March 10, 2026

ଅରଖପଦା ଚିମିନି ରେ 18ଟି କେସର 1580kg ଗଞ୍ଜେଇ ପୋଡି ନଷ୍ଟ କରାଯାଇଛି

IMG-20230315-WA0041
Share

 

ଶେରଗଡ଼ ୧୫/୩/୨୩ :- ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ଅରଖପଦାରେ ଥିବା ସରକାରୀ ସ୍ବୀକୃତି ପ୍ରାପ୍ତ ଚିମୀନିରେ ୪ଟି ଜିଲ୍ଲାର ମେଡିକାଲରୁ ବାହାରୁଥିବା ବଜ୍ୟବସ୍ତୁ ଓ ପୋଲିସ ଜବତ କରୁଥିବା ଗଞ୍ଜେଇକୁ ପୋଡ଼ି ନଷ୍ଟ କରାଯିବା ପାଇଁ ମେସିନ ସ୍ଥାପିତ କରାଯାଇଛି । ବୁଧବାର ଦିନ ଶେରଗଡ଼, ପାଟପୁର, ଆସ୍କା ଓ ଦିଗପହଣ୍ଡି ଥାନାରେ 18ଟି କେସର ଜବତ ହୋଇଥିବା 1580kg ଗଞ୍ଜେଇକୁ ସକାଳୁ ଅରଖପଦା ଚି଼ମୀନିକୁ ନିଆଯାଇଥିଲା l ସେଠାରେ ଗଞ୍ଜାମ ଏସପି ଜଗନ ମୋହନ ମିନା, ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ, ଜିଲ୍ଲା ଅବକାରୀ ଏସପି ମମେନ୍ଦ୍ର ନାରାୟଣ ନାଥ, ଆସିକା ଏସଡିପିଓ ଉମା ଶଙ୍କର ସିଂ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବମ୍ବର ରଥ, ଡିଏସପି ସୁଜିତ କୁମାର ନାୟକ, ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ଆସ୍କା ଥାନା ଅଧିକାରୀ ସାହୁ, ଦିଗପହଣ୍ଡି ଥାନା ଅଧିକାରୀ ଶ୍ରୀ ବେହେରା, ଡ୍ରଗ ଡିସପୋଜାଲ ଅଧକ୍ଷ ଦକ୍ଷିଣାଞ୍ଚଳ ରେଞ୍ଜଙ୍କ ଉପସ୍ଥିତରେ ଉକ୍ତ ଗଂଜେଇକୁ ନଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗଞ୍ଜେଇକୁ ଚିମିନି ପକାଇ ପୋଡି ନଷ୍ଟ କରାଯାଇଛି। ଗଞ୍ଜାମର ସମସ୍ତ ଥାନା ଅଧିକାରୀ ଗଞ୍ଜେଇ ଧରିବା ଓ ଗଂଜେଇ ନଷ୍ଟ କାର୍ଯ୍ୟକ୍ରମ କରି ଗଞ୍ଜାମ ଅଞ୍ଚଳର ଗଞ୍ଜେଇ ବେପାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛନ୍ତି l ଥାନା ଅଧିକାରୀମାନଙ୍କ ଏହି ଗଞ୍ଜେଇ ଧରିବା ଓ ସରକାରୀ ସ୍ତରରେ ନଷ୍ଟ କରିବା ପ୍ରକିୟାକୁ ବୁଦ୍ଧିଜୀବୀ ଖୁବ୍ ପ୍ରଶଂସା କରିଛନ୍ତି।