April 30, 2026

ମୋହନା କୁ ଏନ୍ ଏ ସି ଘୋଷଣା ଦାବିରେ ଚବିଶି ଘଣ୍ଟିଆ ବନ୍ଦ ଆରମ୍ଭ …

jo0
Share

                                                                                                                                                                                                    ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଓଡ଼ିଶା ର ଦ୍ୱିତୀୟ ବୃହତ୍ତମ ବ୍ଲକ। ଦୀର୍ଘ ବହୁ ବର୍ଷ ଧରି ମୋହନା କୁ ଏନ୍ ଏ ସି ମାନ୍ୟତା ଦେବା ନିମନ୍ତେ ଦାବୀ ହେଲେ ମଧ୍ୟ ସରକାର ଓଡ଼ିଶା ର ଅନେକ ଅଞ୍ଚଳ କୁ ଏନ୍ ଏ ସି ଘୋଷଣା କରିଥିଲେ ମଧ୍ୟ ମୋହନା ସେଥିରୁ ବାଦ ପଡ଼ିଛି। କିଛି ଦିନ ପୂର୍ବେ ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ବର ଯାଇ ବିଭାଗୀୟ ମନ୍ତ୍ରୀ ଙ୍କ ସମେତ ଅଧିକାରୀ ମାନଙ୍କୁ ସାକ୍ଷାତ କରି ପୁଣି ଦାବୀ ଉପସ୍ଥାପନ କରିଥିଲେ ମଧ୍ୟ ଦ୍ୱିତୀୟ ଥର ଘୋଷଣାରେ ମୋହନା ସ୍ଥାନ ପାଇନାହିଁ। ତେଣୁ ମୋହନା ଅଞ୍ଚଳ ବାସୀ ଦଳ ମତ ନିର୍ବିଶେଷରେ ଏକତ୍ରିତ ହୋଇ ଆଜି ସକାଳ ଛ ‘ ଘଣ୍ଟା ଠାରୁ ବନ୍ଦ ଆରମ୍ଭ ହୋଇ ଚବିଶି ଘଣ୍ଟା ବନ୍ଦ ଚାଲୁ ରହିବା ସହ ଦରକାର ପଡ଼ିଲେ ବନ୍ଦ ପାଳନ ଘୋଷଣା ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ପ୍ରକାଶ କରିଛନ୍ତି। ଆଜି ମୋହନା ବଜାର ମଧ୍ୟରେ ଅନେକ ମାଲ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ ମଧ୍ୟ ଅଟକି ରହିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ମୋହନା କୁ ଏନ୍ ଏ ସି ଘୋଷଣା କରିବା ନିମନ୍ତେ ସର୍ବସାଧାରଣରେ ଦାବୀ ହେଉଛି। ମୋହନା ପୋଲିସ ଘଟଣା ପ୍ରତି ସତର୍କ ଦୃଷ୍ଟି ଦେବା ସହ କଡ଼ା ପହରା ଦେଉଥିବା ଦେଖିବାକୁ ମିଳୁଛି।

You may have missed