November 16, 2024
Share

╭───────────────────╮
🌄, ୧୫-ଏପ୍ରିଲ-୨୦୨୩, ଶନିବାର
╰───────────────────╯
•┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ବିଷୁବ ସଂକ୍ରାନ୍ତିରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଶ୍ରୀଜୀଉଙ୍କୁ ରତ୍ନସିଂହାସନ ଉପରେ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ l

➡️୨-ଏଣିକି UG-PG ପିଲା ପଢ଼ିବେ ରାମାୟଣ-ମହାଭାରତ l ମେଡିକାଲ ଛାତ୍ରଛାତ୍ରୀ ପଢ଼ିବେ ଯୋଗ, ଆୟୁର୍ବେଦ, UGC, ଜାରି ହେଲା ନୋଟିସ l

➡️୩-ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିବ ସାମନ୍ୟ ତ୍ରାହି, ଆସନ୍ତାକାଲି ଠାରୁ ରାଜ୍ୟରେ କାଳବୈଶାଖୀର ସମ୍ଭାବନା l ୨୧ଟି ଜିଲ୍ଲାକୁ ହେଲା ୟେଲୋ ୱାର୍ଣ୍ଣଂ l

➡️୪-ଜୁଲାଇ ୧ରୁ ଆରମ୍ଭ ହେବ ଚଳିତ ଅମରନାଥ ଯାତ୍ରା। ୬୨ ଦିନ ପର୍ଯ୍ୟନ୍ତ ଚାଲିବ ଏହି ପବିତ୍ର ଯାତ୍ରା। ଯାତ୍ରା ପାଇଁ ଭକ୍ତମାନେ ୧୭ ଏପ୍ରିଲ ଠାରୁ ଅଫ୍‌ଲାଇନ୍‌ ଏବଂ ଅନ୍‌ଲାଇନ୍‌ ମୋଡ୍‌ରେ ପଞ୍ଜିକରଣ କରିପାରିବେ l

➡️୫-ପବିତ୍ର ମହାବିଷୁବ ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରଚଳନ ହେଲା ନୂତନ ପାଂଜି। ନୂଆ ପଂଜିକାର ଗଣନା ଅନୁସାରେ ଏ ବର୍ଷ ଆରମ୍ଭରୁ ଶନି ମୂଳତ୍ରିକୋଣରେ ଥିବାରୁ ବିଶ୍ବପାଇଁ ଆଣିପାରେ ମିଶ୍ରିତ ଫଳାଫଳ l

➡️୬-ଆସାମ ଗୁଆହାଟୀର ସରୁସଜାଇ ଷ୍ଟାଡିୟମରେ ବିହୁ କଳାକାରଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ l ଗାଇଲେ ଆସାମ ଗୀତ, କରତାଳିରେ ଫାଟିପଡିଲା ପୁରା ଷ୍ଟାଡିୟମ l

➡️୭-ଗିନିଜ୍ ରେକର୍ଡ ବୁକରେ ସ୍ଥାନ ପାଇଲା ଆସାମର ପ୍ରସିଦ୍ଧ ବିହୁ ନୃତ୍ୟ। ଏକକାଳୀନ ୧୧ହଜାରରୁ ଅଧିକ କଳାକାର କଲେ ନୃତ୍ୟ ପରିବେଷଣ ।

➡️୮-ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ଉପରେ। ଗତ ୨ଦିନରେ ରାଜ୍ୟରେ ୪୬୦ ଆକ୍ରାନ୍ତ ହେଲେ ଚିହ୍ନଟ l

➡️୯-ଓଡ଼ିଶାରେ ଯାଞ୍ଚ ହେବ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ: ସୂଚନା ଦେଲେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଗିରିରାଜ ସିଂ l

➡️୧୦-ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ଓଡ଼ିଶା ସରକାରଙ୍କ ମାଷ୍ଟରପ୍ଳାନ୍, ୨୦୨୩-୨୪ ହେବ ମେଗା ନିଯୁକ୍ତି ବର୍ଷ l

➡️୧୧-ଏଣିକି ମାତ୍ର ୩ ଘଣ୍ଟାରେ ଚିହ୍ନଟ ହେବ କ୍ୟାନସର l ଏକ ନୂଆ ଓ ଶସ୍ତା ମୋବାଇଲ ଟେଷ୍ଟିଂ କିଟ୍ ବିକଶିତ କଲେ ସ୍ପେନ ବୈଜ୍ଞାନିକ l

➡️୧୨-ପୋଷ୍ଟମାଷ୍ଟର ଜେନେରାଲ୍ ସମ୍ବଲପୁର ମଣ୍ଡଳରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ଶୁଭାଶିଷ ପାଲ୍ ୧ ଲକ୍ଷ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡିଲେ l

➡️୧୩-ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ କଡ଼ା ସୁରକ୍ଷା ବଳୟରେ ହେଲା ଶୋଭାଯାତ୍ରା, ସାରା ସହରରେ ପୋଲିସ ଛାଉଣୀ l

➡️୧୪-ଇଣ୍ଡୋନେସିଆରେ ୭.୦ ତୀବ୍ରତାର ହେଲା ଭୂକମ୍ପ ଅନୁଭୂତ l ଭୂକମ୍ପଜନିତ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ଆସିନାହିଁ l

➡️୧୫-ଆସନ୍ତାକାଲି ଅବକାରୀ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲଙ୍କୁ ସିବିଆଇ ଜେରା କରିବ ।

➡️୧୬-ବଢ଼ିଲା ଦେଶର ବିଦେଶୀ ମୁଦ୍ରା ଭଣ୍ଡାର, ୬.୩୦ ବିଲିୟନ ଡଲାର ବୃଦ୍ଧିପାଇ ହେଲା ୫୮୪.୭୫ ବିଲିୟନ ଡଲାର l

➡️୧୭-ସରକାରୀ ବଙ୍ଗଳା ଖାଲି କଲେ କଂଗ୍ରେସ ନେତା ରାହୁଲ ଗାନ୍ଧି, ଏଣିକି ସେ ମା ସୋନିଆଙ୍କ ପାଖରେ ରହିବେ l

➡️୧୮-ଇତିହାସରେ ପ୍ରଥମ, ଚଳିତ ବର୍ଷ ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ବକପ୍‌ରେ ସବୁଦଳରେ ରହିବେ ନୂଆ ଅଧିନାୟକ l

➡️୧୯-ଆଇପିଏଲ ୧୯ ତମ ମ୍ୟାଚ : କୋଲକାତା ନାଇଟ ରାଇଡର୍ସକୁ ୨୩ ରନ୍‌ରେ କଲା ପରାସ୍ତ l

➡️୨୦-ଆଇପିଏଲ୍‌: ଡବଲ୍‌ ହେଡରରେ ଆଜି ଭେଟାଭେଟି ହେବେ ଦିଲ୍ଲୀ-ବାଙ୍ଗାଲୋର, ପଞ୍ଜାବ-ଲକ୍ଷ୍ନୌ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ବିଶ୍ୱ କଳା ଦିବସ ll
🔅ଆଜି ହିମାଚଳ ପ୍ରଦେଶ ଦିବସ ll
🔅ଆଜି ଗୁରୁ ନାନକ ଦେବ ଜୟନ୍ତୀ ll
🔅ଆଜି ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ ଦିବସ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll