April 26, 2026

କାଶୀନଗର ଠାରେ ଜନଶିକ୍ଷା ସଂସ୍ଥାନ – ଗଜପତି ସହଯୋଗ ରେ ୧୩୨ ତମ ଆମ୍ବେଦକର ଜୟନ୍ତୀ ସମାରୋହ ରେ ପାଳିତ

7cfc70b9-4437-452c-97f9-0bde5125b47f
Share

ପାରଳାଖେମୁଣ୍ଡି:୧୫/୪(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶିନଗର ଏନ୍.ଏ.ସି ୧ ନଂ- ୱାର୍ଡ – ସ୍ଥିତ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା, ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବି.ତିରୁପତି ରାଉ, ଏନ୍.ଏ. ସି ଅଧ୍ୟକ୍ଷା ଏମ୍. ସୁଧାରାଣି, ଉପାଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକପ୍ରିୟ ନେତା ମାନଙ୍କ ଦ୍ଵାରା ବି.ଆର ଆମ୍ବେଦକର ଙ୍କ ଅତୁଳନୀୟ ଅବଦାନ ସଂମ୍ପର୍କରେ ଆଲୋକ ପାତ କରାଯାଇଥିଲା।ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଜନଶିକ୍ଷା ସଂସ୍ଥାନ ଗଜପତି ତରଫରୁ ସିଲ୍ ଏବଂ ପ୍ରମାଣ ପତ୍ର ମାଧ୍ୟମରେ ପୁରସ୍କୃତ କରାଯିବା ସହିତ,ସ୍କିଲ- ଇଣ୍ଡିଆ-ଜନଶିକ୍ଷା ସଂସ୍ଥାନ ଦ୍ଵାରା ପରିଚାଳିତ ସିଲେଇ ତାଲିମ ଏବଂ କମ୍ପ୍ୟୁଟର୍ ତାମିଲ ଶେଷ କରିଥିବା ଯୁବକ ଯୁବତୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଗଲା, ସେହିପରି କାଶିନଗର ମାଲା ସାହି ଠାରେ ବି. ଆର. ଆମ୍ବେଦକର ଙ୍କ ନୂତନ ମୂର୍ତ୍ତି ର ଅନାବରଣ ଉତ୍ସବ ରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ନାରାୟଣ ରାଓ ଯୋଗଦେଇ ଜନଶିକ୍ଷା- ସଂସ୍ଥାନ- ଗଜପତି ଦ୍ଵାରା ଆୟୋଜିତ ଇଲେକ୍ଟ୍ରିସିଏନ୍ କୃତି ୨୦ ଜଣ ଯୁବକ ଙ୍କୁ ସାର୍ଟିଫିକେଟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ କରିବା ନିମନ୍ତେ ନିର୍ଦ୍ଦେଶକ ଜୀବନ ଦାସ୍, ସହ କାର୍ଯ୍ୟକ୍ରମ ଅଧିକାରୀ ମୃତ୍ୟୁଞ୍ଜୟ ପାଇକ ଏବଂ କ୍ଷେତ୍ର ସହକାରୀ ଟି. ସତ୍ୟମ୍ ଉପସ୍ଥିତ ରହି ଜନ ସାଧାରଣଙ୍କୁ ଉତ୍ସାହିତ କରିଥିଲେ ।