେପ ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଇ ଦୁଇ ଦିନ ତଳେ ଜଣେ ବୟସ୍କ ବ୍ୟକ୍ତି ସାଇକେଲରେ ଆସୁଥିବା ବେଳେ ଖରାରେ ମୁଣ୍ଡ ବୁଲାଇବା ଯୋଗୁଁ ଭାରସାମ୍ୟ ହରାଇ ରାସ୍ତା କଡରେ ପଡିଗଲେ । ପଛପଟୁ ଆସୁଥିବା ଦୁଇ ଜଣ ବାଇକ୍ ଆରୋହୀ ଗାଡି ଅଟକାଇ ଡିକିରୁ ପାଣି ବୋତଲ କାଢି ମୁହଁକୁ ଛାଟିବା ସହ ପିଇବାକୁ ଦେଇଥିଲେ । ଫଳରେ ବୟସ୍କ ଜଣକ ସ୍ବଭାବିକ ଅବସ୍ଥାକୁ ଫେରି କିଛି ସମୟ ଗଛ ଛାଇରେ ବସି ପୁଣି ସାଇକେଲ ଚଳାଇ ଗାଁକୁ ଫେରିଥିଲେ । ତେବେ ଏହି ଗ୍ରୀଷ୍ମ ପ୍ରବାହ କାଳରେ ଲୋକେ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।